ଏହି ଗୋଟିଏ ଭୁଲ କାରଣରୁ ପଚିଗଲା ବ୍ୟକ୍ତିଙ୍କର ପ୍ରାଇଭେଟ ପାର୍ଟ, ଡାକ୍ତର ଦେଲେ ଚେତାବନୀ

ଆମେରିକାରେ ଏକ ବହୁତ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ୮୧ ବର୍ଷୀୟ ଜେନ ଆଫ୍ରିକାନ-ଆମେରିକାନ ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟ ପଚିବା ଆରମ୍ଭ ହୋଇଯାଇଥିଲା କାରଣ ସେ ରବର ବ୍ୟାଣ୍ଡ ସାହାଯ୍ୟରେ ଏହାକୁ ତିନିଦିନ ପର୍ଯ୍ଯନ୍ତ ବାନ୍ଧି ରଖିଥିଲେ, ଯାହାପରେ ଏହି ଅଙ୍ଗରେ ରକ୍ତ ଚଳପ୍ରଚଳ କମ ହେବାକୁ ଲାଗିଲା।

ଏହି ବ୍ୟକ୍ତିଙ୍କ ଭୟାନକ କେସ ସର୍ବପ୍ରଥମେ ଏକ ମେଡିକାଲ ଜର୍ନାଲରେ ଛପା ହୋଇଥିଲା। ତାଙ୍କୁ ସର୍ବପ୍ରଥମେ ଡାଇଭେଟିଜ ହୋଇଥିଲା ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ବ୍ୟକ୍ତିଙ୍କ ପତ୍ନୀ ଡାକ୍ତରଙ୍କୁ କହିଲେକି ତାଙ୍କର ସ୍ଵାମୀ ଗତ ୨-୩ ଦିନରୁ ନିଜର ପ୍ରାଇଭେଟ ପାର୍ଟରେ ରବର ବ୍ୟାଣ୍ଡ ବାନ୍ଧିଥିଲେ।

ଡାକ୍ତର ଦେଖିଲେକି ଏହି ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟ ଫୁଲି ଯାଇଛି ଓ କିଛି ଅଂଶରେ ରଙ୍ଗ ମଧ୍ୟ ପରିବର୍ତ୍ତନ ହେବ ଆରମ୍ଭ ହୋଇଛି। ଡାକ୍ତରଙ୍କ ମୁତାବିକ, ଏହି ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟର ଚର୍ମ ଖରାପ ହେବାକୁ ଲାଗିଥିଲା ଓ ଏହା ପଚିବାକୁ ବସିଥିଲା।

ଡବଲିନର ବେକନ ହସ୍ପିଟାଲର ଡକ୍ଟର ଫାରଡୋଡ ଓ କେଲି ୟୁରୋଲୋଜିକାଲ ସର୍ଜନ ଭାବରେ କାର୍ଯ୍ୟ କରନ୍ତି। ସେ ମେଲ ଅନଲାଇନ ସହିତ ଏକ କଥାବାର୍ତ୍ତା ସମୟରେ କହିଛନ୍ତିଯେ ପ୍ରାଇଭେଟ ପାର୍ଟ କିଛି ଘଣ୍ଟା ପାଇଁ ଏହି ପ୍ରକାରର ଚାପ ବହନ କରିପାରିବ କିନ୍ତୁ କିଛି ଘଣ୍ଟା ପରେ ଚାପ ଏତେ ଅଧିକ ହୋଇଯାଏଯେ ଏହା ଧମନୀକୁ ସଙ୍କୁଚିତ କରିପାରେ।

ସେ କହିଲେକି ‘ଏହାର ଅର୍ଥ ହେଉଛିକି ସେହି ଅଞ୍ଚଳରେ ରକ୍ତ ଚଳପ୍ରଚଳ କରିପାରେ ନାହିଁ ଅର୍ଥାତ ଅକ୍ସିଜେନ ସପ୍ଲାଏ ମଧ୍ୟ ହୁଏନାହିଁ। ଏଥିପାଇଁ ଶରୀରର କୌଣସି ଅଂଶ ଖରାପ ହେବାକୁ ଲାଗେ। ପ୍ରାଇଭେଟ ପାର୍ଟ ଅଲଗା ହୋଇ ଖସିପଡେ, କିନ୍ତୁ ମୁଁ କେବେ ଏମିତି ବିଷୟରେ କିଛି ଶୁଣିନାହିଁ।

ଯେତେବେଳେ ଡାକ୍ତର ଏହି ବ୍ୟକ୍ତିଙ୍କୁ ପଚାରିଲେକି ଏମିତି କାହିଁକି କରିଳ ସେ ବ୍ୟକ୍ତିଜଣକ ଠିକ ଢଙ୍ଗରେ ଉତ୍ତର ଦେଇପାରିଲେ ନାହିଁ ଓ ବହୁତ ଦ୍ଵନ୍ଦରେ ଦେଖାଯାଉଥିଲେ। ଡାକ୍ତର ଏହି ଯାଞ୍ଚରେ ପାଇଲେକି ଏହି ବ୍ୟକ୍ତିଙ୍କୁ ଡେମୋଶିୟା ନାମକ ଏକ ରୋଗ ହୋଇଛି।

ଏହି ବ୍ୟକ୍ତି ଚିକାଗୋରେ ଜରୁରୀକାଳୀନ ଅସ୍ତ୍ରୋପଚାର କରିଥିଲେ। ପରବର୍ତ୍ତୀ ୫ ଦିନରେ, ଏହି ବ୍ୟକ୍ତି ସୁସ୍ଥ ହେବାକୁ ଲାଗିଲେ। ଚିକାଗୋ ମେଡିକାଲର ଡାକ୍ତରମାନେ ଏହି ବ୍ୟକ୍ତିଙ୍କୁ ଦୁଇ ସପ୍ତାହ ପରେ ଚେକଅପ ପାଇଁ ସାକ୍ଷାତ କରିବାକୁ କହିଥିଲେ, କିନ୍ତୁ ଅସ୍ତ୍ରୋପଚାର ପରେ ଏହି ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚି ନଥିଲେ।

ୟୁରୋଲୋଜି କେସ ରିପୋର୍ଟରେ ଛପାହୋଇଥିବା ରିପୋର୍ଟରେ ଲେଖକଙ୍କର କହିବା କଥାକି ଏହି ବ୍ୟକ୍ତିଙ୍କୁ ଡାଇଭେଟିଜ ରୋଗ ଥିଲା, ଏଥିପାଇଁ ରବରବ୍ୟାଣ୍ଡର ପ୍ରଭାବ ଯୋଗୁଁ ଆହୁରି ଅଧିକ ଖରାପ ହୋଇଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *