ବନ୍ଦ ହୋଇଯାଇପାରେ ସ୍ମାର୍ଟ ଫୋନ୍ : ଯେକୌଣସି ସମୟରେ ପୃଥିବୀ ସହ ଧକ୍କା ହୋଇପାରେ ସୋଲାର ଷ୍ଟର୍ମ,ସ୍ମାର୍ଟ ଫୋନ ଓ ଜିପିଏସ୍ ଉପରେ ପଡିବ ପ୍ରଭାବ!

ବୈଜ୍ଞାନିକଙ୍କ ଆଶଙ୍କା ରହିଛି ଯେ ଏହି ତୁଫାନର ବାୟୁମଣ୍ଡଳ ସହ ଧକ୍କା ହେବା ଫଳରେ ଖାସି ହଲଚଲ ହୋଇପାରେ|ଏହି ଧକ୍କା ସାଟେଲାଇଟ୍ ସିଗ୍ନାଲକୁ ବାଧିତ କରିପାରେ|ଏହାର ସିଧା ପ୍ରଭାବ ରେଡିଓ ସିଗ୍ନାଲ,ସଞ୍ଚାର ଓ ପାଣିପାଗ ଉପରେ ପଡିପାରେ|

କହିବାନୁଯାୟୀ ଏହି ଦ୍ରୁତ ପବନ ପୃଥିବୀର ମାଗ୍ନେଟୋସ୍ଫିଅରରେ ଜିଓମାଗ୍ନେଟିକ ତୁଫାନ ଆଣିପାରେ,ଫଳରେ ମୋବାଇଲ,ଜିପିଏସ୍,ସାଟେଲାଇଟ୍ ଟିଭି,ବିମାନ ଯାତ୍ରା ଉପରେ ପ୍ରଭାବ ପଡିପାରେ|ଏତିକି କେବଳ ନାହିଁ ଏହି ତୁଫାନ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଆସୁଥିବା ଅନ୍ତରୀକ୍ଷ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ|

ସୂର୍ଯ୍ୟର ବାତାବରଣରେ ଗୋଟିଏ ଗାତ ହୋଇଯାଇଛି,ଫଳରେ ଆବେଶିତ ଅଂଶ ଓ ଦ୍ରୃତଗାମୀ ସୈର ପବନ ବାହାରୁଛି|ଦ୍ରୃତ ଗତିରେ ପୃଥିବୀ ଆଡକୁ ଆସୁଥିବା ଏହି ତୁଫାନ ୧୩ ଜୁଲାଇରୁ ୧୪ ଜୁଲାଇ(ମଙ୍ଗଳବାର ଠାରୁ ବୁଧବାର) ମଧ୍ୟରେ ଗ୍ରହର କିଛି ଅଞ୍ଚଳରେ କ୍ଷତି କରିପାରେ|ନାସା କହିଛନ୍ତି ଯେ ୧୬ ଲକ୍ଷ କିମି ପ୍ରତି ଘଣ୍ଟା ବେଗରେ ବହୁଥିବା ଏହି ପବନର ଗତି ବଢିପାରେ|

ସ୍ପେସୱଦର ରିପୋର୍ଟ ଅନୁସାରେ ୧୫୮୨ରେ ଆସିଥିବା ମହାତୁଫାନକୁ ଦୁନିଆରେ ଦେଖାଯାଇଥିଲା|ସେ ସମୟରେ ଲୋକଙ୍କୁ ଲାଗିଲା ଯେ ପୃଥିବୀ ସମାପ୍ତ ହୋଇଯିବ|ସେ ସମୟରେ ପର୍ତ୍ତୁଗାଲ ଲେଖକ ସୋଆରିସ ଲେଖିଛନ୍ତି ଯେ ଉତ୍ତର ଆକାଶରେ ସବୁ ପଟରେ ବାସ ନିଆଁ ହିଁ ନିଆଁ ଦେଖାଯାଉଥିଲା|ସେ ଆଗକୁ ଲେଖିଛନ୍ତି ଆକାଶର ସବୁ ଅଂଶ ଲାଗୁଥିଲା ଯେମିତି ନିଆଁରେ ଉତ୍ତପ୍ତ ହେଉଛି|ମଧ୍ୟରାତ୍ରରେ ଭୟାନକ ନିଆଁର କିରଣ ବାହାରକୁ ସାମ୍ନାକୁ ଆସିଲା ଯାହା ବହୁତ ଭୟଙ୍କର ଓ ଡର ଲାଗୁଥିଲା|

ଏହା ପୂର୍ବରୁ ନେସନାଲ ୱଦର ସର୍ଭିସର ସ୍ପେସ ୱଦର ପ୍ରେଡିକ୍ସନ ସେଣ୍ଟର ଜୁନରେ ଜି-୧ ଶ୍ରେଣୀର ଚୁମ୍ବକୀୟ ତୁଫାନ ଆସିବା ସମ୍ବନ୍ଧରେ ଭବିଷ୍ୟବାଣୀ କରିଥିଲେ|ଏବେ ନିକଟରେ ସବୁଠାରୁ ବଡ ସୈର ତୁଫାନ ଦେଖାଯାଇଥିଲା,ଯିଏ ଆଟଲାଣ୍ଟିକରେ ରେଡିଓ ବ୍ଲକ ଆଉଟ୍ ସୃଷ୍ଟି କରିଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *