ୟୁରୋ କପ ଦେଖିବା ପଡ଼ିଲା ମ-ହ-ଙ୍ଗା ; ଋଷଭ ପନ୍ତ କରୋନା ପଜିଟିଭ

ଇଂଲଣ୍ଡ ଗସ୍ତରେ ଥିବା ଇଣ୍ଡିଆ ଦଳର ୱିକେଟ କିପର ଋଷଭ ପନ୍ତ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ ଆୟୋଜିତ ୟୁରୋ କପର ଇଲଂଣ୍ଡ ଏବଂ ଜର୍ମାନୀ ମଧ୍ୟରେ ଥିବା ମ୍ୟାଚ ଦେଖିବା ପାଇଁ ପନ୍ତ ଲଣ୍ଡନର ବମ୍ୱଲେ ଷ୍ଟାଡିୟମ ଯାଇଥିଲେ। ଷ୍ଟାଡିୟମରେ ସେ ବିନା ମାସ୍କରେ ହଜାର ହଜାର ଲୋକଙ୍କ ସହିତ ବସିଥିବା ସମୟରେ ପ୍ରଂଶସକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲ। ଯାହାଦ୍ଵାରା, ପନ୍ତଙ୍କୁ ଏହି କାମ କରିବା ମହଙ୍ଗା ପଡ଼ିଛି ଜୁଲାଇ ମାସ ୧୮ ତାରିଖ ପର୍ଯ୍ୟନ୍ତ ଋଷଭ ପନ୍ତ ଆଇସୋଲେସନରେ ରହିବେ। ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ମ୍ୟାଚ ସମୟରେ ଋଷଭ ପନ୍ତ ପଜିଟିଭ ହେବା ଭାରତୀୟ ଦଳକୁ ଚିନ୍ତାରେ ପକାଇଛି।

ପନ୍ତ ଆଇସୋଲେସନରେ ଥିବା ସମୟରେ ଯଦି ରି-ପୋ-ର୍ଟ ନେଗେଟିଭ ଆସିଲେ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚ ରେ ଭାଗ ନେଇପାରିବେ।

ଆଗରୁ ବିସିସିଆଇର ସଚିବ ଜୟ ଶାହା ଇମେଲ ମାଧ୍ୟମରେ ଇଂଲଣ୍ଡରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ନେଇ ସ-ତ-ର୍କ ରହିବାକୁ କହିଥିଲେ। ଆଉ ପରେ ଦୁଇ ଖେଳାଳି କରୋନା ପଜିଟିଭ ହୋଇଥିବାର ଜଣାପଡ଼ିଛି। କରୋନା ପଜିଟିଭ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବାରେ ଲାଗିଛନ୍ତି। ଅନ୍ୟଜଣଙ୍କର ପୁଣି ଥରେ କରୋନା ଟେଷ୍ଟ କରାଯିବ।

ସମାଚାର ଏଜେନ୍ସି ଏଏନଆଇ ରି-ପୋ-ର୍ଟ ଅନୁସାରେ, ଦୁଇ ଖେଳାଳିଙ୍କୁ ଥଣ୍ଡା ହେବା ସହିତ କାଶ ହାଇଥିଲା। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ଆଉ ଜଣେ ଖେଳାଳି ପଜିଟିଭ ଆସିବା ପରେ ଏବେ ରି-ପୋ-ର୍ଟ ନେଗେଟିଭ ଆସିଛି। ଆଉ ଅନ୍ୟ ଜଣେ ଖେଳାଳି ଜୁଲାଇ ୧୮ ତାରିଖରେ ପୁଣିଥରେ କରୋନା ଟେଷ୍ଟ କରାଯିବ। ଏହି ଦିନ ଦୁଇ ଖେଳାଳିଙ୍କର ଆଇସୋଲେସନର ଦଶମ ଦିନ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ରବିବାର ଦିନ ଦ୍ୱିତୀୟ ଖେଳାଳିଙ୍କର କରୋନା ଟେଷ୍ଟ କରାଯିବ। ନେଗେଟିଭ ଆସିଲା ପରେ ସେ ଦଳରେ ସାମିଲ ହେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.