ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ; ୨୪ ପର୍ଯ୍ୟନ୍ତ ହେବ ବର୍ଷା

ଗୁରୁବାର ଓ ଶୁକ୍ରବାର ଦିନ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ,ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ମାତ୍ରାରେ ବର୍ଷା ହେବ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ, ରାଜ୍ୟରେ ଗତ ୧୭ ତାରିଖ ଠାରୁ ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ଆଜି ରାଜ୍ୟରେ ହାଲୁକା ଖରା ହେବା ସହିତ କାଁ ଭାଁ ବର୍ଷା ହେବ। ଆଉ ଗତ ୨୦ ତାରିଖରୁ ବର୍ଷା ବଢ଼ି ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛ। ତେଣୁ ବର୍ଷା ବଢ଼ିବ ବୋଲି ଡ. ସାହୁ ଆକଳନ କରିଛନ୍ତି। ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସଙ୍କ ପର୍ବାନୁମାନ ଅନୁଯାୟୀ, ରାଜ୍ୟରେ ଦୁଇ ଦିନ ବର୍ଷା କମ ରହିବ। କିନ୍ତୁ, ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଆଉ କିଛି ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ସେ କହିଛନ୍ତି।

ବୁଧବାର ଦିନ ସକାଳ ୮ଟା ୩୦ ମିନିଟରୁ ସନ୍ଧ୍ୟା ୫ଟା ୩୦ ମିନିଟ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ ୧୦ ମି.ମି. ବର୍ଷା ହୋଇଥିବା ସମୟରେ ମାଲକାନଗିରି ଜିଲ୍ଲାରେ ୭ ମି.ମି., କୋରାପୁଟ ଜିଲ୍ଲାରେ ୫ ମି.ମି. ଓ ଟିଟିଲାଗଡ଼ ଜିଲ୍ଲାରେ ୩ ମି.ମି. ବର୍ଷା ହୋଇଛି ବୋଲି ଭୁବନେଶ୍ୱରରେ ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି।ଆଉ ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ବାଣପୁରରେ ୫୨ ମି.ମି., ରାଜଗାଙ୍ଗପୁର ଠାରେ ୫୧ ମି.ମି., ଟିକାବାଲି ଠାରେ ୪୯ ମି.ମି.,ଖଣ୍ଟପଡା ଠାରେ ୪୪ ମି.ମି.,କୋମନାରେ ୪୧ ମି.ମି. ବର୍ଷା ହୋଇଥିବାର ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି।

Leave a Reply

Your email address will not be published. Required fields are marked *