ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ , ରାଜ୍ୟ ସାରା ଚାଲିବ ବସ୍‌ ,ଖୋଲିବ ଜିମ,ସାଲୁନ,ସ୍ପା ସେଣ୍ଟର

ଆସିଲା ନୂଆ ଗାଇଡଲାଇନ। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆଂଶିକ ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଆସନ୍ତା ଅଗଷ୍ଟ ମାସ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ କୋଭିଡ କଟକଣା ଜାରି କରାଯାଇଛି।

ଆସନ୍ତା ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ। ପୂର୍ବରୁ ୩୦ ଟି ଜିଲ୍ଳାକୁ ୨ଟି କଟାଗୋରୀରେ ବିଭକ୍ତ କରାଯାଇଥିଲା। ଆଉ ସେହିପରି ଏବେ କାଟାଗୋରୀ-ଏ ରେ ୨୦ଟି ଜିଲ୍ଲା ଥିବା ସମୟରେ କାଟାଗୋରୀ-ବି ରେ ୧୦ ଟି ଜିଲ୍ଲା ରହିଛି। କାଟାଗୋରୀ-ଏ ରେ ଥିବା ୨୦ ଟି ଜିଲ୍ଳା ସକାଳ ୬ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ। ସେହିପରି କାଟାଗୋରୀ-ବି ରେ ଥିବା ୧୦ଟି ଜିଲ୍ଲା ସକାଳ ୬ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲି ପାରିବେ। ପୂର୍ବଭଳି ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟରେ ବସ ଚଳାଚଳ ଆରମ୍ଭ ହେବ। ପାର୍ଲର,ସେଲୁନ ଆସନ୍ତା କାଲିଠାରୁ ଖୋଲା ରହିବ। ସିନେମା ହଲ ବନ୍ଦ ରହିବ।

କାଟାଗୋରୀ-ଏ ରେ ଥିବା ୨୦ ଜିଲ୍ଲାରେ ସଟଡାଉନ ନିୟମ ଲାଗୁ ହେବନାହିଁ । କିନ୍ତୁ, କାଟାଗୋରୀ-ବିରେ ଥିବା ୧୦ଟି ଜିଲ୍ଲାରେ ନିୟମ ଲାଗୁ ରହିବ ସପ୍ତାହାନ୍ତ ସଟଡାଉନ ରାଜ୍ୟରେ କାଲିଠାରୁ ଖୋଲିବ ଜିମ। ରାଜ୍ୟରେ ପାର୍କ,ସପିଂ ମଲ ଏବଂ ସିନେମା ହଲ ବନ୍ଦ ରହିବ। ଆନ୍ତରାଜ୍ୟକୁ ଚାଲୁଥିବା ବସ ବନ୍ଦ ରହିବ। ରଥଯାତ୍ରା ପାଇଁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପୁରୀକୁ ବସ ଚଳାଚଳ କରିବନି। ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ଦେବେ,କିନ୍ତୁ ସେଠାରେ ବସିକି କେହି ଖାଇପାରିବେ ନାହିଁ। ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପୂର୍ବଭଳି କଟକଣା ଲାଗୁ ରହିବ।

କାଟେଗୋରୀ -ଏରେ ଥିବା ୨୦ ଜିଲ୍ଲା :

ସୁନ୍ଦରଗଡ ଜିଲ୍ଲା,ଝାରସୁଗୁଡା ଜିଲ୍ଲା,ବରଗଡ ଜିଲ୍ଲା, ସମ୍ବଲପୁର ଜିଲ୍ଲା,ଦେବଗଡ ଜିଲ୍ଲା,କଳାହାଣ୍ଡି ଜିଲ୍ଲା,ବଲାଙ୍ଗୀର ଜିଲ୍ଲା,ନୂଆପଡା ଜିଲ୍ଲା,ସୁବର୍ଣ୍ଣପୁର ଜିଲ୍ଲା,ଗଞ୍ଜାମ ଜିଲ୍ଲା,ଗଜପତି ଜିଲ୍ଲା,କନ୍ଧମାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, କୋରାପୁଟ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,ମାଲକାନଗିରି ଜିଲ୍ଲା,ରାୟଗଡା ଜିଲ୍ଲା,ଅନୁଗୋଳ ଜିଲ୍ଲାଢେଙ୍କାନାଳ ଜିଲ୍ଲା ଓ କେନ୍ଦୁଝର ଜିଲ୍ଳା।

କାଟାଗୋରୀ-ବି ରେ ଥିବା ୧୦ଟି ଜିଲ୍ଲା​‌ :

ଖୋର୍ଦ୍ଧା ଜିଲ୍ଲା,ପୁରୀ ଜିଲ୍ଲା,ନୟାଗଡ଼ ଜିଲ୍ଲା,କଟକ ଜିଲ୍ଲା,ଜଗତସିଂହପୁର ଜିଲ୍ଲା,କେନ୍ଦ୍ରାପଡ଼ା ଜିଲ୍ଲା,ଯାଜପୁର ଜିଲ୍ଲା,ବାଲେଶ୍ବର ଜିଲ୍ଲା,ଭଦ୍ରକ ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା।

Leave a Reply

Your email address will not be published. Required fields are marked *