ଏହି ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ ଅଧିକ କାଟନ୍ତି ମଶା,ଅଧ୍ୟୟନରେ ଖୋଲିଲା ରହସ୍ୟ

ମନସୁନର ମୈସମ ନିଜ ସହ ବହୁ ପ୍ରକାରର ବେମାରୀ ନେଇକରି ଆସିଥାଏ|ଡେଙ୍ଗୁ,ଚିକୁନଗୁନିଆ,ମ୍ୟାଲେରିଆ ଓ ମହଜ୍ଜୁଦ ସମୟରେ ଦେଶର କିଛି ଅଞ୍ଚଳରେ ଜୋରରେ ବଢୁଥିବା ଜିକା ଭାଇରସର ମାମଲା ମଧ୍ୟ ମଶା ଜନିତ ହୋଇଥାଏ|ସାଧାରଣତଃ ଲୋକଙ୍କ ଅଭିଯୋଗ ଥାଏ ଯେ ତାଙ୍କୁ ମଶା ଅଧିକ କାଟେ,କ’ଣ ବାସ୍ତବରେ ମଶା କାଟିବାର କିଛି ରହସ୍ୟ ରହିଛି କି? କ’ଣ ସମ୍ଭବ ଯେ କିଛି ଲୋକଙ୍କୁ ଅଧିକ ମଶା କାଟେ ଓ କିଛି ଲୋକଙ୍କୁ କମ୍?ପ୍ରକୃତରେ ବହୁ ଅଧ୍ୟୟନ ଏହି କଥାକୁ ସମର୍ଥନ କରେ, ଅଧ୍ୟୟନକର୍ତ୍ତାଙ୍କ କହିବାନୁଯାୟୀ ଆମ ତ୍ୱଚାର କିଛି ଜିନିଷ ମଶାକୁ କାଟିବାକୁ ଅଧିକ ଆକର୍ଷିତ କରିପାରେ|

୨୦୧୪ରେ ଟାଇମରେ ପ୍ରକାଶିତ ହୋଇଥିବା ଏକ ଆର୍ଟିକିଲରେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଚିକିତ୍ସକ କୀଟବିଜ୍ଞାନୀ ଓ ମଶା ବିଶେଷଜ୍ଞ ଡକ୍ଟର ଜୋନାଥନ ଡେ କିଛି ଲୋକଙ୍କୁ ମଶା ଅଧିକ କାଟିବାର କାରଣ କହିଥିଲେ|

ଟାଇମରେ ପ୍ରକାଶିତ ହୋଇଥିବା ଏକ ଆର୍ଟିକିଲରେ ଡାକ୍ତର ଜୋନାଥନ କହନ୍ତି ଯେ ଆମର ତ୍ୱଚାରୁ ପ୍ରାକୃତିକ ରୂପରେ ବହୁ ପ୍ରକାରର ରସାୟନ ଉତ୍ପାଦନ ହୋଇଥାଏ|ଏଥିରେ ବିଶେଷ ରୂପରେ ଯେଉଁ ଲୋକଙ୍କ ତ୍ୱଚାରୁ ଲାକ୍ଟିକ ଅମ୍ଳର ଉତ୍ପାଦନ ଅଧିକ ହୋଇଥାଏ ମାନାଯାଏ ସେଭଳି ଲୋକମାନଙ୍କୁ ମଶା ଅଧିକ କାଟେ|ଲାକ୍ଟିକ ଅମ୍ଳ ପ୍ରତି ମଶା ଅଧିକ ଆକର୍ଷିତ ହୋଇଥାଏ|ଏହା ବ୍ୟତୀତ ଅନ୍ୟ ବହୁତ ଜିନିଷ ରହିଛି ଯାହା ମଶାକୁ ଆକର୍ଷିତ କରିଥାଏ ତାହା ହେଲା ଖାସ ବ୍ଲଡ୍ ଗ୍ରୁପ|

ଅଧ୍ୟୟନରେ ରକ୍ତ ଗ୍ରୁପ ଓ ମଶା କାଟିବା ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି|ଅଧ୍ୟୟନ କର୍ତ୍ତାଙ୍କ କହିବାନୁଯାୟୀ ଯେ ପ୍ରମାଣ ଏମିତି ମିଳିଛି ଯେ ଅନ୍ୟ ବ୍ଲଡ ଗ୍ରୁପ ଥିବା ରକ୍ତ ତୁଳନାରେ”ଓ ବ୍ଲଡ ଗ୍ରୁପ”ଥିବା ଲୋକ ମାନଙ୍କ ପ୍ରତି ମଶା ଅଧିକ ଆକୃଷ୍ଟ ହୋଇଥାଏ|ଏଣ୍ଟୋମୋଲୋଜିଷ୍ଟ ଡାକ୍ତର ଜୋନାଥନ କହିଛନ୍ତି ଯେ ମଶା କାର୍ବନ ଡାଇଅକ୍ସାଇଡର ଉପଯୋଗ କରି କାଟିବା ଲୋକଙ୍କୁ ଚିହ୍ନଟ କରେ|ସମସ୍ତ କୋଷିକା କାର୍ବନ ଡାଇଅକ୍ସାଇଡ ଉତ୍ପାଦନ କରେ, ଏମିତି କ୍ଷେତ୍ରରେ କ’ଣ ହେଉଥିବ?

ଗର୍ଭବତୀ ମହିଳା ଓ ଅଧିକ ଓଜନ ଥିବା ଲୋକଙ୍କ ମେଟାବୋଲିକ ରେଟ୍ ଅଧିକ ହୋଇଥାଏ,ଯାହା ତାଙ୍କୁ ମଶା ପାଇଁ ଅଧିକ ଆକର୍ଷିତ କରିଥାଏ|ଏହା ସହ ଗହିରିଆ ରଙ୍ଗର କପଡା ପିନ୍ଧିବା ଏକ କାରକ ହୋଇଥାଏ|

ଅଧ୍ୟୟନରେ ଡାକ୍ତର ଜୋନାଥନ ମଣିଷର ଶରୀର ସମ୍ବନ୍ଧୀୟ ଆଉ କିଛି କାରକ ସମ୍ବନ୍ଧରେ କହିଛନ୍ତି ଯାହାଫଳରେ ମଶା ବେଶି ଆକର୍ଷିତ ହୋଇଥାଏ|ସେ କହିଛନ୍ତି ଯାହାର ଶରୀରର ତାପମାତ୍ରା ଅଧିକ ହୋଇଥାଏ ତାକୁ ମଶା ଅଧିକ କାଟେ|ଏହା ବ୍ୟତୀତ ମଦ ବିଶେଷ ଭାବରେ ବିଅର ପିଉଥିବା ଲୋକଙ୍କୁ ଝାଳରେ ବାହାରୁଥିବା ପାଣିକୁ ମଶା ବେଶି ପସନ୍ଦ କରନ୍ତି|ଯଦି ବେଶି ଝାଳ ବାହାରେ ତେବେ ମଶା ଆକୃଷ୍ଟ ହୋଇଥାନ୍ତି|

 

Leave a Reply

Your email address will not be published. Required fields are marked *