ସରକାରଙ୍କ ଏହି ସୁପରହିଟ ସ୍କିମରେ ଲଗାନ୍ତୁ ୧ ଟଙ୍କା ଏବଂ ପାଆନ୍ତୁ ୨ ଲକ୍ଷ ଟଙ୍କାର ସୁବିଧା, ଜାଣନ୍ତୁ ଏହି ଯୋଜନା ବିଷୟରେ ସବିଶେଷ ତଥ୍ୟ

କେନ୍ଦ୍ର ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ ଅନେକ ଲାଭଜନକ ସ୍କିମ ଚଳାଯାଉଛି | ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ମଧ୍ୟ ଏପରି ଏକ ସୁପରହିଟ ସ୍କିମ ଅଟେ, ଯାହା ଅଧୀନରେ ଆପଣ ପ୍ରତି ମାସରେ ମାତ୍ର ଏକ ଟଙ୍କା କିମ୍ବା ବର୍ଷକୁ କେବଳ ୧୨ ଟଙ୍କା ଜମା କରି ୨ ଲକ୍ଷ ଟଙ୍କାର ଆକ୍ସିଡେଣ୍ଟାଲ ଇନ୍ସ୍ୟୁରାନ୍ସ ପାଇପାରିବେ | ଏହି ଯୋଜନା ବହୁତ କମ ପ୍ରିମିୟମରେ ଜୀବନ ବୀମା ଦେଇଥାଏ | ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି |

ମେ ମାସରେ ପ୍ରିମିୟମ :-

ସୂଚନାଯୋଗ୍ୟ ଯେ କିଛି ବର୍ଷ ପୂର୍ବେ କେନ୍ଦ୍ର ସରକାର ଖୁବ କମ ପ୍ରିମିୟମରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆରମ୍ଭ କରିଥିଲେ | PMSBY ର ବାର୍ଷିକ ପ୍ରିମିୟମ ମାତ୍ର ୧୨ ଟଙ୍କା ଅଟେ | ମେ ମାସ ଶେଷରେ ଏହାର ପ୍ରିମିୟମ ଜମା କରାଯାଇଥାଏ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମେ ୩୧ ତାରିଖରେ ଏହି ରାଶି ନିଜେ ନିଜେ ହିଁ କଟି ଯାଇଥାଏ | ଏଥିପାଇଁ ଆପଣ ଧ୍ୟାନ ଦେବେ ଯେ ଯଦି ଆପଣ PMSBY ନେଇଛନ୍ତି, ତେବେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଖାଲି ରଖନ୍ତୁ ନାହିଁ |

PMSBY ର ନିୟମ ଏବଂ ସର୍ତ୍ତାବଳୀ :-

PMSBY ଯୋଜନାର ଲାଭ ପାଇଁ କିଛି ସର୍ତ୍ତ ଦିଆଯାଇଛି | ଏହାର ଫାଇଦା ନେବାପାଇଁ ଆବେଦନକାରୀଙ୍କ ବୟସ ୧୮-୭୦ ବର୍ଷ ମଧ୍ୟରେ ସ୍ଥିର କରାଯାଇଛି | ଏହି ଯୋଜନାର ବାର୍ଷିକ ପ୍ରିମିୟମ ମାତ୍ର ୧୨ ଟଙ୍କା ଅର୍ଥାତ ପ୍ରତି ମାସରେ କେବଳ ୧ ଟଙ୍କା ଅଟେ | PMSBY ପଲିସିର ପ୍ରିମିୟମ ମଧ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟାଯାଇଥାଏ, ତେଣୁ ବ୍ୟାଙ୍କରେ ବାଲାନ୍ସ ନିଶ୍ଚିତ ରଖନ୍ତୁ | ଏହା ବ୍ୟତୀତ ପଲିସି କିଣିବା ସମୟରେ ବ୍ୟାଙ୍କ ଆକାଉଣ୍ଟକୁ PMSBY ସହିତ ଲିଙ୍କ କରାଯାଇଥାଏ | ଏହି ଯୋଜନା ଅଧୀନରେ ବୀମା କିଣୁଥିବା ଗ୍ରାହକଙ୍କ ଆକ୍ସିଡେଣ୍ଟରେ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ହେଲେ ୨ ଲକ୍ଷ ଟଙ୍କା ତାଙ୍କ ନିର୍ଭରଶୀଳଙ୍କୁ ଦିଆଯାଇଥାଏ |

ରେଜିଷ୍ଟ୍ରେସନ ପ୍ରକ୍ରିୟା :-

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ଯେକୌଣସି ବ୍ୟାଙ୍କର ଶାଖାକୁ ଯାଇ ଏହି ପଲିସୀ ପାଇଁ ଆବେଦନ କରିପାରିବେ | ବ୍ୟାଙ୍କ ମିତ୍ର ମଧ୍ୟ PMSBY ଯୋଜନାକୁ ଘର ଦ୍ୱାରକୁ ପହଞ୍ଚାଉଛନ୍ତି | ଏଥିପାଇଁ ଆପଣ ବୀମା ଏଜେଣ୍ଟ ସହିତ ମଧ୍ୟ ଯୋଗାଯୋଗ କରିପାରିବେ | ସରକାରୀ ବୀମା କମ୍ପାନୀ ଏବଂ ଅନେକ ଘରୋଇ ଇନ୍ସ୍ୟୁରାନ୍ସ କମ୍ପାନୀମାନେ ମଧ୍ୟ ଏହି ଯୋଜନା ବିକ୍ରି କରନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *