ସ୍ତ୍ରୀଠାରେ ବିରକ୍ତ ହୋଇ ୧୪ ମହଲାର ବାଲକୋନୀ ଉପରକୁ ଚଢିଲେ ବ୍ୟକ୍ତି, କହିଲେ – ଛାଡପତ୍ର ଦେଲେ ପୁଅ ସହିତ ତଳକୁ ଡେଇଁ ପଡିବି,ଆଉ ତା ପରେ …..

ସ୍ୱାମୀ-ସ୍ତ୍ରୀଙ୍କ ଲଢେଇ ଅନେକଥର ଏପରି ସିନ କ୍ରିଏଟ କରିଥାଏ, ଯାହା ଆଖପାଖ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ | ରୁଷରେ ମଧ୍ୟ ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀଠାରୁ ପ୍ରତିଶୋଧ ନେବାପାଇଁ ପୁଅର ଜୀବନକୁ ମଧ୍ୟ ବିପଦରେ ପକାଇଦେଲେ | ୧୪ ମହଲା ଉପରକୁ ଚଢି ଏହି ବ୍ୟକ୍ତି ସେଠାରୁ ଡେଇଁ ପଡିବ ବୋଲି ଧମକ ଦେଉଥିଲା | ବହୁତ ସମୟ ଧରି ଏହି ଡ୍ରାମା ଚାଲିଲା ଏବଂ ସ୍ତ୍ରୀ ଆଶ୍ଚର୍ଯ୍ୟ ଏବଂ ବିଚଳିତ ହୋଇ ଦୌଡ଼ା ଦୌଡ଼ି କରୁଥିଲେ |

Olga Terenteva ନାମକ ଜଣେ ୪୦ ବର୍ଷ ବୟସ୍କା ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀ ସହ ଝଗଡା ପରେ ତାଙ୍କଠାରୁ ପ୍ର-ତି-ଶୋ-ଧ ନେବାକୁ ପୁଅକୁ ବ୍ୟବହାର କରିଥିଲେ | ପୁଅକୁ କୋଳରେ ନେଇ ୩୫ ବର୍ଷିୟ Roman Terentyev ୧୪ ମହଲାର ବାଲକୋନୀ ଉପରକୁ ଚଢ଼ିଗଲେ ଏବଂ ସେଠାରୁ ଡେଇଁବାକୁ ଧମକ ଦେବାକୁ ଲାଗିଲେ | ତାଙ୍କର ଅ-ଭି-ଯୋ-ଗ ଥିଲା ଯେ ତାଙ୍କ ସ୍ତ୍ରୀ ଅବିଶ୍ୱାସୀ ଅଟେ |

ଅଢେଇ ଘଣ୍ଟା ଧରି ଚାଲିଲା ଡ୍ରାମା :-

Roman Terentyev ଙ୍କ ଏହି ଡ୍ରାମା ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା ​​| ପୁଅକୁ ହାତରେ ଧରି ସେ ୧୪ ତମ ମହଲାର ବାଲକୋନୀରେ ରହିଥିଲେ | ତାଙ୍କ ସ୍ତ୍ରୀ Olga Terenteva ପୁଅକୁ ଏହି ଅବସ୍ଥାରେ ଦେଖି ବହୁତ ଡରିଗଲେ | ସେ ପୋଲିସକୁ ଫୋନ କଲେ | ଏହି ଡ୍ରାମା ଅନେକ ସମୟ ଧରି ଚାଲିବା ପରେ ଶେଷରେ ପୋଲିସ ସେଠାରେ ପହଞ୍ଚିଥିଲା, ତା’ପରେ ଯାଇ ସ୍ୱାମୀ ପିଲାଟିକୁ ଛାଡିଦେଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା | ସ୍ତ୍ରୀ ଅ-ଭି-ଯୋ-ଗ କରିଛନ୍ତି ଯେ ସ୍ୱାମୀ ଗୋଟିଏ ଦିନ ପୂର୍ବରୁ ହିଁ ପୁଅକୁ କିଡନାପ କରି ନେଇଥିଲେ ଏବଂ ତାଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଉଥିଲେ |

ସ୍ତ୍ରୀ ଉପରେ କଲେ ଅବିଶ୍ୱାସର ଅ-ଭି-ଯୋ-ଗ :-

Roman Terentyev ନିଜ ସ୍ତ୍ରୀ ଉପରେ ଅବିଶ୍ୱାସର ଅ-ଭି-ଯୋ-ଗ କରିଛନ୍ତି | ମିଡ଼ିଆ ରିପୋର୍ଟସ ଅନୁଯାୟୀ, ସେ ଆପାର୍ଟମେଣ୍ଟରେ ହିଡେନ କ୍ୟାମେରା ଲଗାଇ ସେ ନିଜ ସ୍ତ୍ରୀ ଉପରେ ନଜର ମଧ୍ୟ ରଖିଥିଲେ | ସେହିପରି ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ଏସବୁ ସେତେବେଳେ କଲେ, ଯେତେବେଳେ ସେ ଛାଡପତ୍ର ମାଗିଥିଲେ | ପଡ଼ୋଶୀମାନେ ଯେତେବେଳେ ପିଲାଟିକୁ ନିଜ ବାପା ସହିତ ସକାଳେ ଝରକାରେ ଥିବାର ଦେଖିଲେ, ସେମାନେ ପୋ-ଲି-ସ-କୁ କଲ କରିଥିଲେ | ବର୍ତ୍ତମାନ ପୋ-ଲି-ସ ମହିଳାଙ୍କ ସ୍ୱାମୀଙ୍କୁ ଗି-ର-ଫ କରିନେଇଛି ଏବଂ ତାଙ୍କ ଉପରେ ଛୋଟ ପିଲାକୁ ମା-ରି-ବା-ର ଯୋଜନା ତିଆରି କରିଥିବାର ଚାର୍ଜ ଲଗାଯାଇଛି | ସ୍ୱାମୀ ଉପରେ ନିଜର ୧୯ ବର୍ଷର ଦ୍ୱିତୀୟ ସାବତ ପୁଅକୁ ୬ ଘଣ୍ଟା ଧରି ବନ୍ଧକ ରଖିବା ଏବଂ ତାଙ୍କୁ ଆ-କ୍ର-ମ-ଣ କରିଥିବାର ମଧ୍ୟ ଅଭିଯୋଗ କରାଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *