ଯାହା ରୋହିତ ଶର୍ମା ଓ କୋହଲି ମଧ୍ୟ ଭାବି ପାରିବେନାହିଁ, ସେମିତିକା ରେକର୍ଡ ଗେଲ ୪୧ ବର୍ଷ ବୟସରେ କରିକି ଦେଖାଇଛନ୍ତି

କ୍ରିସ ଗେଲଙ୍କର 38 ବଲରେ 67 ରନ ସହାୟତାରେ ୱେଷ୍ଟଇଣ୍ଡିଜ ତୃତୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚରେ 6 ଉଇକେଟରେ ପରାଜୟ କରି ପାଞ୍ଚମ୍ୟାଚ ବିଶିଷ୍ଟ t-20 ସିରିଜକୁ 3-0ରେ ଜିତିଯାଇଛି। ଏହି ମ୍ୟାଚରେ ଗେଲ ଏକ ଏମିତି ରେକର୍ଡ଼ ବନାଇଛନ୍ତି ଯାହା ବିଷୟରେ କେହି ଭାବି ପାରୁନାହାଁନ୍ତି।

ଗେଲ ବନାଇଲେ କେତେକ ରେକର୍ଡ଼:-

ଅଷ୍ଟ୍ରେଲିଆ ବିପକ୍ଷରେ ତାବଡ଼ତୋଡ଼ ପାଳି ଖେଳିଥିବା ଗେଲ କେତେକ ବଡ଼ ରେକର୍ଡ଼ ବନାଇଛନ୍ତି। ଗେଲଙ୍କ ନାମରେ t-20 କ୍ରିକେଟରେ 14 ହଜାର ରୁ ଅଧିକ ରନ ହୋଇସାରିଛି। ଗେଲ ଏମିତି କରିବାରେ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ମଧ୍ୟ ହୋଇଯାଇଛନ୍ତି। ଏହାବ୍ୟତୀତ ଗେଲ ସବୁଠାରୁ ଅଧିକ ବୟସରେ ଅର୍ଧଶତକ ମାରିବାରେ ପ୍ରଥମ ଖେଳାଳି ହୋଇଯାଇଛନ୍ତି। ଗେଲ ଏହିସମୟରେ 41 ବର୍ଷ ବୟସର ହୋଇଯାଇଛନ୍ତି। ସେ ପାକିସ୍ତାନର ହାଫିଜଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ଯିଏକି 40 ବର୍ଷ ବୟସରେ ଏହି କାରନାମା ନିଜ ନାମରେ କରିଥିଲେ।

ଗେଲ ଙ୍କ ନାମରେ t-20 ଫର୍ମାଟରେ ବର୍ତ୍ତମାନ 14038 ରନ ହୋଇସାରିଛି। ଏହାବ୍ୟତୀତ ସେ ଏହି ଫର୍ମାଟରେ 22 ଶତକ ମଧ୍ୟ ହାସଲ କରିଛନ୍ତି। ଏହାମଧ୍ୟ କୌଣସି ସ୍ବପ୍ନରୁ ମଧ୍ୟ କମ ନୁହେଁ। କାରଣ t-20 କ୍ରିକେଟରେ ଦୁଇରୁ ତିନୋଟି ଶତକ ମଧ୍ୟ ମାରିବା ବହୁତ ବଡ଼ ହୋଇଥାଏ। ଏମିତିରେ କ୍ରିସ ଗେଲ 20 ରୁ ଅଧିକ ଶତକ ମାରି ଏହି କାରନାମା ନିଜ ନାମରେ କରିଛନ୍ତି।

ୱେଷ୍ଟଇଣ୍ଡିଜ ଜିତିଲା ମ୍ୟାଚ:-

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 141 ରନ କରିପାରିଥିଲା। ୱେଷ୍ଟଇଣ୍ଡିଜ ମାତ୍ର 31 ବଲ ବଳକା ରହି 142 ରନ କରି ମ୍ୟାଚ ଜିତି ନେଇଥିଲା। କାମଚଳା ଅଧିନାୟକ ନିକୋଲାସ ପୂରଣ 27 ବଲରୁ 33 ରନ କରି ଅପରାଜିତ ରହିଥିଲେ। କିନ୍ତୁ ସେଣ୍ଟ ଲୁସିଆରେ ଖେଳାଯାଇଥିବା ଏହି ମ୍ୟାଚ ପୂର୍ବ ଅଧିନାୟକ ଗେଲ ଙ୍କ ନାମରେ ରହିଥିଲା। ବାମହାତୀ ଏହି ବ୍ୟାଟ୍ସମ୍ୟାନ ସାତଟି ଛକା ଓ ଚାରୋଟି ଚୌକା ମାରିଥିଲେ। ଏହି 41 ବର୍ଷୀୟ ବ୍ୟାଟ୍ସମ୍ୟାନ ମାର୍ଚ୍ଚ 2016 ମସିହାରେ ଇଂଲଣ୍ଡ ବିପକ୍ଷରେ ନଟ ଆଉଟ 100 କରିବା ପରେ t-20 ଅନ୍ତରାଷ୍ଟ୍ରୀୟରେ ପ୍ରଥମ ଥର 50 ରନ ସଂଖ୍ୟା ପାର କରିଲେ।

ଗେଲ ଙ୍କ ତାବଡ଼ତୋଡ଼ ବ୍ୟାଟିଂ:-

ଗେଲ ଦ୍ଵିତୀୟ ଓଭରରେ ଜୋଶ ହେଜଲଉଡ଼ଙ୍କ ଓଭରରେ ଛକା ଓ ତିନୋଟି ଚୌକା ମାରି ନିଜର ତେଭର ଦେଖାଇଥିଲେ। ସେ 11 ତମ ଓଭରରେ ଅଦାମ ଜମ୍ପାଙ୍କ ଓଭରରେ 3ଟି ଛକା ମାରି ନିଜର ଅର୍ଧଶତକ ପୂରଣ କଲେ। ଗେଲ କହିଥିଲେ ତାଙ୍କର ଲକ୍ଷ୍ୟ ବର୍ତ୍ତମାନ t-20 ବିଶ୍ୱକପ ଉପରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *