ଦେଖନ୍ତୁ ଭିଡିଓ : ଯଦି ଆପଣ ବିରାଟ କୋହଲିଙ୍କୁ ଗର୍ବୀ ବୋଲି କହୁଛନ୍ତି ତାହେଲେ ଏହି ଭିଡ଼ିଓ ଆପଣଙ୍କ ଚିନ୍ତାଧାରା ବଦଳାଇ ଦେବ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମୈଦାନରେ ନିଜର ଆକ୍ରମକ ସ୍ଵଭାବ ପାଇଁ ବେଶ ପରିଚିତ। ଏହି କାରଣ ପାଇଁ ତାଙ୍କୁ ସର୍ବଦା ଗର୍ବୀ ଓ କ୍ରୋଧି କୁହାଯାଇଥାଏ, କିନ୍ତୁ ଏହି ଭିଡ଼ିଓ ଆପଣଙ୍କ ଭାବନା ବଦଳାଇ ଦେବ।

ବିରାଟ ଙ୍କ ପାଇଁ ବ୍ୟାରିଗେଟ ଭାଙ୍ଗି ଆସିଲେ ଫ୍ୟାନ:-

ବିରାଟ କୋହଲିଙ୍କ ସହ ଜଡ଼ିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଫ୍ୟାନ ବ୍ୟାରିଗେଟକୁ ଭାଙ୍ଗି ମୈଦାନ ଭିତରକୁ ପ୍ରବେଶ କରୁଛି। ସେ ବହୁତ ଜୋରରେ ଦୌଡ଼ି ବିରାଟଙ୍କ ପାଖରେ ପହଞ୍ଚି ଯାଉଛି। ଏହିସମୟରେ ସୁରକ୍ଷାକର୍ମୀ ମୈଦାନକୁ ବହୁତ ଜଲଦି ତାଙ୍କୁ ବାହାର କରିବାକୁ ଆସୁଛନ୍ତି।

କୋହଲି ଫ୍ୟାନଙ୍କୁ କଲେ ପ୍ରୋଟେକ୍ଟ:-

ସୁରକ୍ଷାକର୍ମୀଙ୍କୁ ମୈଦାନ ଭିତରକୁ ପ୍ରବେଶ କରୁଥିବାର ଦେଖି ବିରାଟ କୋହଲି କର୍ମୀଙ୍କୁ ଫ୍ୟାନଙ୍କ ଉପରେ କୌଣସି ପଦକ୍ଷେପ ନଉଠାଇବାକୁ ଇଶାରା ଦେଇଥିଲେ। ଏହିପରି ଭାବରେ ଭାରତୀୟ ଅଧିନାୟକ ତାଙ୍କର ସୁରକ୍ଷା କରିଥିଲେ। ସୋସିଆଲ ମିଡିଆରେ କୋହଲିଙ୍କ ଏହି ଅନ୍ଦାଜ ଲୋକଙ୍କୁ ବହୁତ ପସନ୍ଦ ଆସୁଛି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by @telugu_viratians

କାରିବିଆନ ଖେଳାଳି କହିଥିଲେ ଗର୍ବୀ:-

ଆପଣଙ୍କୁ ଜଣାଇଦେଉଛୁ କି, ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଲେଣ୍ଡଲ ସିମନ୍ସ କୋହଲିଙ୍କୁ ଗର୍ବୀ କହିଥିଲେ। କିନ୍ତୁ କିଛି କ୍ରିକେଟର୍ସଙ୍କ କହିବା ହେଲା କି, କୋହଲି ମୈଦାନ ଭିତରେ ଓ ବାହାରେ ବହୁତ ଅଲଗା ବ୍ୟକ୍ତି ଅଟନ୍ତି।

ବିରାଟ ଙ୍କୁ ଡରନ୍ତି ବିପକ୍ଷ ଖେଳାଳି:-

ବିରାଟ କୋହଲି ଯେବେଠାରୁ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ସେବେଠାରୁ ପ୍ରତପକ୍ଷ ଖେଳାଳି ଭାରତୀୟ ଖେଳାଳିଙ୍କୁ ଚିଡାଇବାକୁ ଡରୁଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ ତାଙ୍କ ଖେଳାଳି ମାନଙ୍କୁ କହିଥିଲେ କି, ସେ ବିରାଟ କୋହଲିଙ୍କୁ ଚିଡାଇବେ ନାହିଁ କାରଣ କୋହଲି କ୍ରୋଧରେ ବହୁତ ଭଲ ପ୍ରଦର୍ଶନ କରିଥାଆନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *