ରୋହିତ ଶର୍ମାଙ୍କ ଅଧିନାୟକତାରେ ଦେଖାଯାଉଛି ଏମଏସ ଧୋନୀଙ୍କ ଝଲକ,ଇଶାରାରେ ଏହି ପୂର୍ବ ଖେଳାଳୀ କୋହଲିଙ୍କୁ କଲେ କଟାକ୍ଷ

ବିରାଟ କୋହଲି ହୁଏତ ଦୁନିଆର ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି କିନ୍ତୁ ତାଙ୍କର ଅଧିନାୟକତ୍ୱକୁ ନେଇ ସର୍ବଦା ବିବାଦ ଜାରି ରହିଛି। କେତେଥର କେତେକ ପ୍ରସିଦ୍ଧ ଖେଳାଳି ତାଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ସ୍ୱର ଉଠାଇଛନ୍ତି। ସେହିପରି କିଛି ଖେଳାଳିଙ୍କ ମାନିବା ହେଉଛି ରୋହିତ ଶର୍ମା ବିରାଟ କୋହଲିଙ୍କ ଠାରୁ ଭଲ ଅଧିନାୟକ ଅଟନ୍ତି ଓ ତାଙ୍କୁ ଜାତୀୟ ଦଳର ଅଧିନାୟକ ପଦ ଦେବା ଆବଶ୍ୟକ।

ରୋହିତଙ୍କ ଠାରେ ଦେଖାଯାଉଛି ଧୋନୀଙ୍କ ଝଲକ:-

ରୋହିତ ଶର୍ମାଙ୍କୁ ନେଇ ପୂର୍ବ ଓପନର ଆକାଶ ଚୋପ୍ରା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କି, ରୋହିତଙ୍କ ଅଧିନାୟକତ୍ୱରେ ତାଙ୍କୁ ଧୋନୀଙ୍କ ଝଲକ ଦେଖିବାକୁ ମିଳିଥାଏ। ଆକାଶଙ୍କ ମାନିବା ହେଉଛି କି, ରୋହିତ କିଛି ଦୃଷ୍ଟିରୁ ଧୋନୀଙ୍କ ପରି ଅଧିନାୟକତ୍ୱ କରୁଛନ୍ତି। ସେ ରୋହିତଙ୍କ କ୍ୟାପଟେନ୍ସିକୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି।

କାହିଁକି ବିରାଟଙ୍କ ଠାରୁ ରୋହିତ ଭଲ? :-

ଆକାଶ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ କି, ଧୋନୀଙ୍କ ପରି ଆପଣ ମଧ୍ୟ ରୋହିତଙ୍କ ମୁହଁକୁ ଦେଖି ଜାଣି ପାରିବେନାହିଁ ଯେ ତାଙ୍କ ମନରେ ଏବେ କଣ ଚାଲୁଛି। ତାଙ୍କ ମନରେ ଧୋନୀଙ୍କ ପରି ଏକ କାଲକୁଲେଟର ଚାଲିଥାଏ। ସେ ଖେଳରେ ସର୍ବଦା ନିଜର ନିୟନ୍ତ୍ରଣ ବନାଇ ରଖିଥାନ୍ତି। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ କେବେ କେବେ ଭାରତୀୟ ଦଳର ଅଧିନାୟକ କରିବା ବେଳେ ଆପଣ ଦେଖିବାକୁ ପାଇବେ କି, ସେ ଖେଳକୁ ବହୁତ ଭଲ ଭାବରେ ବୁଝିଥାନ୍ତି।

ରୋହିତ ୫ ଥର ମୁମ୍ବାଇ କୁ ବିଜେତା କରାଇଛନ୍ତି:-

ରୋହିତ ଶର୍ମା ଆଇପିଏଲରେ ସବୁଠାରୁ ସଫଳତମ ଅଧିନାୟକ ଅଟନ୍ତି। ରୋହିତଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥରଆଇପିଏଲ ଟ୍ରଫି ଜିତିବାରେ ସଫଳତା ଲାଭ କରିଛି। ମୁମ୍ବାଇ 2013,2015,2017,2019 ଓ 2020ରେ ଆଇପିଏଲ ଚମ୍ପିୟାନ ହୋଇସାରିଛି। ମୁମ୍ବାଇ ଓ ରୋହିତଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ଦଳ ଓ କୌଣସି ଖେଳାଳି ଅତ୍ୟଧିକ ଆଇପିଏଲ ଟ୍ରଫି ଜିତି ନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *