କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଉପହାର, ଘର ବନାଇବାକୁ House Building Advance ଦେଉଛନ୍ତି ସରକାର

କେନ୍ଦ୍ର ସରକାର ନିଜର 52 ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କାଳରେ ହାଉସ ବିଲ୍ଡିଂ ଆଡ଼ଭାନ୍ସର ଘୋଷଣା କରିଛନ୍ତି। ଏହାର ଘୋଷଣା କରୋନା ଆସିବାପରେ ଜୁନ 2020 ରେ ହୋଇଥିଲା। ଏହି ସ୍କିମରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କୁ ଘର ବନାଇବାକୁ ଶସ୍ତା ଦରରେ ଫଣ୍ଡର ଘୋଷଣା କରିଛନ୍ତି।

ଜାଣନ୍ତୁ ସ୍କିମ କଣ ରହିଛି:-

House Building Advance ସ୍କିମ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ 52 ଲକ୍ଷ କର୍ମଚାରୀ କେବଳ 7.9 ପ୍ରତିଶତ ଦରରେ ଘର ବନାଇବାକୁ ଫଣ୍ଡ ନେଇପାରନ୍ତି। ଧ୍ୟାନରେ ରଖନ୍ତୁ ଏହି ସ୍କିମର ଫାଇଦା ଆପଣ କେବଳ ମାର୍ଚ୍ଚ 31 2022 ପର୍ଯ୍ୟନ୍ତ ଉଠାଇ ପାରିବେ। ଏହି ସ୍ପେଶାଲ ସ୍କିମ ଅକ୍ଟୋବର 1 ତାରିଖ 2021 ରୁ ଆରମ୍ଭ କରାଯିବ। ସେପ୍ଟେମ୍ବର 2020 ମସିହାରେ ବିତ୍ତମନ୍ତ୍ରୀ ନିର୍ମଳା ସିତା ରମନ ହାଉସ ବିଲ୍ଡିଂ ଆଡ଼ଭାନ୍ସ ପାଇଁ ସୁଧ ରାଶି ହ୍ରାସ କରିଛନ୍ତି। ବିହାତ ଦିନରେ ସପ୍ତମ ବାର୍ଷିକ ବେତନ ଆୟୋଗକୁ ଧ୍ୟାନରେ ରଖି ହାଉସ ବିଲ୍ଡିଂ ଆଡ଼ଭାନ୍ସରେ ରିଭିଜନ ମଧ୍ୟ କରାଯାଇଛି।

ଘର ବିସ୍ତାର ପାଇଁ ଅଧିକତମ 10 ଲକ୍ଷ ଟଙ୍କା :-

ଯଦି ଆପଣଙ୍କ ଘର ପୂର୍ବରୁ ବନାଯାଇଛି ଓ ଆପଣ ଏହାକୁ ମୋଡ଼ିଫାଏ କରିବାକୁ ଚାହାଁନ୍ତି ତାହେଲେ ଆପଣଙ୍କୁ ଆଡ଼ଭାନ୍ସ 10 ଲକ୍ଷ ଟଙ୍କା ବେସିକ ସାଲାରୀର 34 ଗୁଣା ଓ ଘରର ବିସ୍ତାରରେ ହେବାକୁ ଥିବା ସମସ୍ତ ଖର୍ଚ୍ଚରେ ରାଶି ଆପଣଙ୍କୁ ଆଡ଼ଭାନ୍ସ ରୂପରେ ଦିଆଯିବ। ଏହି ଲୋନର ସବୁଠାରୁ ବଡ଼ ଭଲ କଥାଟି ହେଉଛି ଆଡ଼ଭାନ୍ସର ଭରଣା 20 ବର୍ଷରେ କରାଯାଇ ପାରିବ। ଏହା ପ୍ରଥମରୁ 15 ବର୍ଷ ପର୍ଯ୍ୟନ୍ତ 180 ଇଏମଆଇରେ ଭରଣା କରିବାର ଥିଲା। ଏଥିପାଇଁ ହାଉସ ବିଲ୍ଡିଂ ଆଡ଼ଭାନ୍ସ ଉପରେ ନେଟ ରିଟର୍ଣ୍ଣ ବହୁତ କମ ହେବ।

ସ୍କିମ ର ସର୍ତ୍ତ:-

ଏହି ଲୋନକୁ ନେବାପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଯେମିତିକି କିଛି ଟେମ୍ପୋରାରୀ କର୍ମଚାରୀ ଲଗାତାର 5 ବର୍ଷରୁ ଅଧିକ କାମ କରିଛନ୍ତି ତାଙ୍କୁ ହାଉସ ବିଲ୍ଡିଂର ଫାଇଦା ମିଳିବ। ଘରର ନିର୍ମାଣ ନିଜ ଜମିରେ ନିର୍ମାଣ କରାଇବା ଜରୁରୀ ଅଟେ। ଯଦି ଘରର ବିସ୍ତାର କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଏହି ଆଡ଼ଭାନ୍ସର ବ୍ୟବହାର କରିପାରିବେ। ଏହାର ଫାଇଦା କେବଳ ପରମାନେଣ୍ଟ କର୍ମଚାରୀଙ୍କୁ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *