ଲାଇଟ ଚାଲିଯିବାରୁ ଜେନେରେଟର ଚାଲୁ କରାଗଲା, ତା ପରେ ବାହାଘର ହେଉଥିବା ନବଦମ୍ପତିଙ୍କ ସମେତ ୬ ଜଣଙ୍କର ହେଲା ମୃ-ତ୍ୟୁ

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଥିବା ଦୁର୍ଗାପୁର ଠାରେ ଗୋଟିଏ ପରିବାରର 6 ଜଣଙ୍କ ମୃ-ତ୍ୟୁ-କୁ ନେଇ ଚର୍ଚ୍ଚାର ବିଷୟ ଖେଳିଯାଇଛି। କୁହାଯାଉଛି କି, ଲାଇଟ ଚାଲିଯିବା କାରଣରୁ ସାରା ପରିବାର ଜେନେରେଟର ଲଗାଇ ଶୋଇଥିଲେ। ଏହିସମୟରେ ଜେନେରେଟରର ଧୂଆଁ ସମ୍ପୂର୍ଣ୍ଣ ରୁମ୍ ରେ ଖେଳିଯାଇଥିଲା ଓ ନିଶ୍ୱାସ ନନେଇପାରିବାରୁ ପରିବାରରେ 6 ଜଣଙ୍କ ମୃ-ତ୍ୟୁ ହୋଇଗଲା ଓ ଜଣେ ସଦସ୍ୟଙ୍କ ମୃ-ତ୍ୟୁ ହୋଇଗଲା ଓ ଜଣେ ସଦସ୍ୟଙ୍କ ଅବସ୍ଥା ଭୀଷଣ ରହିଛି। ମୃତକଙ୍କ ମାନଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି। 15 ଦିନ ପୂର୍ବରୁ ଘରେ ଏକ ବିବାହ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ନବ ବିବାହିତ ବର ଓ କନ୍ୟାଙ୍କର ମଧ୍ୟ ମୃ-ତ୍ୟୁ ହୋଇଗଲା।

ଚନ୍ଦ୍ରପୁର ସହରକୁ ଲାଗିଥିବା ଦୁର୍ଗାପୁର ର ୱାର୍ଡ ନମ୍ବର୍ 3 ରେ ଜେନେରେଟର ଧୂଆଁରେ ନିଶ୍ୱାସ ନନେଇ ପାରି ପରିବାରର 6 ଜଣଙ୍କ ମୃ-ତ୍ୟୁ ହୋଇଗଲା। ଦୁର୍ଗାପୁରରେ ରହୁଥିବା ପେଶାରେ କଣ୍ଟ୍ରାକ୍ଟର ରମେଶ ଲସ୍କର ସମେତ 6 ଜଣଙ୍କର ମୃ-ତ୍ୟୁ ହୋଇଛି।

କୁହାଯାଉଛି କି, ବିଗତ ରାତିରେ କରେଣ୍ଟ ଚାଲିଯିବାରୁ ଜେନେରେଟର ଲଗାଇ ସାରା ପରିବାର ଶୋଉଥିଲା। ବର୍ଷା କାରଣରୁ ଜେନେରେଟରକୁ ଘରେ ରଖାଯାଇଥିଲା। ଯେଉଁଥିପାଇଁ ଜେନେରେଟରର ଧୂଆଁ ସାରା ଘର ଭିତରେ ବ୍ୟାପିଯାଇଥିଲା ଓ ଗଭୀର ନିଦ୍ରାରେ ଶୋଇ ରହିଥିବା ଲସ୍କରଙ୍କ ପରିବାରର 6 ଜଣ ସଦସ୍ୟଙ୍କ ନିଶ୍ୱାସ ନ ନେବାରୁ ମୃତ୍ୟୁ ହୋଇଗଲା।

ଘଟଣାର ଖୁଲାସା ହେବାପରେ ଘରର ସମସ୍ତ ସଦସ୍ୟଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ଡ଼କ୍ଟର 6 ଜଣଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ ଓ ଜଣଙ୍କ ଅବସ୍ଥା ସିରିୟସ କୁହାଯାଇଥିଲା। ମୃ-ତ-କ-ଙ୍କ ମଧ୍ୟରୁ 45 ବର୍ଷୀୟ ରମେଶ ଲସ୍କର, 21 ବର୍ଷୀୟ ଅଜୟ ଲସ୍କର, 10 ବର୍ଷୀୟ ଲଖାନ ଲସ୍କର, 8 ବର୍ଷୀୟ କୃଷ୍ନା ଲସ୍କର, 14 ବର୍ଷୀୟ ପୂଜା ଲସ୍କର, 20 ବର୍ଷୀୟ ମାଧୁରୀ ଲସ୍କର ଓ 40 ବର୍ଷୀୟ ମହିଳା ଲସ୍କରୀ ଅବସ୍ଥା ବହୁତ ଗମ୍ଭୀର ରହିଛି। ଯାହାର ବର୍ତ୍ତମାନ ଚିକିତ୍ସା ଚାଲୁଛି।

ଜୁନ 28 ତାରିଖରେ ଅଜୟ ଓ ମାଧୁରୀଙ୍କ ବିବାହ ହୋଇଥିଲା। ବିବାହ ପରେ ନବବଧୁ ମାଧୁରୀ ନିଜର ବାପଘରକୁ ଯାଇଥିଲେ। କିନ୍ତୁ ସୋମବାର ଦିନ ତାଙ୍କୁ ତାଙ୍କ ବାପଘରୁ ଫେରାଇ ଆଣିଥିଲେ। ମଙ୍ଗଳବାର ଦିନ ସକାଳେ ଏହି ଯନ୍ତ୍ରଣା ଦାୟକ କାଣ୍ଡ ଘଟିଗଲା।

ପଡୋଶୀଙ୍କ ମୁତାବିକ, ସକାଳ ହେବାପରେ ଘରର କବାଟ ଖୋଲିନଥିଲା ଓ କେହି ବାହାରକୁ ବାହାରି ନଥିଲେ ସେଥିପାଇଁ ପଡୋଶୀଙ୍କୁ ଆଶଙ୍କା ହୋଇଥିଲା। ପଡୋଶୀ ମାନେ କବାଟ ବାଡେଇଲେ କିନ୍ତୁ କୌଣସି ଶବ୍ଦ ଭିତରୁ ଆସିନଥିଲା। ବହୁତ ବିଳମ୍ବ ପର୍ଯ୍ୟନ୍ତ ଏହା ଚାଲିଥିଲା। ଏହାପରେ ପଡୋଶୀ ଘରର କବାଟ ଭାଙ୍ଗି ଦେଇଥିଲେ ଓ ସବୁକିଛି ସେମାନଙ୍କ ଆଖି ଆଗରେ ଥିଲା।

ପରିବାରର ସମସ୍ତ ସଦସ୍ୟ ବେହୋସ ପଡ଼ିଥିଲେ ଓ ସାରା ଘରେ ଜେନେରେଟର ଧୂଆଁ ଖେଳିଯାଇଥିଲା। ଧୂଆଁ ଗ୍ୟାସ ମଧ୍ୟ ଆସୁଥିଲା। ପଡୋଶୀ ତୁରନ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ହସ୍ପିଟାଲ ପହଞ୍ଚାଇଲେ। ଡ଼କ୍ଟର 6 ଜଣଙ୍କୁ ମୃ-ତ ଘୋଷିତ କରିଥିଲେ ଓ ଜଣଙ୍କର ଚିକିତ୍ସା ବର୍ତ୍ତମାନ ଜାରି ରହିଛି।

କୁହାଯାଉଛି ରମେଶ ଜଣେ ଠିକାଦାର ଥିଲେ। ତାଙ୍କର ଏଠାରେ ଜେନେରେଟର ଲଗାଥିଲା। ସୋମବାର ରାତି 8 ଘଟିକା ସମୟରେ ଲାଇଟ ଚାଲିଯିବାରୁ ସେ ରାତିର 10 ଘଟିକା ସମୟରେ ଡିଜେଲରେ ଜେନେରେଟର ଷ୍ଟାର୍ଟ କରିଥିଲେ। ଜେନେରେଟର ରୁ ବାହାରୁଥିବା ଧୂଆଁରେ ଏହା ହୋଇଥିଲା। ଘଟଣା ସମ୍ପର୍କରେ ପୋ-ଲି-ସ ଜାଣିବାକୁ ପାଇବା ପରେ ତୁରନ୍ତ ଘ-ଟ-ଣା-ସ୍ଥ-ଳ-କୁ ଯାଞ୍ଚ ପାଇଁ ଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.