ରାଜ୍ୟସଭା ଟିଭି ଦେଖିକି ଯୁବତୀ ଗୋଟିଏ ଥରରେ ପାଇଲେ ଆଇଏଏସ୍,ଜାଣନ୍ତୁ କିପରି ?

ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏତେ ସହଜ ନୁହେଁ|ଏହା ସବୁଠାରୁ କଠିନ ପରୀକ୍ଷା ମଧ୍ୟରେ ଅନ୍ୟତମ|ଲୋକମାନେ ଏହାର ପ୍ରସ୍ତୁତି ବହୁବର୍ଷ ପୂର୍ବରୁ ଆରମ୍ଭ କରିଥାନ୍ତି|ତଥାପି ତାଙ୍କ ପାଖରେ ହେବାର ଗ୍ୟାରେଣ୍ଟି ନଥାଏ|ଏମିତିରେ ମୁଁ ଆଜି ଏମିତି ଏକ ଯୁବତୀଙ୍କ ସହ ମିଳେଇବାକୁ ଯାଉଛି ଯିଏ ପ୍ରଥମ ପ୍ରୟାସରେ କେବଳ ୟୁପିଏସି କ୍ଲିୟର କରିନଥିଲେ ତା ସହ ୫ ରେଙ୍କ ଆଣିଥିଲେ|ଏତିକି ନୁହେଁ ସେ ତାଙ୍କ ପ୍ରସ୍ତୁତି ଇଞ୍ଜିନିୟରିଂ କରି କରିଥିଲେ|ଆସନ୍ତୁ ଜାଣିବା ତାଙ୍କର ଏହି ସଫଳତାର କାହାଣୀ:

ଇଏ ହେଉଛନ୍ତି ସୃଷ୍ଟି ଜୟନ୍ତ ଦେଶମୁଖ|ସେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବାସିନ୍ଦା|ସେ ୨୦୧୮ ୟୁପିଏସି ପରୀକ୍ଷାରେ ସର୍ବଭାରତୀୟ ୫ମ ରେଙ୍କ ହାସଲ କରିଥିଲେ|ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ୧ ନମ୍ବରରେ ଥିଲେ|ଏହା ତାଙ୍କ ପ୍ରଥମ ପ୍ରୟାସ ଥିଲା ଓ ସେ କ୍ଲିୟର କରିଥିଲେ|

ଆଶ୍ଚର୍ଯ୍ୟର କଥା ଏହା ଯେ ସେ ତାଙ୍କ ଇଞ୍ଜିନିୟରିଂ ଓ ୟୁପିଏସି ପରୀକ୍ଷା ଏକାବେଳେ କ୍ଲିୟର କରିଥିଲେ|ସେ ଯେତେବେଳେ ଇଞ୍ଜିନିୟରିଂର ତୃତୀୟ ଵର୍ଷ କରୁଥିଲେ ତ ତାଙ୍କ ମନରେ ବିଚାର ଆସିଲା ଯେ ସେ ଏକ ସାଧାରଣ ଚାକିରି କରି ନିଜର ଜୀବନ ବିତାଇପାରିବେ ନାହିଁ|ଏମିତିରେ ଆଇଏଏସ୍ ବନିବାର ଭାବନା ସୃଷ୍ଟି ହେଲା ଓ ୟୁପିଏସି ପ୍ରସ୍ତୁତି କଲେ|

ଯେତେବେଳେ ତାଙ୍କୁ ପଚରାଗଲା ତୁମେ ଇଞ୍ଜିନିୟରିଂ ଓ ୟୁପିଏସି ପରୀକ୍ଷା ଏକାବେଳେ କେମିତି ମ୍ୟାନେଜ କଲ, ତାଙ୍କ ଉତ୍ତର ଥିଲା ଦୁହିଁଙ୍କୁ ମ୍ୟାନେଜ କରିବା କଷ୍ଟକର ଥିଲା|ସେ ଅଧିକାଂଶ ଓ ଅଧିକ ସମୟ ୟୁପିଏସିରେ ଦେଇଥିଲେ|ଇଞ୍ଜିନିୟରିଂ ପରୀକ୍ଷାର ଦେଢ ମାସ ପୂର୍ବରୁ ତାକୁ ପ୍ରସ୍ତୁତ କରିଦେଉଥିଲେ|

ତାଙ୍କ ସଫଳତାର ଶ୍ରେୟ ମାତା ପିତାଙ୍କ ପାଖରେ ରହିଛି|ତାଙ୍କ ମାଆ ଜଣେ ଶିକ୍ଷକ ଓ ବାପା ଇଞ୍ଜିନିୟରି , କିନ୍ତୁ ଏହା ସତ୍ୱେ ସେ କେବେ ପ୍ରଶ୍ନ କରିନଥିଲେ ଯେ ତୁମେ କ’ଣ ଓ କାହିଁକି କରୁଛ?ସେ ସଦାବେଳେ ଏକ ଭଲ ପରିବେଶ ଯୋଗାଇଥିଲେ |

ସେ ୟୁପିଏସି ପ୍ରସ୍ତୁତି କରିବା ସମୟରେ ନିଜର ସମସ୍ତ ସୋସିଆଲ ମିଡ଼ିଆ ଏକାଉଣ୍ଟ୍ ଡିଲିଟ୍ କରିଥିଲେ|ସେ ପଢାପଢିରେ ଏକାଗ୍ରତା ପାଇଁ ଏସବୁ କରିଥିଲେ|ସେ ପ୍ରତିଦିନ ଖବରକାଗଜ ପଢୁଥିଲେ|ରାଜ୍ୟସଭା ଟିଭି ଦେଖି ପ୍ରସ୍ତୁତି କରୁଥିଲେ|ଅନଲାଇନ୍ ଷ୍ଟଡି ମେଟେରିଆଲ୍ ମଧ୍ୟ ଲାଭପ୍ରଦ ହୋଇଥିଲା|

ସେ ଆଉ ଏକ ଟିପ୍ସ ଦେଇ କହିଛନ୍ତି ଯେ ୟୁପିଏସି ପରୀକ୍ଷା ପ୍ରସ୍ତୁତି କରିବା ସମୟରେ ଆପଣ ଭାବନ୍ତୁ ଏହା ଆପଣଙ୍କ ଶେଷ ସୁଯୋଗ|ସେ ଏହାକୁ ଶେଷ ସୁଯୋଗ ଭାବି ପ୍ରସ୍ତୁତି କରିଥିଲେ|ଏହାମଧ୍ୟ ମନେରଖନ୍ତୁ ଏଠି ଆପଣଙ୍କ କମ୍ପିଟେସନ ଲକ୍ଷ ଲକ୍ଷ ଲୋକଙ୍କ ସହ ହେବନାହିଁ|ଏଥିରେ ବସୁଥିବା ବହୁତ ଛାତ୍ର ସିରିୟସ ମଧ୍ୟ ନଥାନ୍ତି|ଆପଣଙ୍କ କମ୍ପିଟେସନ କେଵଳ ସେମାନଙ୍କ ସହ ହେବ ଯେଉଁମାନେ ଗଭୀର ପ୍ରସ୍ତୁତି କରିଥିବେ|ଏଥିପାଇଁ ଆପଣଙ୍କ ମନରୁ ଡର କାଢି ଦିଅନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *