ଏହି ସହରରେ ରହିବା ପାଇଁ ମିଳୁଛି ୨୫ ଲକ୍ଷ, ୪୦ ବର୍ଷରୁ କମ ବୟସ ହୋଇଥିବା ଦରକାର

ଲୋକମାନେ କରୋନା କରୋନାରୁ ଘରେ ରହି ରହି ବିରକ୍ତ ହୋଇସାରିଲେଣି। ଏହିଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ଏକ ସୁନ୍ଦର ସ୍ଥାନରେ ରହିବାକୁ କୁହାଯାଏ ତେବେ ଏଥିପାଇଁ ଟଙ୍କା ମଧ୍ୟ ଦିଆଯାଏ ତାହେଲେ ଆପଣଙ୍କୁ କେମିତି ଲାଗିବ? ଆପଣ ନିଶ୍ଚୟ ଖୁସି ହେବେ। ଏହିଭଳି ଏକ ସୁନ୍ଦର ଜାଗା ଇଟାଲୀରେ ଅଛି। ଭାରତର ଜନସଂଖ୍ୟା ବୃଦ୍ଧିକୁ ଚିନ୍ତିତ ଥିବା ସମୟରେ ଇଟାଲୀର ଏମିତି କିଛି ସୁନ୍ଦର ଗାଁ ଅଛି ଯେଉଁଠି ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ଏହି ଗାଁରେ ବାସ କରିଲେ ସରକାର ଏଠାରେ ରହିବା ପାଇଁ ୨୮ ହଜାର ପାଉଣ୍ଡ ଦେବେ ଅର୍ଥାତ ପାଖାପାଖି ୨୫ ଲକ୍ଷ ଟଙ୍କା ଦେବେ।

ଇଟାଲୀର କଲବ୍ରିୟା କ୍ଷେତ୍ର। ବର୍ତ୍ତମାନ ଏହାର ଜନସଂଖ୍ୟାରେ ବହୁତ ହ୍ରାସ ପାଇଛି। ଅନେକ ସେଥିରୁ ପଳାୟନ କରିଛନ୍ତି। ଅପରପକ୍ଷରେ ଲୋକମାନେ ଏଠାକୁ ବାସ କରିବାକୁ ମଧ୍ୟ ଆସୁନାହାନ୍ତି। ସେଥିପାଇଁ ସରକାର ୨୫ ଲକ୍ଷ ଟଙ୍କା ଦେଇ ଏଠାରେ ଜନବସତିକୁ ପୁଣିଥରେ ଗଢିବାକୁ ଚାହୁଁଛନ୍ତି। ଏହି ରାଶି ତାଙ୍କୁ ଆକ୍ଟିଭ ରେସିଡେନ୍ସି ଆୟ ଅନୁଯାୟୀ ମିଳିବ।

ଯଦି ଏତେ ଭଲ ସୁଯୋଗ ଅଛି ତେବେ ନିଶ୍ଚୟ କିଛି ସର୍ତ୍ତ ଥିବ। metro.co.uk ରିପୋର୍ଟ ଅନୁସାରେ ଇଟାଲୀର କଲବ୍ରିୟା କ୍ଷେତ୍ରରେ ବାସ କରିବାକୁ ବୟସ ସୀମା ଧାର୍ଯ୍ୟ କରାଯାଇଛି। ଏଠାରେ ବାସ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କର ବୟସ ୪୦ ବର୍ଷରୁ କମ ହେବା ଉଚିତ। ଏଠାରେ ବାସ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କୁ କଲବ୍ରିୟା କ୍ଷେତ୍ରରେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ହେବ। ଏହାର ଉଦ୍ଦେଶ୍ୟ ବ୍ୟବସାୟ ସ୍ଥାନୀୟ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା। ଯେଉଁମାନେ ଏଠାକୁ ସ୍ଥାନାନ୍ତର ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଆବେଦନର ୯୦ ଦିନ ମଧ୍ୟରେ ନିଜର ବ୍ୟବସାୟକୁ ସମ୍ପୂର୍ଣ ରୂପରେ ସେଟଅପ କରିବାକୁ ପଡିବ।

ଏହି ଅଫର ପାଇଁ କଲବ୍ରିୟା କ୍ଷେତ୍ର ୱେବସାଇଟରେ କିଛି ସପ୍ତାହରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଅଧିକ ସୂଚନା ପାଇଁ ଆପଣ ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ। ଏହିଭଳି ଅଫର ମାଧ୍ୟମରେ ଦକ୍ଷିଣ ଇଟାଲୀକୁ ପୁଣି ଜନବସତିପୁର୍ଣ କରିବାକୁ ଚେଷ୍ଟା କରାଯାଉଛି।

ବର୍ତ୍ତମାନ କଲବ୍ରିୟାରେ ପାଖାପାଖି ୭୫ ପ୍ରତିଶତ ଗାଁରେ ଜନସଂଖ୍ୟା ୫ ହଜାରରୁ କମ ଅଛି। ଗତ କିଛି ଦଶକ ମଧ୍ୟରେ ଇଟାଲୀର ଅନେକ ସହରର ଘରଗୁଡିକ କମ ଦାମରେ ବିକ୍ରି କରିବାକୁ ପ୍ରସ୍ତାବ ଦିଆଯାଇଛି। ଜନବସତି ଯୋଜନା ପାଇଁ ସରକାର ଅଲଗା ଭାବରେ ୭ ଲକ୍ଷ ପାଉଣ୍ଡ ଫଣ୍ଡ ରଖିଛନ୍ତି। ଏଥିପାଇଁ ଲୋକମାନଙ୍କୁ ଆକର୍ଷିତ କରାଯାଉଛି, ଯେମିତି ଲୋକମାନେ ଏହି ସହରକୁ ଆସି ସୁନ୍ଦର ସୁନ୍ଦର ଜାଗା ଓ ହାଇ ସ୍ପିଡ଼ ଇଣ୍ଟରନେଟର ଲାଭ ଉଠାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *