ଟୀକାକରଣ ପରେ କରୋନାର ଲକ୍ଷଣ, ପ୍ରଥମ-ଦ୍ୱିତୀୟ ଡୋଜ ନେଇ ସାରିଥିବା ଲୋକମାନଙ୍କୁ WHO ଦେଲା ଚେତାବନୀ

ସମ୍ପୂର୍ଣ୍ଣ ଭାବେ ଟୀକାକରଣ ହୋଇ ସାରିଥିବା ଲୋକମାନେ ମଧ୍ୟ ବର୍ତ୍ତମାନ କରୋନାରେ ସଂକ୍ରମିତ ହେଉଛନ୍ତି | ଏପରି ଅଧିକାଂଶ ମାମଲା ଡେ଼ଲ୍ଟା ଭାଇରସ ସହିତ ଜଡିତ | କିନ୍ତୁ WHO ର ଦାବି ଯେ ଟୀକା ସଟ ମୃତ୍ୟୁ ଏବଂ ଗୁରୁତର ଭାବେ ରୋଗରେ ପଡୁଥିବା ଲୋକଙ୍କୁ ବଞ୍ଚାଉଛି | WHO ର ଚିଫ ସାଇଣ୍ଟିଷ୍ଟ ସୌମ୍ୟା ସ୍ଵାମୀନାଥଂ ସୋମବାର ଦିନ ଏକ କନଫରେନ୍ସରେ କହିଲେ ଯେ ଟୀକାକରଣ କରାଯାଇଥିବା ଲୋକମାନଙ୍କଠାରେ ଡେ଼ଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବାର ମାମଲା ଲଗାତାର ସାମ୍ନାକୁ ଆସୁଛି |

ଡକ୍ଟର ସ୍ଵାମୀନାଥଂ କହିଛନ୍ତି ଯେ ଟୀକାକରଣ ହାର ବହୁତ କମ ଏବଂ ଅତ୍ୟଧିକ ସଂକ୍ରାମକ ଡେଲ୍ଟା ପ୍ରକାର ଦ୍ରୁତ ଗତିରେ ବ୍ୟାପିଥିବା ଡାକ୍ତରଖାନାରେ ଭର୍ତ୍ତି ହେବାର ଅଧିକାଂଶ ଘଟଣା ଦେଖାଯାଉଛି | ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଟୀକାକରଣ ପରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁର 75% ମାମଲା ୬୫ ବର୍ଷରୁ ଅଧିକ ବୟସର ଅଟେ |

ଡକ୍ଟର ସ୍ଵାମୀନାଥଂ ଚେତାବନୀ ଦେଇ କହିଛନ୍ତି ଯେ ଟୀକା ନେଇଥିବା ଲୋକମାନେ ଯଦି ସୁରକ୍ଷିତ ହୋଇ ସାରିଛନ୍ତି, ତେବେ ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ସେମାନେ ଇନଫେକ୍ସନ ଟ୍ରାନ୍ସମିଟ କରିପାରିବେ ନାହିଁ | ଏପରି ଲୋକମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ଏବଂ ଏମାନେ ବହୁତ ସହଜରେ ଲୋକଙ୍କ ମଧ୍ୟରେ ଯାଇ ଇନଫେକ୍ସନ ବିସ୍ତାର କରିପାରିବେ | ଏଥିପାଇଁ WHO ଲୋକମାନଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଚେତାବନୀ ଦେଇଛି |

କିଛି ଷ୍ଟଡ଼ିଜରେ ଏପରି କିଛି ଦାବି କରାଯାଇଛି ଯେ ଟୀକାକରଣ କରାଯାଇଥିବା ଲୋକମାନଙ୍କ ଠାରେ ଭାଇରସ କମ ପ୍ରଡ୍ୟୁସ ହୋଇଥାଏ | ଏଥିରେ ଭାଇରସ ଅନ୍ୟ ଲୋକମାନଙ୍କ ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରିନଥାଏ | ତେବେ WHO କହିଛି ଯେ ଏହାକୁ ବୁଝିବା ପାଇଁ ଆଉ କିଛି ରିସର୍ଚ୍ଚ ଉପରେ କାମ କରିବାକୁ ପଡିବ |

ନିକଟରେ Zoe Covid Symptom study ରେ ଏପରି ପାଞ୍ଚଟି ଅଲଗା ଅଲଗା ଲକ୍ଷଣର ଚିହ୍ନଟ କରାଯାଇଛି, ଯାହା ଗତ କିଛି ସପ୍ତାହରେ ସାମ୍ନାକୁ ଆସିଛି | ଏପରି ପାଞ୍ଚଟି ଲକ୍ଷଣ ଚିହ୍ନଟ କରାଯାଇଛି, ଯାହା ପ୍ରଥମ ଏବଂ ଦ୍ୱିତୀୟ ଟୀକା ନେବାପରେ ଲୋକମାନଙ୍କଠାରେ ଦେଖାଯାଉଛି | ଲୋକମାନଙ୍କ ଦ୍ୱାରା ଆପରେ ପଞ୍ଜିକରଣ କରାଯାଇଥିବା ଲକ୍ଷଣର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି |

ପ୍ରଥମ ଡୋଜ ନେବାପରେ ଲକ୍ଷଣ :-

ରିପୋଟ ଅନୁଯାୟୀ, ଟୀକାର ପ୍ରଥମ ଡିଜେ ନେବାପରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୋଇଯାଏ ତେବେ ତାଠାରେ ମୁଣ୍ଡବ୍ୟଥା, ନାକ ବହିବା, ଗଳା କର୍କଶ ହେବା, ଛିଙ୍କ ଆସିବା ଏବଂ ଲଗାତାର କାଶ ହେବା ଭଳି ଲକ୍ଷଣ ଦେଖାଯାଇପାରେ |

ଦ୍ୱିତୀୟ ଡୋଜ ନେବାପରେ ଲକ୍ଷଣ :-

ଯଦି କୌଣସି ବ୍ୟକ୍ତି ଦୁଇଟିଯାକ ଡୋଜ ନେବା ସତ୍ତ୍ୱେ ମଧ୍ୟ ସଂକ୍ରମିତ ହେଉଛନ୍ତି, ତେବେ ତାଙ୍କୁ ମୁଣ୍ଡବ୍ୟଥା, ନାକ ବହିବା, ଛିଙ୍କ, ଗଳାରେ କର୍କଶ ଏବଂ ଗନ୍ଧ ହୀନ ଭଳି ଲକ୍ଷଣ ଅନୁଭବ ହୋଇପାରେ |

ଟୀକା ନ ନେଲେ କଣ ହେବ :-

Zoe study ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଟୀକା ନେଉନାହିଁ ଏବଂ ସେ କରୋନାରେ ସଂକ୍ରମିତ ହେଉଛି ତେବେ ତାଠାରେ ମୁଣ୍ଡବ୍ୟଥା, ନାକ ବହିବା, ଗଳା କର୍କଶ ହେବା, ଜ୍ୱର ଏବଂ ଲଗାତାର କାଶ ହେବା ଭଳି ଲକ୍ଷଣ ସାଧାରଣତଃ ଦେଖାଦେଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *