ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭୟାନକ ଭିଡ଼ିଓ, ହୃଦୟ ଦୁର୍ବଳ ବ୍ୟକ୍ତିମାନେ ଏହି ଭିଡ଼ିଓ ଦେଖନ୍ତୁ ନାହିଁ

ସୋସିଆଲ ମିଡ଼ିଆରେ ଏହି ଦିନ ଗୁଡିକରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଇଣ୍ଟରନେଟ ବ୍ୟବହାର କରୁଥିବା ୟୁଜର ମାନେ ଭୟଭୀତ ହୋଇ ଅଛନ୍ତି। କେବଳ ୯ ସେକେଣ୍ଡର ଏହି ଛୋଟ ଭିଡ଼ିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏବେ ସୋସିଆଲ ମିଡ଼ିଆ ହୃଦୟ ପତଳା ବା ଦୁର୍ବଳ ଥିବା ୟୁଜର ମାନେ ଏହି ଭିଡ଼ିଓକୁ ନଦେଖିବା ପାଇଁ ପରାମର୍ଶ କରିଛି।

ଏବେ ଆପଣ ଏହା ଭାବୁଥିବେ ଯେ ଏହି ଭିଡ଼ିଓରେ ଏପରି କଣ ଅଛି। ବାସ୍ତବରେ ଏହି ଭିଡ଼ିଓରେ ଏକ ପାଳଭୂତ (scarecrow) ଥିବାର ଦେଖିବାକୁ ପାଇବେ। ତାହା ଭୟଙ୍କର ଚେହେରା ସହିତ ନାଲି ରଙ୍ଗର ଓଢଣୀ ଶାର୍ଟ ଓ ପ୍ୟାଣ୍ଟ ପିନ୍ଧିଛି। ଏହା ଦେଖିବାକୁ ଅତି ଭୟାନକ ଅଟେ।

ଭିଡ଼ିଓ ଦେଖିଲେ ଏପରି ଲାଗିବ ଯେ ଏକ ସ୍ପୃଙ୍ଗ କଏଲ ପାଳଭୂତ ସହ ଯୋଡ଼ା ଯାଇଛି। ପୋଗୋ ଷ୍ଟିକ ସହ ଲାଗିଥିବା ପାଳଭୂତ ଡେଉଁଥିବାର ଦେଖିବାକୁ ପାଇବେ।

ଏହି ଭିଡ଼ିଓକୁ ସର୍ବ ପ୍ରଥମେ କ୍ୟାପଟେନ ହିନ୍ଦୁସ୍ଥାନ ନାମକ ଜଣେ ଟୁଇଟର ୟୁଜର ଭିଡ଼ିଓଟିକୁ ସେୟାର କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡ଼ିଓ ଭାଇରାଲ ହୋଇଥିଲା।

ଭିଡ଼ିଓଟିକୁ ୭୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡ଼ିଓଟିକୁ ସେୟାର କରିଥିବା ୟୁଜର ଜଣକ କ୍ୟାପସନରେ ଲେଖିଛନ୍ତି ଯେ ” ନେକେଷ୍ଟେ ଲେଭଲର ପାଳଭୂତ”। ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ ଡରିବା ଭଳି ପ୍ରତିକ୍ରିୟା ଦେଇଛନ୍ତି।

ପ୍ରକୃତରେ ଭିଡ଼ିଓଟିକୁ ଦେଖିବା ପରେ ଏହା ଜଣା ପଡୁଛି ଯେ ଏହି ସ୍ପୃଙ୍ଗ ଵାଲା ପାଳଭୂତ କୌଣସି ଜଣେ କୃଷକ ପକ୍ଷୀ ମାନଙ୍କୁ ଡରେଇବା ପାଇଁ ଲାଗେଇଛନ୍ତି। ସୋସିଆଲ ମିଡ଼ିଆରେ ଭିଡ଼ିଓକୁ ଦେଖିବା ପରେ ୟୁଜର ମାନେ ପ୍ରତିକ୍ରିୟା ଦେଇଛନ୍ତି ଯେ ଯଦି ଏହି ଝୁଲନ୍ତା ପାଳଭୂତକୁ ରାତିରେ ଦେଖିଲେ କଣ ହେବ।

ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ ” ଏହି ଭିଡ଼ିଓକୁ ଯେଉଁମାନଙ୍କ ହୃଦୟ ଦୁର୍ବଳ ଅଟେ ସେମାନେ ଦୟାକରି ଦେଖନ୍ତୁ ନାହିଁ”।

Leave a Reply

Your email address will not be published. Required fields are marked *