ସରଳ ପେନସନ ଯୋଜନା : ବର୍ତ୍ତମାନ ୬୦ ନୁହେଁ, ୪୦ ବର୍ଷ ବୟସରେ ମଧ୍ୟ ପାଇପାରିବେ ପେନସନ, ଜାଣନ୍ତୁ ଏହି ଜବରଦସ୍ତ ପ୍ଳାନ ବିଷୟରେ

ବର୍ତ୍ତମାନ ପେନସନ ପାଇବା ପାଇଁ ଆପଣଙ୍କୁ ୬୦ ବର୍ଷ ପର୍ଯ୍ଯନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ଜୀବନ ବୀମା ନିଗମ ନିକଟରେ ଏକ ନୂଆ ପ୍ଳାନ ଲଞ୍ଚ କରିଛି। ଯାହା ଅନ୍ତର୍ଗତ ଏକ ମୋଟା ରକମର ରାଶି ଜମା କରିବା ମାତ୍ରେ ୪୦ ବର୍ଷ ବୟସରେ ମଧ୍ୟ ପେନସନ ମିଳିବା ଆରମ୍ଭ ହୋଇଯିବ। ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ…

କଣ ଅଟେ ସରଳ ପେନସନ ଯୋଜନା?:-

ଏଲଆଇସି ଏହି ସ୍କିମକୁ ସରଳ ପେନସନ ଯୋଜନା ନାମ ଦେଇଛି। ଏହା ଏକ ସିଙ୍ଗେଲ ପ୍ରିମିୟମ ପେନସନ ପ୍ଳାନ ଅଟେ, ଯେଉଁଥିରେ ଆପଣଙ୍କୁ କେବଳ ପଲିସି ନେବା ସମୟରେ ଥରେ ପ୍ରିମିୟମ ନେବାକୁ ହେବ। ଏହା ପରେ ସାରା ଜୀବନ ଆପଣଙ୍କୁ ପେନସନ ମିଳିବ। ପଲିସିଧାରକଙ୍କର ମୃ-ତ୍ୟୁ ହେବା ପରେ ତାଙ୍କର ନମିନୀଙ୍କୁ ସିଙ୍ଗେଲ ପ୍ରିମିୟମର ରାଶି ଫେରାଇ ଦିଆଯିବ। ସରଳ ପେନସନ ଯୋଜନା ଏକ ଇମିଡିଏଟ ଏନ୍ୟୁଟି ପ୍ଳାନ ଅଟେ, ଅର୍ଥାତ ପଲିସି ନେବା ସମୟରେ ଆପଣଙ୍କୁ ପଲିସି ମିଳିବା ଆରମ୍ଭ ହୋଇଯିବ। ଏହି ପଲିସିକୁ ନେବା ପରେ ଯେତିକି ପେନସନର ଆରମ୍ଭ ହୁଏ, ସେତିକି ପେନସନ ଜୀବନଯାକ ମିଳିଥାଏ।

Google

ଏହି ପେନସନ ଯୋଜନାକୁ ନେବାର ଦୁଇଟି ଉପାୟ:-

ସିଙ୍ଗେଲ ଲାଇଫ: ଏଥିରେ ପଲିସି କୌଣସି ଜଣକଙ୍କ ନାମରେ ର୍ହାଇବ, ଯେତେପର୍ଯ୍ଯନ୍ତ ପେନସନଧାରୀ ବଞ୍ଚିଛନ୍ତି ତାଙ୍କୁ ଏହି ପେନସନ ମିଳିବ, ତାଙ୍କର ମୃତ୍ୟୁ ପରେ ତାଙ୍କର ବେସ ପ୍ରିମିୟମର ମୂଲ୍ୟ ତାଙ୍କର ନମିନୀଙ୍କୁ ଫେରାଇ ଦିଆଯିବ।

ଜଏଣ୍ଟ ଲାଇଫ: ଏଥିରେ ଦୁଇଜଣ ଜୀବନସାଥିଙ୍କ କଭରେଜ ଥାଏ। ଯେତେପର୍ଯ୍ୟନ୍ତ ପ୍ରାଇମେରୀ ପେନସନଧାରୀ ବଞ୍ଚିଛନ୍ତି, ତାଙ୍କୁ ପେନସନ ମିଳିବ। ତାଙ୍କର ମୃ-ତ୍ୟୁ ପରେ ତାଙ୍କର ଜୀବନସାଥିଙ୍କୁ ଜୀବନସାରା ପେନସନ ମିଳିବ, ତାଙ୍କର ମୃ-ତ୍ୟୁ ପରେ ବେସ ପ୍ରିମିୟମର ରାଶି ତାଙ୍କର ନମିନୀଙ୍କୁ ଦେଇ ଦିଆଯିବ।

କିଏ ନେଇପାରିବ ଏହି ସରଳ ପେନସନ ଯୋଜନା?:-

ଏହି ଯୋଜନାକୁ ନେବା ପାଇଁ ଆପଣଙ୍କର ବୟସର ନ୍ଯୁନତମ ସୀମା ୪୦ ବର୍ଷ ଓ ଅଧିକତମ ୮୦ ବର୍ଷ ଅଟେ। କାରଣ ଏହା ଏକ ହୋଲ ଲାଇଫ ପଲିସି ଅଟେ ତେଣୁ ପେନସନ ସାରା ଜୀବନ ମିଳିଥାଏ, ଯେତେପର୍ଯ୍ଯନ୍ତ ପେନସନଧାରୀ ଜୀବିତ ଅଛନ୍ତି। ସରଳ ପେନସନ ପଲିସିକୁ ଆରମ୍ଭ ହେବା ତାରିଖରୁ ଛଅ ମାସ ପରେ କେବେବି ସରେଣ୍ଡର କରାଯାଇପାରିବ।

ପେନସନ କେବେ ମିଳିବ?:-

ପେନସନ କେବେ ମିଳିବ, ଏହା ପେନସନ ନେଉଥିବା ଲୋକ ସୁନିଶ୍ଚିତ କରିବେ। ଏଥିରେ ଆପଣଙ୍କୁ ୪ଟି ବିକଳ୍ପ ଅଛି। ଆପଣ ପେନସନ ପ୍ରତ୍ଯେକ ମାସ ନେଇପାରିବେ, ପ୍ରତ୍ଯେକ ତିନି ମାସରେ ନେଇପାରିବେ। ପ୍ରତ୍ଯେକ ୬ମାସରେ ମଧ୍ୟ ନେଇପାରିବେ କିମ୍ବା ୧୨ ମାସରେ ମଧ୍ୟ ନେଇପାରିବେ। ଆପଣ ଯେଉଁ ବିକଳ୍ପ ଚୟନ କରିବେ, ଆପଣଙ୍କର ପେନସନ ସେତିକି ଅବଧିରେ ଆସିବାକୁ ଲାଗିବ।

Google

କେତେ ମିଳିବ ପେନସନ?:-

ବର୍ତ୍ତମାନ ପ୍ରଶ୍ନ ଉଠୁଛିକି ଏହି ସରଳ ପେନସନ ଯୋଜନା ପାଇଁ ଆପଣଙ୍କୁ କେତେ ପଇସା ଦେବାକୁ ହେବ। ତେବେ ଆମେ ଆପଣଙ୍କୁ ଜଣାଇଦେଉଛୁଯେ ଏହା ଆପଣ ନିଜେ ଚୟନ କରିବେ। ଯଦି ଆପଣ ପ୍ରତ୍ଯେକ ମାସ ପେନସନ ଚାହାନ୍ତି ତେବେ ଅତି କମରେ ୧୦୦୦ ଟଙ୍କା ପେନସନ ନେବାକୁ ହେବ। ତିନି ମାସରେ ୩୦୦୦ ଟଙ୍କା, ୬ ମାସରେ ୬୦୦୦ ଟଙ୍କା ଓ ୧୨ ମାସରେ ୧୨୦୦୦ ଟଙ୍କା ନ୍ଯୁନତମ ପେନସନ ନେବାକୁ ହେବ। ଅଧିକତମର କୌଣସି ସୀମା ନାହିଁ।

ଯଦି ଆପଣଙ୍କର ବୟସ ୪୦ ବର୍ଷ ଅଟେ ଓ ଆପଣ ୧୦ ଲକ୍ଷ ଟଙ୍କାର ସିଙ୍ଗେଲ ପ୍ରିମିୟମ ଜମା କରୁଛନ୍ତି ତେବେ ଆପଣଙ୍କୁ ବାର୍ଷିକ ୫୦୨୫୦ ଟଙ୍କା ମିଳିବା ଆରମ୍ଭ ହୋଇଯିବ ଯାହା ଆପଣଙ୍କୁ ଆଜୀବନ ମିଳିବ। ଏହା ପରେ ଯଦି ଆପଣଙ୍କୁ ମଝିରେ ନିଜର ଜମା କରାଯାଇଥିବା ମୂଲ୍ୟ ଦରକାର ତେବେ ଏମିତି ସ୍ଥିତିରେ ୫ ପ୍ରତିଶତ କାଟି ଆପଣଙ୍କର ଜମା ରାଶିର ମୂଲ୍ୟକୁ ଫେରାଇଦିଆଯିବ।

Leave a Reply

Your email address will not be published. Required fields are marked *