ଜନଧନ ଆକାଉଣ୍ଟ ଅପଡେଟ : ଯଦି ଏହି ୬ଟି ବ୍ୟାଙ୍କରେ ଆପଣଙ୍କ ଜନଧନ ଖାତା ଅଛି, ତା ହେଲେ ସେଭ କରିନିଅନ୍ତୁ ଏହି ନମ୍ବର, ବର୍ତ୍ତମାନ ଚେକ କରନ୍ତୁ ବାଲାନ୍ସ

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଦେଶର ଗରିବ ଲୋକଙ୍କର ଖାତା ଜିରୋ ବାଲାନ୍ସରେ ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଜାତୀୟକରଣ ବ୍ୟାଙ୍କରେ ଖୋଲା ଯାଇଥାଏ | ଏହାସହିତ ଏଥିରେ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ମଧ୍ୟ ଦିଆଯାଇଥାଏ | ଯଦି ଆପଣ ମଧ୍ୟ ଏହି ବ୍ୟାଙ୍କଗୁଡିକରେ ଜନଧନ ଆକାଉଣ୍ଟ ଖୋଲିଛନ୍ତି, ତେବେ ବର୍ତ୍ତମାନ ଆପଣ ଘରେ ବସି ଆପଣଙ୍କ ବାଲାନ୍ସକୁ ସହଜରେ ଚେକ କରିପାରିବେ | ଆସନ୍ତୁ ଜାଣିବା ଏହି ବ୍ୟାଙ୍କଗୁଡିକରେ ବାଲାନ୍ସ ଚେକ କରିବାର ପଦ୍ଧତି |

୧. ଏସବିଆଇ (SBI):-

ଯଦି ଆପଣଙ୍କର ଆକାଉଣ୍ଟ SBI ରେ ଅଛି, ତେବେ ଆପଣ ଏହି ନମ୍ବର 18004253800 ଏବଂ 1800112211 କୁ କଲ କରନ୍ତୁ |ଏହା ପରେ ନିଜ ଭାଷାକୁ ସିଲେକ୍ଟ କରନ୍ତୁ | ବାଲାନ୍ସ ଏବଂ ଶେଷ ପାଞ୍ଚଟି ଟ୍ରାଞ୍ଜାକ୍ସନ ଜାଣିବା ପାଇଁ ‘1’ ଦବାନ୍ତୁ | ବର୍ତ୍ତମାନ ଆପଣ ଆପଣଙ୍କର ବାଲାନ୍ସ ଜାଣିପାରିବେ | ଏହା ବ୍ୟତୀତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆକାଉଣ୍ଟଧାରୀମାନେ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ 92237 66666 କୁ କଲ କରି ମଧ୍ୟ ଜାଣିପାରିବେ |

Google

୨. ପିଏନବି (PNB) :-

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକମାନେ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ 18001802223 କିମ୍ବା 01202303090 ରେ ମିସ କଲ କରି SMS ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ ବାଲାନ୍ସ ଚେକ କରିପାରିବେ | ଯଦି ଆପଣଙ୍କର ମୋବାଇଲ ନମ୍ବର ରେଜିଷ୍ଟର ହୋଇନାହିଁ, ତେବେ ଏହି ସର୍ଭିସକୁ ଆକାଉଣ୍ଟଧାରୀମାନେ ନିକଟସ୍ଥ ବ୍ରାଞ୍ଚକୁ ଯାଇ ଚାଲୁ କରିପାରିବେ |

୩. ଆଇସିଆଇସିଆଇ ବ୍ୟାଙ୍କ (ICICI Bank) :-

ଯଦି ଆପଣଙ୍କର ଖାତା ICICI ବ୍ୟାଙ୍କରେ ଅଛି, ତେବେ ବାଲାନ୍ସ ଜାଣିବା ପାଇଁ 9594612612 ରେ ମିସ କଲ ଦେଇପାରିବେ | ଏହା ବ୍ୟତୀତ, ଗ୍ରାହକମାନେ ନିଜ ଖାତାର ବାଲାନ୍ସ ସୂଚନା ଜାଣିବା ପାଇଁ ‘IBAL’ ଲେଖି 9215676766 ରେ ମେସେଜ କରିପାରିବେ |

୪. ଏଚଡ଼ିଏଫସି ବ୍ୟାଙ୍କ (HDFC Bank ) :-

HDFC ବ୍ୟାଙ୍କ ଆକାଉଣ୍ଟଧାରୀମାନେ ବାଲାନ୍ସ ଜାଣିବାପାଇଁ ଟୋଲ ଫ୍ରି ନମ୍ବର 18002703333, ମିନି ଷ୍ଟେଟମେଣ୍ଟ ପାଇଁ 18002703355, ଚେକ ବୁକ ମଗାଇବା ପାଇଁ 18002703366, ଆକାଉଣ୍ଟ ଷ୍ଟେଟମେଣ୍ଟ ଜାଣିବା ପାଇଁ 1800 270 3377 ରେ କଲ କରିବାକୁ ପଡିବ |

୫. ବ୍ୟାଙ୍କ ଅଫ ଇଣ୍ଡିଆ((Bank of India):-

ବ୍ୟାଙ୍କ ଅଫ ଇଣ୍ଡିଆର ଆକାଉଣ୍ଟଧାରୀମାନେ ଏହି ଉପାୟରେ ବାଲାନ୍ସ ଜାଣିପାରିବେ, ଏହି ବ୍ୟାଙ୍କର ଗ୍ରାହକମାନେ 09015135135 ରେ ମିସ କଲ କରି ନିଜ ଆକାଉଣ୍ଟର ବାଲାନ୍ସ ଜାଣିପାରିବେ |

୬. ଆକ୍ସିସ ବ୍ୟାଙ୍କ (Axis Bank) :-

ଆକ୍ସିସ ବ୍ୟାଙ୍କର ଗ୍ରାହକମାନେ ନିଜର ରେଜିଷ୍ଟର ମୋବାଇଲ ନମ୍ବରରୁ 18004195959 ରେ କଲ କରି ଆକାଉଣ୍ଟର ବାଲାନ୍ସ ଜାଣିପାରିବେ | ସେହିପରି ମିନି ଷ୍ଟେଟମେଣ୍ଟ ଜାଣିବା ପାଇଁ 18004196969 ରେ କଲ କରିପାରିବେ |

Leave a Reply

Your email address will not be published. Required fields are marked *