ନରେନ୍ଦ୍ର ମୋଦିଙ୍କ ଠାରୁ ସଚିନଙ୍କ ପର୍ଯ୍ୟନ୍ତ ସମସ୍ତେ ହୋଇଗଲେ ଏହି କ୍ୟାଚର ଫ୍ୟାନ,ଜାଣନ୍ତୁ କ୍ୟାଚ ଧରିଥିବା ଖେଳାଳିଙ୍କ ବିଷୟରେ କିଛି

ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ଭିତରେ t-20 ସିରିଜ ଆରମ୍ଭ ହୋଇଯାଇଛି। ଏହି ସିରିଜର ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ଏହାର ଦ୍ବିତୀୟ ମ୍ୟାଚ ଭାରତ ଜିତିନେଇଛି। ଏହି ମ୍ୟାଚରେ ଏକ କ୍ୟାଚ ଧରିବା ପରେ ହରଲିନ ଦେଓଲ ରାତାରାତି ଚର୍ଚ୍ଚାକୁ ଆସି ଯାଇଛନ୍ତି। ପିଏମ ମୋଦି ଙ୍କ ଠାରୁ ନେଇ ପ୍ରିୟଙ୍କା ଗାନ୍ଧୀ ଓ ସଚିନ ତେନ୍ଦୁଲକର ଏହି କ୍ୟାଚକୁ ନେଇ ବହୁତ ପ୍ରଶଂସା କରିଛନ୍ତି।

23 ବର୍ଷୀୟ ହରଲିନ ବହୁତ ବୁଝାମଣାର ସହିତ ଏହି କ୍ୟାଚକୁ ଧରି ନେଇଥିଲେ। ହରଲିନ ମ୍ୟାଚ୍ ର 19ତମ ଓଭରରେ ଶିଖା ପାଣ୍ଡେଙ୍କ ବଲରେ ଏମି ଜୋନ୍ସଙ୍କ କ୍ୟାଚ ଧରି ତାଙ୍କ ପାଭିଲିୟନ ଫେରାଇଥିଲେ। ଏହି କ୍ୟାଚ ପରେ ସେ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛନ୍ତି।

Google

ହରଲିନ ଦେଓଲ ପଞ୍ଜାବର ଅଟନ୍ତି କିନ୍ତୁ ସେ କ୍ରିକେଟରେ ହିମାଚଳ ପ୍ରଦେଶର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ମାତା ପିତା ଏବେ ମୋହାଲିରେ ରହୁଛନ୍ତି ଓ ତାଙ୍କର ପିତା ଜଣେ ବିଜନେସ ମ୍ୟାନ ହୋଇଥିବା ବେଳେ ମାତା ପଞ୍ଜାବ ସରକାରଙ୍କ ଏକ କର୍ମଚାରୀ ଅଟନ୍ତି।

ହରଲିନ ଙ୍କ ମାଆ ଚରଣଜିତ କୌର ଏକ ମିଡ଼ିଆ ରିପୋର୍ଟରେ କହିଥିଲେ କି, ହରଲିନଙ୍କୁ ପିଲାବେଳରୁ ହିଁ ସ୍ପୋର୍ଟସର ଶୋଉକ ଥିଲା। ତାଙ୍କ ପରିବାରରେ ଖେଳକୁ ନେଇ କୌଣସି କାହାର ଆଗ୍ରହ ନଥିଲା। କିନ୍ତୁ ହରଲିନ ପିଲାବେଳେ ଫୁଟବଲ ଖେଳିବାକୁ ବହୁତ ଭଲ ପାଆନ୍ତି।

ଚରଣଜିତ କୁହନ୍ତି କି, ତାଙ୍କ ଝିଅ 4 ବର୍ଷରୁ ଫୁଟବଲ ଖେଳିବା ଆରମ୍ଭ କରି ଦେଇଥିଲେ ଓ ସେ ଏହି ବୟସରୁ ପୁଅ ପିଲାଙ୍କ ସହ ଫୁଟବଲ ଖେଳୁଥିଲେ ଓ ମୋହଲିରେ ସେ ବେଷ୍ଟ ଫୁଟବଲ ଖେଳାଳି ଭାବରେ ସାମ୍ନାକୁ ଆସୁଥିଲେ। ସେ 8 ବର୍ଷ ବୟସରେ କ୍ରିକେଟରେ ନିଜର ଧ୍ୟାନ ଦେଇଥିଲେ ଓ ନିଜର ଖେଳ ଶୈଳୀକୁ ବଢାଇବା ପାଇଁ ସେ ଧର୍ମଶାଳା ମହିଳା କ୍ରିକେଟ ଆସୋସିଏସନରେ ଭାଗ ନେଇଥିଲେ।

ଭାରତୀୟ କ୍ରିକେଟ ଦଳ ତରଫରୁ ସେ ଜଣେ ବ୍ୟାଟ୍ସମ୍ୟାନ ଓ ଏକ ସ୍ପିନ ବୋଲର ଭାବରେ ଚୟନ ହୋଇ ନିଜର ପରିଚୟ ବନାଇଥିଲେ। ସେ ନିଜର ଫିଟନେସକୁ ନେଇ ସର୍ବଦା ସଜାଗ ରହିଥାନ୍ତି। ତାଙ୍କ ମାଆ କୁହନ୍ତି ସେ ନିଜର କ୍ୟାରିଅରକୁ ନେଇ ଏତେ ଫୋକସଡ଼ ଯେ ସେ କୌଣସି ପାରିବାରିକ ଆୟୋଜନରେ ମଧ୍ୟ ସାମିଲ ହୁଅନ୍ତି ନାହିଁ।

Google

ହରଲିନ 2012 ମସିହାରୁ ନିଜର ଫିରନେସକୁ ନେଇ ତତ୍ପର ଅଟନ୍ତି। ବିଗତ ବର୍ଷ କରୋନା ଲକଡାଉନ କାରଣରୁ ହରଲିନ ନିଜର ଘରେ ଜିମ କରିଥିଲେ ଓ ଛାତ ଉପରେ କ୍ରିକେଟ ପ୍ରାକ୍ଟିସ କରିଥିଲେ। ସେ ନିଜର ଫିଟନେସକୁ ଖାଆସ ରଖିବା ପାଇଁ ମିଠା ଠାରୁ ଦୂରେଇ ରୁହନ୍ତି।

ମ୍ୟାଚ୍ ର ଫଳାଫଳ ଦେଖିବାକୁ ଗଲେ ଭାରତୀୟ ଟିମ ଦ୍ଵିତୀୟ t-20 ମ୍ୟାଚ ଇଂଲଣ୍ଡକୁ ହରାଇ ଦେଇଛି। ବର୍ତ୍ତମାନ ସିରିଜ 1-1 ରେ ବରାବର ରହିଛି। ଏହି ମ୍ୟାଚରେ ଭାରତୀୟ ଦଳ ଶାନଦାର ଫିଲ୍ଡିଂ କରି ଇଂଲଣ୍ଡର ଚାରିଜଣ ଖେଳାଳିଙ୍କୁ ରନ ଆଉଟ କରିଥିଲେ। ଯେଉଁଥିରେ ଗୋଟିଏ ରନ ଆଉଟ ହରଲିନ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *