ରାତିରେ ଶୋଇବା ପୂର୍ବରୁ ଭୁଲରେ ବି ସେବନ କରନ୍ତୁ ନାହିଁ ଏହି ଜିନିଷ,ନଚେତ ଆପଣଙ୍କ ଆଖିରୁ ଉଡିଯିବ ନିଦ

ଦିନସାରା ଭରପୁର ଥକାପଣ ପରେ ରାତିରେ ବହୁତ ସାରା ଲୋକଙ୍କୁ ନିଦ ଆସିନଥାଏ। ଶୋଇବା ଚେଷ୍ଟାରେ ସେମାନେ ଉପରକୁ ଅନାଉଥାନ୍ତି ତ ଏପଟ ରୁ ସେପଟ କଡ଼ ଲେଉଟାଇ ଥାଆନ୍ତି। ଏହିସବୁ ର ମୁଖ୍ୟ କାରଣ ହେଉଛି ତାଙ୍କର ସନ୍ଧ୍ୟାବେଳେ କିମ୍ବା ରାତିରେ ଖାଇଥିବା ଖାଦ୍ୟ କାରଣରୁ ହୋଇଥାଏ। ଏଥିପାଇଁ ଆମକୁ ସନ୍ଧ୍ୟା ସମୟରେ ଏହାକୁ ଖାଇବାରୁ ବଞ୍ଚିବାକୁ ହେବ।

ରାତିରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଚକଲେଟ:-

ଚକଲେଟ ରେ ବହୁତ ମାତ୍ରାରେ କ୍ୟାଫିନ ଓ ଚିନି ମହଜୁଦ ରହିଥାଏ। ଚକଲେଟ ହରମୋନକୁ କ୍ଷୀପ୍ର କରିଦେଇଥାଏ, ଯାହାକି ଆପଣଙ୍କୁ ସାରା ରାତି ଅନିଦ୍ରା କରି ଦେଇଥାଏ। ରାତିରେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ନିଦ ଚାଲିଯାଇଥାଏ। ଏଥିପାଇଁ ଶୋଇବା ପୂର୍ବରୁ ଚକଲେଟ ରୁ ଦୂରେଇ ରୁହନ୍ତୁ।

ଚିନିରେ ତିଆରି ଖାଦ୍ୟ ପଦାର୍ଥ ରାତିରେ ଖାଆନ୍ତୁ ନାହିଁ:-

ଆମକୁ ରାତିରେ ଚିନିରେ ପ୍ରସ୍ତୁତ ଖାଦ୍ୟରୁ ବର୍ତ୍ତିବାକୁ ହେବ। ବଜାରରୁ ଅଧିକ ମାତ୍ରାରେ ବକ୍ସ ଦ୍ୱାରା ଆସୁଥିବା ଖାଦ୍ୟକୁ ମଧ୍ୟ ଖାଆନ୍ତୁ ନାହିଁ। ଯାହାକି ବ୍ଲଡ଼ ଶର୍କରାକୁ ବହୁତ ଜଲଦି ବଢ଼ାଇଥାଏ। ଏହାକୁ ଆପଣ ସକାଳ ସମୟରେ ଭୋଜନ ରୂପରେ ନେଇପାରନ୍ତି।

ସନ୍ଧ୍ୟା ସମୟରେ ରସୁଣରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ:-

ଅଧିକତର ଲୋକ ବିନା ରସୁଣରେ ଭୋଜନ କରନ୍ତି ନାହିଁ। ଏହାକୁ ଖାଇବା ତ ଫାଇଦା ଦାୟକ ହୋଇଥାଏ କିନ୍ତୁ ଏହାକୁ ରାତିରେ ଖାଇବା ଅନୁଚିତ। ଯଦି ରାତିରେ ଭଲ ନିଦ ଦରକାର କରନ୍ତି ତାହେଲେ ଏହାକୁ ଖାଇବାରୁ ବଞ୍ଚନ୍ତୁ।

ରାତିରେ ଛଣା ଜିନିଷ ଖାଆନ୍ତୁ ନାହିଁ:-

ରାତିରେ ପାସ୍ତା, ମୋମସ, ଚୌମିନ ଭଳି ଖାଦ୍ୟ ବିଲକୁଲ ଖାଇବା ଅନୁଚିତ। ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ସଠିକ ଭାବରେ ନିଦ ହୋଇନଥାଏ। ଏଥିପାଇଁ ରାତିରେ ଆପଣ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ଖାଦ୍ୟ ଖାଆନ୍ତୁ। ଅଧିକ ସ୍ନେହସାର ଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଏହି ଖାଦ୍ୟ ଶୈଳୀକୁ ଆପଣାଇବା ଦ୍ୱାରା ଆପଣଙ୍କୁ ରାତିରେ ଭଲ ନିଦ ହେବ।

Leave a Reply

Your email address will not be published. Required fields are marked *