ଦେଖନ୍ତୁ ଭିଡିଓ : ଆକାଶ ମାର୍ଗରେ ବାରମ୍ବାର ପ୍ଲେନର ଡୋର ଖୋଲିବାକୁ ଲାଗିଲେ ଯୁବତୀ, ଲୋକମାନେ ଧରି ଟେପ ଦ୍ୱାରା ବାନ୍ଧି ଦେଲେ

ଅନେକଥର ଫ୍ଲାଇଟ ସମୟରେ ଏପରି ପରିସ୍ଥିତିକୁ ସାମ୍ନା କରିବାକୁ ପାଦେ, ଯାହା ବିଷୟରେ କେହି ଭାବି ମଧ୍ୟ ନଥାନ୍ତି | ଏପରି ଏକ ଘଟଣା ଜୁଲାଇ ୬ତାରିଖରେ ଡ଼ଲାସରୁ ଚାର୍ଲଟ ଯାଉଥିବା ଫ୍ଲାଇଟରେ ଦେଖିବାକୁ ମିଳିଲା | ଏହି ଆମେରିକୀୟ ପ୍ଲେନରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କୁ ଅଚାନକ ମେଣ୍ଟାଲ ହେଲ୍ଥ ସହିତ ଜଡିତ କୌଣସି ଡ୍ରାମା ଆସିଲା ଏବଂ ସେ ପ୍ଲେନରେ ଏପଟ ସେପଟ ହୋଇ ଦୌଡିବାକୁ ଲାଗିଲେ | ମହିଳା ପ୍ଲେନର କବାଟ ଖୋଲି ତଳକୁ ଓଲ୍ହାଇବାକୁ ଚାହୁଁଥିଲେ | କିନ୍ତୁ ବହୁତ ବୁଝାଇବା ପରେ ମଧ୍ୟ ସେ ଅଟକୁନଥିଲେ | ଏହାପରେ ତାଙ୍କୁ ଫ୍ଲାଇଟ ଆଟେଣ୍ଡାଂଟସ ଟେପ ଦ୍ୱାରା ବାନ୍ଧି ଦେଲେ |

ମାମଲାଟି ଆମେରିକାନ ଏୟାରଲାଇନ୍ସ ଫ୍ଲାଇଟରୁ ସାମ୍ନାକୁ ଆସିଛି, ଯାହା ଡ଼ଲାସରୁ ଚାର୍ଲଟକୁ ଉଡୁଥିଲା | ଏହି ଭିଡିଓକୁ ପ୍ଲେନରେ ଯାଉଥିବା ଅନ୍ୟ ଯାତ୍ରୀ ରେକର୍ଡ କରିଛନ୍ତି | ତେବେ ଏହି ମହିଳା ଯାତ୍ରୀଙ୍କ ପରିଚୟ ଲୁଚାଯାଇଛି | କିନ୍ତୁ ତାଙ୍କୁ ବର୍ତ୍ତମାନ ଆଗକୁ ପ୍ଲେନରେ ଯାତ୍ରା କରିବା ଲିଷ୍ଟରେ ବ୍ଲକ କରି ଦିଆଯାଇଛି | ମହିଳା ପ୍ଲେନରେ ଦୁଇରୁ ତିନିଘଣ୍ଟା ଧରି ଖୁବ ହଙ୍ଗାମା କଲେ | ଯେଉଁ ଯାତ୍ରୀ ଭିଡିଓ ତିଆରି କରିଛନ୍ତି, ସେ ଟିକଟକରେ @lol.ariee ନାମରେ ଆକ୍ଟିଭ ଅଛନ୍ତି |

ଭିଡିଓରେ ଦେଖିପାରିବେ ଯେ ମହିଳା ଅଚାନକ ସିଟରୁ ଉଠି ଦୌଡିବାକୁ ଲାଗିଲେ | ସେ ପ୍ଲେନରୁ ଓଲ୍ହାଇବାକୁ ଚାହୁଁଥିଲେ | ଏହାସହିତ ସେ ବେଳେବେଳେ ବାଥରୁମରେ ଲକ ହୋଇ ଯାଉଥିଲେ ତ ଆଉ କେତେବେଳେ ପ୍ଲେନର ସିଟ ତଳେ ଥିଲେ | କ୍ୟାପଟେନଠାରୁ ନେଇ ଅନେକ ଫ୍ଲାଇଟ ଆଟେଣ୍ଡାଂଟ୍ସ ତାଙ୍କୁ ଶାନ୍ତ କରିବାକୁ ଲାଗିଲେ, କିନ୍ତୁ ସେ କାହା କଥା ଶୁଣୁନଥିଲେ | ଶେଷରେ ସେ ଜଣେ ଫ୍ଲାଇଟ ଆଟେଣ୍ଡାଂଟଙ୍କୁ ଦାନ୍ତରେ କାମୁଡ଼ିଦେଲେ | ଏହାପରେ ସମସ୍ତେ ମିଶି ତାଙ୍କୁ ଧରିଲେ ଏବଂ ଏକ ସିଟରେ ବସାଇ ତାଙ୍କୁ ଟେପ ଦ୍ୱାରା ବାନ୍ଧି ଦେଲେ |

ମହିଳାଜଣକ ଜୋରରେ ଚିତ୍କାର କରୁଥିଲେ | ଏହି କାରଣରୁ ତାଙ୍କ ପାଟିକୁ ମଧ୍ୟ ଟେପ ଦ୍ୱାରା ବାନ୍ଧି ଦିଆଗଲା | ଯେତେବେଳେ ପ୍ଲେନ ଲ୍ୟାଣ୍ଡ ହେଲା, ସେତେବେଳେ ତାଙ୍କୁ ସ୍ଟ୍ରେଚରରେ ଶୁଆଇ ହସ୍ପିଟାଲ ନିଆଗଲା | ପରେ ଆମେରିକୀୟ ଏୟାରଲାଇନ୍ସ କନଫର୍ମ କଲା ଯେ ଅନ୍ୟ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ମହିଳା ଯାତ୍ରୀଙ୍କୁ ବାନ୍ଧି ଦିଆଯାଇଥିଲା | ପରେ ଏୟାରଲାଇନ୍ସ ମହିଳାଙ୍କୁ ଆଗକୁ ବିମାନ ଯାତ୍ରା କରିବାକୁ ନେଇ ବ୍ୟାନ କରି ବ୍ଲକ ଲିଷ୍ଟରେ ପକାଇଦେଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *