ଦେଖନ୍ତୁ ଭିଡିଓ : ଜନ୍ମଦିନ ପାଳିବା ଚକ୍କରରେ ବିପଦରେ ପକାଇଦେଲେ ନିରୀହ ପିଲାଟିର ଜୀ-ବ-ନ,ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା

ସମସ୍ତେ ନିଜ ସାଙ୍ଗମାନଙ୍କର କିମ୍ବା ପରିବାର ଲୋକଙ୍କର ଜନ୍ମଦିନ ବହୁତ ବିଶେଷ କରିବାକୁ ଚାହାଁନ୍ତି | ଏଥିପାଇଁ ଅନେକ ଲୋକ ମାସେ ପୂର୍ବରୁ ମଧ୍ୟ ପ୍ଲାନିଂ କରିଥାନ୍ତି | ଅନେକ ଲୋକ ସରପ୍ରାଇଜ ଦେବାକୁ ମଧ୍ୟ ପସନ୍ଦ କରିଥାନ୍ତି | କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ବାର୍ଥ ଡେ ସରପ୍ରାଇଜର ଭିଡିଓ ଦେଖି ଆପଣ ଏହା ବୁଝିପାରିବେ ନାହିଁ ଯେ ଏହା ଉପରେ ହସିବା ଉଚିତ ନା ରାଗିବା ଉଚିତ |

ବାସ୍ତବରେ, ଫେସବୁକରେ ଚି଼ଙ୍କି-ମିଙ୍କି ନାମକ ଯାଆଁଳା ଭଉଣୀଙ୍କର ଗୋଟିଏ ଫେସବୁକ ପେଜ ଅଛି | ଆପଣଙ୍କୁ କହିରଖୁଛୁ ଯେ ଏହି ଦୁଇ ଭଉଣୀ କପିଳ ଶର୍ମାଙ୍କ ଶୋକୁ ଆସିବାପରେ ଫେମସ ହୋଇଯାଇଛନ୍ତି | ନିକଟରେ ସେମାନେ ନିଜ ପେଜରେ ଗୋଟିଏ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ଗୋଟିଏ ପିଲା ବେଡ଼ ଉପରେ ଶୋଇଥିବାର ଦେଖାଯାଉଛି ଏବଂ ତା ପାଖରେ ବେଡ଼ ଉପରେ ହିଁ ଜଳୁଥିବା କ୍ୟାଣ୍ଡେଲ ଲାଗିଥିବା ଏକ କେକ ରଖାଯାଇଛି | ଏହି ଭିଡିଓରେ ଶୁଣାଯାଉଛି ଯେ ପାଖରେ ଥିବା ଲୋକମାନେ ପିଲାଟିକୁ ଜନ୍ମଦିନରେ ଶୁଭକାମନା ଜଣାଉଛନ୍ତି | ଏପରିକି ସେଠାରେ ଜଣେ ବ୍ୟକ୍ତି ଗୀଟାର ନେଇ ମଧ୍ୟ ଠିଆ ହୋଇଛି, ଯିଏ ଗୀତ ଆରମ୍ଭ କରିବା ମାତ୍ରେ ସେହି ସମୟରେ ପିଲାଟି ଗଡ଼ିପଡ଼େ ଏବଂ ନିଦରେ କେକ ଉପରେ ମୁହଁ ମାରିଦିଏ | ଭାଗ୍ୟ ସହିତ ଜଳୁଥିବା କ୍ୟାଣ୍ଡେଲ ଅନ୍ୟ ଆଡକୁ ପଳାଇ ଯାଏ ଏବଂ ପିଲାଟିର ମୁହଁ କେକ ଦ୍ୱାରା ବହୁତ ଖରାପ ଦେଖାଯାଏ | ଏହି ଭିଡ଼ିଓର କ୍ୟାପ୍ସନରେ ଲେଖାଯାଇଛି, “ହେଇଗଲା ହ୍ୟାପି ବାର୍ଥ ଡେ’ |

ଏହି ଭିଡିଓକୁ ଦେଖୁଥିବା ଅନେକ ଲୋକ ହସୁଛନ୍ତି ଏବଂ ଫେସବୁକରେ ନିଜ ସାଙ୍ଗମାନଙ୍କୁ ଟ୍ୟାଗ କରୁଛନ୍ତି ଏବଂ କହୁଛନ୍ତି ଯେ ଘରଲୋକେ ମୂର୍ଖ ଅଟନ୍ତି, ଯେଉଁମାନେ ପିଲାଟିର ଜୀବନ ଏପରି ଭାବେ ବିପଦରେ ପକାଉଛନ୍ତି | ସେହିପରି ଜଣେ ୟୁଜର ଏହା ମଧ୍ୟ ପଚାରିଛନ୍ତି ଯେ ବେଡ଼ସିଟ ଜଳି ଯିବାର ଭୟ ନାହିଁ କି ? ଜଣେ ୟୁଜର କହିଛନ୍ତି ଯେ ଏହା ବହୁତ ରିସ୍କି ଥିଲା | ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିଲେଣି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *