ନିଜର ଚାରିଜଣ ପତିଙ୍କୁ ଛାଡି ପାଞ୍ଚ ନମ୍ବର୍ କୁ ବିବାହ କରିବାକୁ ଜିଦ ଧରି ବସିଲେ ଏହି ମହିଳା,ତାଙ୍କର ରହିଛି ୫ଟି ଛୁଆ ଓ ଏବଂ ଯାହାକୁ ବର୍ତମାନ ବାହାହେବା ପାଇଁ ଚାଁହୁଛନ୍ତି ସେ ତାଙ୍କଠାରୁ ୧୫ ବର୍ଷ ସାନ

‘ପ୍ରେମ ଅନ୍ଧ ହୋଇଥାଏ ବୋଲି କୁହାଯାଏ’ ଏଥିରେ ବହୁତ ସତ୍ୟତା ମଧ୍ୟ ରହିଛି। ଯେତେବେଳେ କାହାକୁ ପ୍ରେମର କୀଟ କାଟିଥାଏ ସେତେବେଳେ ସେ ଜାତି, ଧର୍ମ, ବୟସ,ରଙ୍ଗ,ରୂପ ସମାଜ ଓ ସମ୍ପର୍କକୁ ମଧ୍ୟ ଦେଖିନଥାଏ। ତାକୁ ଏହିକଥାର ଖାତିର ନଥାଏ କି, ଲୋକ କଣ କହିବେ। ସେ କେବଳ ନିଜର ପ୍ରେମକୁ ହାସଲ କରିବାକୁ ଚାହିଁଥାନ୍ତି।

ଏବେ ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳର ଏହି ଘଟଣାକୁ ନେଇଯାଆନ୍ତୁ। ଏଠାରେ ଜଣେ 45 ବର୍ଷର ମହିଳାଙ୍କୁ ନିଜଠାରୁ 15 ବର୍ଷୀୟ ସାନ ଯୁବକ ସହିତ ପ୍ରେମ ହୋଇଗଲା। ଏବେ ସେ ପଞ୍ଚମ ବିବାହ କରିବାକୁ ମଧ୍ୟ ଚାହୁଁଛି। ଏଥିପାଇଁ ସେ ନିଜର ଝିଅକୁ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ରହିଛି। ଯେତେବେଳେ ଝିଅମାନେ ଏହାର ବିପକ୍ଷରେ ଯାଇ ପୋଲିସ ପାଖରେ ମାମଲା ରଖିଲେ ସେତେବେଳେ ସବୁକଥା ଜଣାପଡିଥିଲା। ଆସନ୍ତୁ ବିସ୍ତାରିତ ରୂପରେ ଏହାକୁ ଜାଣିବା।

ଶନିବାର ଦିନ ଦ୍ୱିପ୍ରହର ସମୟରେ ଭିଣ୍ଡର ମହିଳା ପୋ-ଲି-ସ ଡେସ୍କ ଉପରେ ହ-ଙ୍ଗା-ମା ହୋଇଗଲା ଯେତେବେଳେ ପାଞ୍ଚଜଣ ଝିଅ ନିଜ ମାଆ ବିରୁଦ୍ଧରେ ପଞ୍ଚମ ବିବାହର ଅ-ଭି-ଯୋ-ଗ ନେଇ ପୋ-ଲି-ସ ପାଖରେ ଗୁହାରି କରିଥିଲେ। ଝିଅମାନେ ଯେଉଁଭଳି ଭାବରେ ନିଜ ମାଆର ସମ୍ପର୍କ ବିଷୟରେ କହିଥିଲେ ଏହାକୁ ପୋ-ଲି-ସ ମଧ୍ୟ ଶୁଣି ବିଚଳିତ ହୋଇଯାଇଥିଲା। ଝିଅଟି କହିଲା କି, ତାଙ୍କର ମାଆ 45 ବର୍ଷର ଅଟନ୍ତି ଓ ତାଙ୍କୁ 30 ବର୍ଷର ଏକ ଯୁବକ ମିଥୁନ ସହିତ ପ୍ରେମ ହୋଇଯାଇଛି। ସେମାନେ ବିଗତ ଏକବର୍ଷ ହେବ ଲିଭିଙ୍ଗ ରିଲେସନରେ ରହୁଛନ୍ତି।

ଝିଅମାନେ କହିଲେ କି, ତାଙ୍କ ମାଆ ଙ୍କର ଏହାପୂର୍ବରୁ ଚାରୋଟି ବିବାହ ହୋଇସାରିଛି। ଏବେ ସେ ନିଜଠାରୁ 15 ବର୍ଷର କମ ବୟସର ଯୁବକକୁ ବିବାହ କରିବାକୁ ଯାଉଛନ୍ତି। ଝିଅ ମାନଙ୍କର ଦାବି ଏହା ରହୁଛି କି, ତାଙ୍କର ମାଆ ବିବାହ ନକରନ୍ତୁ। 5 ଜଣ ଝିଅଙ୍କ ମଧ୍ୟରୁ 2 ଜଣଙ୍କ ବିବାହ ମଧ୍ୟ ହୋଇସାରିଛି। ଏମିତିରେ ସେମାନେ ମଧ୍ୟ ନିଜ ପତିଙ୍କୁ ନେଇ ଆସିଥିଲେ। ଝିଅମାନେ ମାଆଙ୍କ ପ୍ରେମିକ ମିଥୁନ ଉପରେ ମାରପିଟ ର ଅଭିଯୋଗ ଲଗାଇଥିଲେ। ଝିଅମାନେ କହିଲେ ମିଥୁନ ତାଙ୍କୁ ମା-ର-ପି-ଟ କରେ ଓ ସେଥିପାଇଁ ସେମାନେ ନିଜ ଭଉଣୀ ଘରକୁ ରହିବାକୁ ଯାଇଥାନ୍ତି।

ଝିଅ ମାନଙ୍କ କଥା ଶୁଣି ପୋଲିସ ମହିଳା ଓ ତାଙ୍କର ପ୍ରେମିକଙ୍କୁ ଥାନା ଡକାଇଥିଲେ। ଏଠାରେ ସେମାନେ ଉଭୟଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ। ତାଙ୍କର କାଉଁସିଲିଂ ମଧ୍ୟ ନିଆଗଲା। କିନ୍ତୁ ମହିଳା ନିଜର ପ୍ରେମିକଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ସେ ସ୍ୱୀକାର କରିଥିଲେ କି, ମିଥୁନ ତାଙ୍କ ଝିଅଙ୍କୁ ପାଖରେ ରଖିବାକୁ ଦେଉନଥିଲେ। ମହିଳା ଜଣକ କହିଲେ କି, ସେ ମିଥୁନଙ୍କୁ ହିଁ ବିବାହ କରିବାକୁ ଚାହାଁନ୍ତି। ମହିଳା ନିଜ ପୂର୍ବ ସ୍ୱାମୀଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ କହି ପାରିନଥିଲେ।

ପୋଲିସ ମହିଳା ଜଣଙ୍କର ପାଖାପାଖି 7 ଘଣ୍ଟା ପର୍ଯ୍ୟନ୍ତ କାଉଁସିଲିଂ କଲେ। ଏହାପରେ ମହିଳା ଜଣଙ୍କ ନିଜ ପ୍ରେମିକ ଠାରୁ ଅଲଗା ହେବାପାଇଁ ରାଜି ହୋଇଥିଲେ। ମହିଳା ଜଣକ ଏହି ଫଇସଲା ସମାଜରୁ ବଦନାମ ନହେବାପାଇଁ ନେଇଥିଲେ। ସେ ବର୍ତ୍ତମାନ ନିଜ ଝିଅ ମାନଙ୍କୁ ପାଳିବାକୁ ପ୍ରସ୍ତୁତ ରହିଛି। ଥା-ନା ପ୍ରଭାରୀ ରତନ ଜେନ କହିଥିଲେ କାଉନ୍ସିଲିଂ ପରେ ମହିଳା ଜଣକ ରାଜି ହୋଇଯାଇଥିଲେ। ବର୍ତ୍ତମାନ ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ନିର୍ଣ୍ଣୟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *