କାହାଣୀ ଜଣେ ଏମିତି ବ୍ୟକ୍ତିଙ୍କର, ଯିଏ ପୂର୍ବରୁ ସ୍କୁଲରେ ଥିଲେ ମାଳି,କିନ୍ତୁ ତାପରେ ହୋଇଗଲେ ସେହି ସ୍କୁଲର ପ୍ରିନ୍ସିପାଲ,ଜାଣନ୍ତୁ କେମିତି ହୋଇଥିଲା ସମ୍ଭବ

ପ୍ରକୃତରେ ଆଜି ଆମେ ଯେଉଁ ବ୍ୟକ୍ତିଙ୍କର କାହାଣୀ କହିବାକୁ ଯାଉଛୁ ସେ ହେଉଛନ୍ତି ଛତିଶଗଡ଼ର ଭିଲାଇର ବାସିନ୍ଦା ଈଶ୍ୱର ସିଂହ ବାଦଗାହ | କହିରଖୁଛୁ ଯେ ସେ ଭାଗ୍ୟ ବଦଳିବ ବୋଲି ଅପେକ୍ଷା କଲେନାହିଁ ବରଂ ଏଥିପାଇଁ ନିଜ ଜୀବନରେ ଲକ୍ଷ ଲକ୍ଷ ସମସ୍ୟାକୁ ସାମ୍ନା କଲେ ଏବଂ ନିଜ ଲକ୍ଷ୍ୟକୁ ନେଇ ଚାଲିଥିଲେ | ଯାହା ବଦଳରେ ସେ ଏମିତି କିଛି କାମ କରି ଦେଖାଇଛନ୍ତି, ଯାହା ନିଜେ ନିଜେ ଉଦାହରଣ ପାଲଟିଯାଇଛି |

ଯେଉଁ କଲେଜରେ ଗଛରେ ପାଣି ଦେଉଥିଲେ, ସେହି କଲେଜରେ ହେଲେ ପ୍ରିନ୍ସିପାଲ :-

କୁହାଯାଏ ଯେ ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡ଼ି କି ଦିଅନ୍ତି | ଏମିତି କିଛି ହୋଇଛି ଈଶ୍ୱର ବାଦଗାହଙ୍କ ସହିତ | ଈଶ୍ୱର ସିଂହ ଭାଗ୍ୟ ବଦଳିବା ଉପରେ ନୁହେଁ ପରିଶ୍ରମ କରିବା ଉପରେ ବିଶ୍ୱାସ କରନ୍ତି | ସେ ନିଜ ଭାଗ୍ୟକୁ ନିଜ ପରିଶ୍ରମ ଦ୍ୱାରା ବଦଳାଇଛନ୍ତି | ଏପରି ଏକ ସମୟ ଥିଲା, ଯେତେବେଳେ ଈଶ୍ୱର ସିଂହ କଲ୍ୟାଣ କଲେଜରେ ମାଳି ଭାବରେ କାମ କରୁଥିଲେ, କିନ୍ତୁ ଆଜି ସେ ନିଜ ପରିଶ୍ରମ ଏବଂ ଧର୍ଯ୍ୟ କାରଣରୁ ସେହି କଲେଜରେ ପ୍ରିନ୍ସିପାଲ ପଦବୀରେ କାମ କରୁଛନ୍ତି |

ଈଶ୍ୱର ସିଂହ ବାଦଗାହଙ୍କ ଜନ୍ମ ବୈଠଲପୁରର ଘୁଟିୟାରେ ହୋଇଥିଲା | ସେ ନିଜର ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ନିଜ ଗାଁରେ ହିଁ ପ୍ରାପ୍ତ କରିଥିଲେ | ଘରର ଆର୍ଥିକ ସ୍ଥିତି କାରଣରୁ ତାଙ୍କୁ ମଝିରେ ହିଁ ପାଠପଢା ବନ୍ଦ କରିବାକୁ ପଡିଲା ଏବଂ ୧୯ ବର୍ଷ ବୟସରେ ସେ ଘର ଖର୍ଚ୍ଚ ପାଇଁ ଚାକିରୀ ଖୋଜି ବୁଲିଲେ | ଚାକିରୀ ଖୋଜି ଖୋଜି ସେ ଆସି ଭିଲାଇରେ ପହଞ୍ଚିଲେ, ଯେଉଁଠାରେ ସେ ଏକ କପଡା ଷ୍ଟୋରରେ ସେଲସମ୍ୟାନର ଚାକିରୀ କରିବା ଆରମ୍ଭ କଲେ | ଏହି ଚାକିରୀରେ ତାଙ୍କୁ ମାସକୁ ବେତନ ଭାବରେ ମାତ୍ର ୧୫୦ ଟଙ୍କା ଦିଆଯାଉଥିଲା | କିନ୍ତୁ ବର୍ତ୍ତମାନ ମଧ୍ୟ ତାଙ୍କ ଭିତରେ ପାଠପଢାକୁ ପୁରା କରିବାର ଜିଦ ଥିଲା |

ଏହାମଧ୍ୟରେ ସେ କଲ୍ୟାଣ କଲେଜରେ ନିଜର ବିଏର ଡିଗ୍ରୀ ହାସଲ କରିବାପାଇଁ ଫର୍ମ ପୁରାଣ କଲେ ଏବଂ କପଡା ଦୋକାନରେ ଚାକିରୀ କରିବା ସହିତ ନିଜର ପାଠପଢା ମଧ୍ୟ ପୁରା କରିବାକୁ ଲାଗିଲେ | କଲ୍ୟାଣ କଲେଜରେ ମାତ୍ର ୨ ମାସ ଆଡ଼ମିସନ କରିବାପରେ ସେ ସେଲସମ୍ୟାନ ଚାକିରୀ ଛାଡି ସେହି କଲେଜରେ ମାଳି ଚାକିରୀ କରିବା ଆରମ୍ଭ କରିଦେଲେ | ସେଠାରେ ପାଠପଢା ସହିତ ସେ ବେଳେବେଳେ ଚୌକିଦାର ତ ଆଉ କେତେବେଳେ ସୁପର ଭାଇଜରଙ୍କ ସ୍ଥାନରେ ଚାକିରୀ କରୁଥିଲେ | ତାଙ୍କ ଇଚ୍ଛା ଏବଂ ପରିଶ୍ରମକୁ ଦେଖି କଲେଜର ଆଲା ଅଧିକାରୀ ଏତେ ଖୁସି ହେଲେ ଯେ ଅଧିକାରୀମାନେ ତାଙ୍କୁ କଲେଜରେ ହେବାକୁ ଥିବା ସବୁ ନିର୍ମାଣ କାର୍ଯ୍ୟର ସୁପର ଭାଇଜର କରିଦେଲେ |

ଏହାମଧ୍ୟରେ ସେ ନିଜର ପାଠପଢା ମଧ୍ୟ ଜାରି ରଖିଲେ ଏବଂ ୧୯୮୯ ମସିହାରେ ଗ୍ରାଜୁଏସନର ଡିଗ୍ରୀ ମଧ୍ୟ ପ୍ରାପ୍ତ କଲେ | ଯାହା ପରେ ତାଙ୍କୁ ସେହି କଲେଜରେ କ୍ରାଫ୍ଟ ଟିଚରର ଚାକିରୀ ମିଳିଗଲା | ପରେ ତାଙ୍କ ଯୋଗ୍ୟତା ଏବଂ ଇଚ୍ଛାକୁ ଦୃଷ୍ଟିରେ ରଖି କଲେଜରେ ତାଙ୍କୁ ଆସିଷ୍ଟାଣ୍ଡ ପ୍ରଫେସର ଚାକିରୀ ମିଳିଗଲା ଏବଂ ଏହି ସମୟରେ ସେ ଏମଏଡ଼, ବିପିଏଡ ଏବଂ ଏମଫିଲ କରିଲେ ଏବଂ ଶେଷ ବର୍ଷ ୨୦୦୫ ମସିହାରେ ତାଙ୍କ ଯୋଗ୍ୟତାକୁ ଦୃଷ୍ଟିରେ ରଖି ତାଙ୍କୁ କଲ୍ୟାଣ କଲେଜର ପ୍ରିନ୍ସିପାଲ ଭାବରେ ବଚ୍ଛାଗଲା | ତାଙ୍କର ମାଳିରୁ ପ୍ରିନ୍ସିପାଲ ହେବାର ଯାତ୍ରା ଆକାଶଛୁଆଁ ନଥିଲା ବରଂ ବହୁତ ସଂଘର୍ଷପୂର୍ଣ୍ଣ ଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *