ପ୍ରକୃତିର ବିଭୀଷିକା : ବାଦଲ ଫଟା ବର୍ଷାରେ ଅଚାନକ ଅନେକ ଘର ଧୋଇନେଲା, ଭାସିଗଲା ଗାଡି,ଦେଖନ୍ତୁ ଭିଡ଼ିଓ

ବର୍ଷାର ବିତ୍ପାତ ହିମାଚଳ ପ୍ରଦେଶରେ ଦେଖା ଦେଇଛି। ଅନେକ ଜିଲ୍ଲାରେ ବାଦଲ ଫଟା ବର୍ଷା ହେତୁ ହଇଚଇ ସୃଷ୍ଟି କରିଛି। ମେକଲୋଡଗଞ୍ଜ ନିକଟସ୍ଥ ଭାଗସୁନାଗରେ ରାସ୍ତାରେ ପାଣିର ସ୍ରୋତର ପ୍ରଖର ଚାଲୁଛି। ପାଣିର ସ୍ରୋତ ଏତେ ଅଧିକ ଥିଲାଯେ ପାର୍କିଂରେ ଛିଡା ହୋଇଥିବା ଯାନବାହାନଗୁଡିକ ମଧ୍ୟ ଏଥିରୁ ବାଦ ପଡିନଥିଲା। ଅନେକ ଗାଡି ବର୍ଷା ପାଣିରେ ଭାସିଯିବା ସହ ବ୍ୟାପକ ନଷ୍ଟ ହୋଇଛି। ଏହି ଘଟଣା ଯୋଗୁଁ ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।

ମୌସୁମୀର ପ୍ରଭାବରେ ପ୍ରଥମ ମୁସଳଧାରାରେ ପ୍ରଭାବ କୁଲୁ ଜିଲ୍ଲାରେ ଅନୁଭୂତ ହୋଇଛି। ଆଜି ସକାଳୁ ପ୍ରବଳ ବର୍ଷା କାରଣରୁ ଜିଲ୍ଲାର ଜୀବନଯାପନ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି। ପାଗଲନାଲାରେ ବନ୍ୟା ଯୋଗୁଁ ଅଟ-ଲାରଜୀ-ସାଞ୍ଜ ରାସ୍ତାକୁ ବନ୍ଦ ରଖାଯାଇଛି। କର୍ପୋରେସନ ବସ ଏବଂ ଅନ୍ୟାନ୍ୟ ଯାନବାହନ ଗୁଡିକୁ ଏଠାରେ ଅଟକି ରଖାଯାଇଛି। ଭୂସ୍ଖଳନ କାରଣରୁ ଜିଲ୍ଲାର ୧୫ ରୁ ଅଧିକ ରାସ୍ତାଗୁଡିକୁ ଅବରୋଧ କରି ରଖାଯାଇଛି।

ଏହା ସହ ହିମାଚଳ ସଡକ ପରିବହନ ନିଗମର ଚାରୋଟି ବସକୁ ଅଟକ ରଖାଯାଇଛି। ବିସ, ପାର୍ବତୀ, ସୂରଭୀ ଖାଦ ସମେତ ଜିଲ୍ଲାର ନଦୀ ଓ ନାଳ ସବୁ ଏକକାର ହୋଇଯାଇଛି। ପ୍ରଥମ ମୌସୁମୀ ବର୍ଷାରେ କୁଲୁ ସହରକୁ ଜଳମଗ୍ନ କରିଦେଇଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା କାରଣରୁ କୃଷକମାନେ ଦୀର୍ଘ ନିଶ୍ୱାସ ମାରିଛନ୍ତି।

ଏହି ବର୍ଷା ସେଓ ଏବଂ ଅନ୍ୟାନ୍ୟ ଫସଲ ପାଇଁ ଏକ ଲାଇଫ ଲାଇନ ଭାବରେ କାର୍ଯ୍ୟ କରିବ। ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତିଯେ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ନଦୀ ଓ ଡ୍ରେନ ନିକଟକୁ ନ ଯିବା ପାଇଁ ଲୋକମାନଙ୍କୁ ଏବଂ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *