ଲକ୍ଜୁରୀ ପ୍ରିୟ ଅଟନ୍ତି ମହେନ୍ଦ୍ର ସିଂହ ଧୋନି,ନିଜର କ୍ୟାରିଅରରେ କିଣିସାରିଲେଣି ଏହି ୫ଟି ମହଙ୍ଗା ଜିନିଷ

ଏମ୍ ଏସ୍ ଧୋନି ହୋମଟାଉନ୍ ରାଞ୍ଚିରେ ବହୁତ ସମ୍ପତ୍ତି ପ୍ରସ୍ତୁତ କରିସାରିଲେଣି|ରାଞ୍ଚି ପାଖାପାଖି ମାହିଙ୍କର ଏକ ବହୁତ ବଡ ଫାର୍ମ ହାଉସ ରହିଛି,ଯେଉଁଠାରେ ସେ ନିଜ ପରିବାର ସହ ରହୁଛନ୍ତି|ଯେଉଁଠାରେ କୃଷି ଠାରୁ ଆରମ୍ଭ କରି ପଶୁପାଳନ କରାଯାଏ|ସମସ୍ତ ସମ୍ପତ୍ତିକୁ ମିଶାଇ ଧୋନୀଙ୍କ ସମ୍ପତ୍ତି ୧୦୦ କୋଟିରୁ ଉର୍ଦ୍ଧ୍ବ ହେବ|ଧୋନି ଓ ସାକ୍ଷୀ ପ୍ରାୟତଃ ସଦାବେଳେ ନିଜ ଫାର୍ମ ହାଉସର ଫଟୋ ସେୟାର କରିଥାନ୍ତି|

ଧୋନି କାର ପ୍ରିୟ ଅଟନ୍ତି|ତାଙ୍କ ଘରେ ବିଳାସମୟ କାରର କଲେକ୍ସନ ରହିଛି, ଯେଉଁଥିପାଇଁ ବଡ ଗ୍ୟାରେଜ ନିର୍ମିତ ହୋଇଛି|ଏଠାରେ ରଖାଯାଇଥିବା କାର ମାହିଙ୍କ ପର୍ସନାଲିଟିରେ ଚନ୍ଦ୍ର ପରି ଚମକାଇଥାଏ|ଧୋନୀଙ୍କ ପାଖରେ “ପୋର୍ଶ୍ଚ ୯୧୧” ନାମକ ବିଳାସମୟ କାର ରହିଛି,ଯାହାର ମୂଲ୍ୟ ୨.୨ କୋଟି ଟଙ୍କା|ସ୍ପିଡର ମାମଲାରେ ଏହି କାର ୪ରୁ ୫ ସେକେଣ୍ଡ ମଧ୍ୟରେ ୦ ରୁ ୧୦୦ କିମି ପ୍ରତି ଘଣ୍ଟା ପହଞ୍ଚି ପାରେ|

ଧୋନିଙ୍କ ପାଖରେ ଏକ ଏସୟୁଭି କାର ରହିଛି ଯାହାର ନାମ “ହମର ଏଚଟୁ”|ଏହାର ମୂଲ୍ୟ ପାଖାପାଖି ୭୫ ଲକ୍ଷ ଓ ଏହାର ଲୁକ୍ ମନମୁଗ୍ଧକର|ବହୁବାର ଧୋନୀ ଏହାକୁ ସଡକରେ ଚଳାଉଥିବା ଦେଖାଯାଏ|

ଏମ୍ଏସ୍ ଧୋନୀଙ୍କ ପାଖରେ ଏମିତି ଏକ ବିଳାସମୟ କାର ରହିଛି ଯାହା ନିଜର ସ୍ପିଡ ପାଇଁ ଜଣାଶୁଣା|ମାହି “ଫରାରୀ ୫୯୯ ଜିଟିଓ”ର ମାଲିକ ଅଟନ୍ତି ଯାହାର ମୂଲ୍ୟ ପାଖାପାଖି ୧.୩୯ କୋଟି ଟଙ୍କା|ମାତ୍ର ୩.୩ ସେକେଣ୍ଡରେ ଏହି କାର ୦ ରୁ ୧୦୦ କିମି ପ୍ରତି ଘଣ୍ଟା ସ୍ପିଡ ହାସଲ କରିପାରେ|

ଏମ୍ଏସ୍ ଧୋନୀ ବାଇକର ଦିବାନା ଅଟନ୍ତି,ସାଧାରଣତଃ ସେ କ୍ରିକେଟ ଫିଲ୍ଡରେ ବାଇକ୍ ଚଳାଉଥିବା ଦେଖାଯାଏ|ତାଙ୍କ ପାଖରେ “କନଫେଡେରେଟ୍ ହେଲକାଟ୍ ଏକ୍ସ ୧୩୨” ନାମକ ବହୁତ ଦାମି ବାଇକ ରହିଛି ଯାହାର ମୂଲ୍ୟ ଏବେ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ,କିନ୍ତୁ ଧୋନୀ ଏହାକୁ ୨୭ ଲକ୍ଷ ଟଙ୍କାରେ କିଣିଥିଲେ|ଏହା ଦୁନିଆର ସବୁଠାରୁ ପାୱାରଫୁଲ ବାଇକ ମଧ୍ୟରେ ଅନ୍ୟତମ ଯାହା ଘଣ୍ଟାପ୍ରତି ୧୩୨କିମି ବେଗରେ ଦୈଡିଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *