ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୯୯୩ ଜଣ ସଂକ୍ରମିତ ଚିହ୍ନଟ, ୬୩ ଜଣ ମୃ-ତ

ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୯୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୫୪ ଜଣ ଏବଂ ୮୩୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୬୩ ଜଣଙ୍କର କରୋନା ଜନିତ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୫୮ ଜଣ,ବାଲେଶ୍ଵର ଜିଲ୍ଲାରୁ ୧୮୧ ଜଣ,ବରଗଡ ଜିଲ୍ଲାରୁ ୧୯ ଜଣ,ଭଦ୍ରକ ଜିଲ୍ଲାରୁ ୮୬ ଜଣ,ବଲାଙ୍ଗୀର ଜିଲ୍ଲାରୁ ୧୩ ଜଣ,ବୌଦ୍ଧ ଜିଲ୍ଲାରୁ ୧୦ ଜଣ,କଟକ ଜିଲ୍ଲାରୁ ୨୯୭ ଜଣ,ଦେବଗଡ ଜିଲ୍ଲାରୁ ୦୫ ଜଣ,ଢେଙ୍କାନାଳ ଜିଲ୍ଲାରୁ ୪୪ ଜଣ,ଗଜପତି ଜିଲ୍ଲାରୁ ୦୫ ଜଣ,ଗଞ୍ଜାମ ଜିଲ୍ଲାରୁ ୧୩ ଜଣ,ଜଗତସିଂହପୁର ଜିଲ୍ଲାରୁ ୮୯ ଜଣ,ଯାଜପୁର ଜିଲ୍ଲାରୁ ୧୪୧ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୧୦ ଜଣ,କଳାହାଣ୍ଡି ଜିଲ୍ଲାରୁ ୦୮ ଜଣ,କନ୍ଧମାଳ ଜିଲ୍ଲାରୁ ୧୩ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯ ଜଣ,କେନ୍ଦୁଝର ଜିଲ୍ଲାରୁ ୩୫ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୩୨୨ ଜଣ,କୋରାପୁଟ ଜିଲ୍ଲାରୁ ୩୧ ଜଣ,ମାଲକାନଗିରି ଜିଲ୍ଲାରୁ ୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୧୧୦ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୫ ଜଣ,ନୟାଗଡ ଜିଲ୍ଲାରୁ ୭୮ ଜଣ,ନୂଆପଡ଼ା ଜିଲ୍ଲାରୁ ୦୬ ଜଣ,ପୁରୀ ଜିଲ୍ଲାରୁ ୧୪୪ ଜଣ,ରାୟଗଡ଼ା ଜିଲ୍ଲାରୁ ୨୪ ଜଣ,ସମ୍ବଲପୁର ଜିଲ୍ଲାରୁ ୧୪ ଜଣ,ସୋନପୁର ଜିଲ୍ଲାରୁ ୧୭ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୭୫ ଜଣ ଓ ଷ୍ଟେଟ ପୁଲରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୯୪୧୭୪୫ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୯୧୨୪୬୩ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୨୪୫୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୪୬୪୧୨୪୧ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୬୩ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୪୬୬୩ କୁ ବୃଦ୍ଧି ହୋଇଛି।

Leave a Reply

Your email address will not be published. Required fields are marked *