ଦେଖନ୍ତୁ ଭିଡ଼ିଓ : କରୋନା ଟୀକା ଲଗାଇବା ସମୟରେ ଭୟଙ୍କର ଚିତ୍କାର କଲେ ମହିଳା, ଡରିଗଲେ ଲୋକମାନେ

ସାରା ଦେଶରେ ଆଜିକାଲି କୋଭିଡ-୧୯ ଟୀକା ଦିଆଯାଉଛି | କିଛି ଲୋକଙ୍କୁ ଟୀକାକରଣ ନାମ ଶୁଣି ଡର ଲାଗୁଛି ତ ଆଉ କିଛି ଲୋକ ଟୀକା ଲଗାଇବା ବେଳେ ପୁରା ଘରକୁ ମୁଣ୍ଡ ଉପରେ ଉଠାଇ ନେଉଛନ୍ତି | ସୋସିଆଲ ମିଡ଼ିଆ ସାଇଟ ଇନ୍ସଟାଗ୍ରାମରେ ଜଣେ ମହିଳାଙ୍କର ଟୀକା ଲଗାଇବାର ଏକ ମଜାଳିଆ ଭିଡିଓ ଭାଇରଲ ହେଉଛି |

ଟୀକା ଲଗାଇବା ବେଳେ ଚିତ୍କାର କଲେ ମହିଳା :-

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ ମହିଳା ଅରେଞ୍ଜ କଲର ଶାଢ଼ୀ ଏବଂ ମେକଅପ ସହିତ ଟୀକାକରଣ କେନ୍ଦ୍ରରେ ବସିଛନ୍ତି | ସେ ନିଜ ମୁଣ୍ଡରେ ଓଢଣୀ ଦେଇଛନ୍ତି ଏବଂ ସେ ଟୀକା ଲଗାଉଥିବା ସିଷ୍ଟରଙ୍କ ସହିତ କିଛି କଥା ହେଉଛନ୍ତି | ଠିକ ସେତିକିବେଳେ ଟୀକା ଲଗାଇବା ମାତ୍ରେ ହିଁ ତାଙ୍କ ମୁହଁର ରଙ୍ଗ ବଦଳିଯାଏ ଏବଂ ସେ ଭୟାନକ ଷ୍ଟାଇଲରେ ଚିତ୍କାର କରିବାକୁ ଲାଗନ୍ତି |

 

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by 𝘁𝘂𝗯𝗲.𝗶𝗻𝗱𝗶𝗮𝗻 💀🇮🇳 (@tube__indian)

ଟୀକା ଲଗାଇବା ମାତ୍ରେ ମହିଳାଙ୍କୁ ଏତେ ଯନ୍ତ୍ରଣା ହୁଏ ଯେ ସେ ବୁଦ୍ଧିସୁଧୀ ହରାଇ ବସନ୍ତି | ତାଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ତାଙ୍କ ମୁଣ୍ଡରୁ ଓଢଣା ମଧ୍ୟ ଖସିଗଲାଣି ଏବଂ ଆଖପାଖରେ ଥିବା ଲୋକମାନେ ତାଙ୍କୁ ହିଁ ଦେଖୁଛନ୍ତି | ତାଙ୍କୁ ଏପରି ଭାବରେ ଚିତ୍କାର କରୁଥିବାର ଦେଖି ଟୀକା ଲଗାଉଥିବା ବାକି ଲୋକମାନେ ମଧ୍ୟ ଡରିଯାନ୍ତି |

ଲୋକମାନେ ପଚାରିଲେ – କେବେ ଯନ୍ତ୍ରଣା ସହି ନଥିଲ କି ?

ସୋସିଆଲ ମିଡ଼ିଆ ସାଇଟ ଇନ୍ସଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୫ ହଜାରରୁ ଅଧିକ ଲୋକ ଦେଖିଲେଣି | ଏହି ଭିଡିଓରେ କମେଣ୍ଟ କରି ଲୋକମାନେ ପଚାରୁଛନ୍ତି ଯେ କଣ ଏହି ମହିଳା କେବେ ଏତେ ଯନ୍ତ୍ରଣା ସହିତ ନଥିଲେ କି | ସେହିପରି ଆଉ କିଛି ଲୋକଙ୍କୁ ମହିଳାଙ୍କର ଏପରି ଚିତ୍କାର କରିବା ବହୁତ ଓଭର ଆକ୍ଟିଙ୍ଗ ମଧ୍ୟ ଲାଗୁଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *