ଏହି ଟୟଲେଟକୁ ଗଲେ ମିଳିଥାଏ ପଇସା, ଏହି ଚମତ୍କାର ଆଇଡ଼ିଆ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ

ସାଉଥ କୋରିଆରେ ଏପରି ଏକ ଟୟଲେଟ ତିଆରି କରାଯାଇଛି, ଯେଉଁଠାକୁ ଯିବାପରେ ଲୋକମାନଙ୍କୁ ପଇସା ଦିଆଯାଉଛି | ଏହା ପଛର କାରଣ ଆଶ୍ଚର୍ଯ୍ୟଜନକ ଅଟେ | ବାସ୍ତବରେ ଏହି ଟୟଲେଟ ଉଲସନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସରମାନେ ମିଶି ଡିଜାଇନ କରିଛନ୍ତି | ଏହି ଟୟଲେଟର ମଳରୁ ବିଦ୍ୟୁତ ଉତ୍ପାଦନ କରାଯାଇଥାଏ |

ଟୟଲେଟ ବ୍ୟବହାର କଲେ ମିଳିଥାଏ ପଇସା :-

ଏହି ସ୍ପେଶାଲ ଟୟଲେଟକୁ ଉଲସନ ୟୁନିଭର୍ସିଟିର କ୍ୟାମ୍ପସରେ ନିର୍ମାଣ କରାଯାଇଛି | ଯେଉଁ ସ୍ଟୁଡେଣ୍ଟ ଏହି ଟୟଲେଟକୁ ବ୍ୟବହାର କରିଥାନ୍ତି, ତାକୁ ପୁରଷ୍କାର ଭାବରେ ଡିଜିଟାଲ ମୁଦ୍ରା Ggool ର ୧୦ ୟୁନିଟ ମିଳିଥାଏ | ଏହା ସାହାଯ୍ୟରେ ଛାତ୍ରମାନେ ଫଳ, କପି-ପୁସ୍ତକ ଏବଂ ଖାଦ୍ୟ-ପାନୀୟ ପଦାର୍ଥ କିଣିଥାନ୍ତି |

ଏପରି କାମ କରିଥାଏ ଏହି ସ୍ପେଶାଲ ଟୟଲେଟ :-

ଆପଣଙ୍କୁ କହିରଖୁଛୁ ଯେ ଏହି ଟୟଲେଟର ନାମ BeeVi ରଖାଯାଇଛି | ଏହି ଟୟଲେଟ ଇକୋଫ୍ରେନ୍ଡଲି ଅଟେ | ଏହି ଟୟଲେଟରେ କମ ପାଣି ଆବଶ୍ୟକ ହୁଏ | ଭ୍ୟାକ୍ୟୁମ ସାହାଯ୍ୟରେ ମଳକୁ ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କକୁ ଏବଂ ପରେ ବାୟୋରିଏକ୍ଟରକୁ ନିଆଯାଏ | କିଛି ଲୋକ ଏହି ଟୟଲେଟକୁ ସୁପର ୱାଟର ସେଭିଙ୍ଗ ଭ୍ୟାକ୍ୟୁମ ଟୟଲେଟ ମଧ୍ୟ କହୁଛନ୍ତି |

ଜାଣି ରଖନ୍ତୁ ଯେ ମଳରେ ଥିବା ମିଥେନ ଗ୍ୟାସକୁ ଇଲେକ୍ଟ୍ରିସିଟିରେ କନଭର୍ଟ କରାଯାଇଥାଏ, ଯାହା ଦ୍ୱାରା ୟୁନିଭର୍ସିଟିର ଶକ୍ତି ଆବଶ୍ୟକତାକୁ ପୁରା କରାଯାଇଥାଏ | ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି |

ସ୍ପେଶାଲ ଟୟଲେଟ ନିର୍ମାଣ ହୋଇଥିବାରୁ ସ୍ଟୁଡେଣ୍ଟ ବହୁତ ଖୁସି :-

ଉଲସନ ୟୁନିଭର୍ସିଟିର ଜଣେ ସ୍ଟୁଡେଣ୍ଟ କହିଛନ୍ତି ଯେ BeeVi ହେବା ପରେ ଆମ ମଳର ମଧ୍ୟ ମୂଲ୍ୟ ହୋଇଗଲାଣି | ଏଥିରୁ ବିଦ୍ୟୁତ ତିଆରି କରାଯାଇଥାଏ | ମତେ ଟୟଲେଟ ବ୍ୟବହାର କରିବାପରେ ଯେଉଁ ପଇସା ମିଳିଥାଏ, ମୁଁ ସେହି ପଇସାରେ ଅନେକ ଜରୁରୀ ଜିନିଷ କିଣିଥାଏ | ଏପରି ଟୟଲେଟ ତିଆରି ହେବାପରେ ସ୍ଟୁଡେଣ୍ଟ ବହୁତ ଖୁସି ଅଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *