କେତେ ଟଙ୍କା ଅଛି ଆପଣଙ୍କ PF ଖାତାରେ ? ଗୋଟିଏ SMS କିମ୍ବା ମିସ୍ଡ କଲ ଦ୍ୱାରା ଜାଣନ୍ତୁ

କରୋନା କାଳ ସମୟରେ ଅନେକ ଲୋକଙ୍କର ଚାକିରି ଚାଲିଯାଇଛି | ଅନେକ ଲୋକଙ୍କୁ ନିଜର ପ୍ରୋଭିଡେଣ୍ଟ ଫଣ୍ଡ (PF) ର ପଇସା ମଧ୍ୟ ଉଠାଇବାକୁ ପଡିଛି, କିନ୍ତୁ କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ ନିଜର PF ଆକାଉଣ୍ଟକୁ ନେଇ ବିଶେଷ ସୂଚନା ଜଣାନାହିଁ, ଯେପରିକି PF ଆକାଉଣ୍ଟର ବାଲାନ୍ସ ଚେକ କରିବା ଇତ୍ୟାଦି | ଏମିତିରେ ତ PF ବାଲାନ୍ସ ଜାଣିବାର ଅନେକ ଉପାୟ ଅଛି, ଯାହା କି EPF ର ଅଫିସିଆଲ ୱେବସାଇଟରେ କୁହାଯାଇଛି, କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ଏକ ମିସ କଲ ଦ୍ୱାରା ଜାଣିବା | କୋଭିଡ -୧୯ ଅଧୀନରେ ଅନଲାଇନ ଦାବି ଉପରେ ଅଟୋ ମୋଡ ମାଧ୍ୟମରେ କ୍ଲେମ ସେଟଲ କରାଯାଉଛି ଏବଂ ମାତ୍ର ୭୨ ଘଣ୍ଟା ମଧ୍ୟରେ ପଇସା ଆପଣଙ୍କ ଖାତାକୁ ଆସୁଛି | ବର୍ତ୍ତମାନ EPFO ​​ର ପ୍ରାୟ ଛଅ କୋଟି ଆକାଉଣ୍ଟଧାରୀ ଅଛନ୍ତି |

ମିସ୍ଡ କଲ ପାଇଁ ଏହି ନମ୍ବରରେ କଲ କରନ୍ତୁ :-

ଆପଣ କେବଳ ଗୋଟିଏ ମିସ୍ଡ କଲ କରି PF ବାଲାନ୍ସ ଜାଣିପାରିବେ | ଏଥିପାଇଁ ଆପଣଙ୍କୁ ନିଜର PF ଆକାଉଣ୍ଟରେ ରେଜିଷ୍ଟର ମୋବାଇଲ ନମ୍ବରରୁ 011-22901406 ରେ ମିସ୍ଡ କଲ କରିବାକୁ ପଡିବ | ଏହା ପରେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ, ଯେଉଁଥିରେ ଆପଣଙ୍କୁ ନିଜ ଆକାଉଣ୍ଟରେ ଥିବା PF ପଇସାର ସୂଚନା ମିଳିଯିବ |

SMS ମାଧ୍ୟମରେ PF ବାଲାନ୍ସ ଜାଣିବା ପାଇଁ ଏହି ନମ୍ବରରେ ମେସେଜ କରନ୍ତୁ :-

ଏହା ବ୍ୟତୀତ ଆପଣ ଏକ ମେସେଜ କରି ମଧ୍ୟ PF ବାଲାନ୍ସ ଜାଣିପାରିବେ | ତେବେ ଏହି ଦୁଇ ସେବା ପାଇଁ ଆପଣଙ୍କ ୱାନ ଆକ୍ଟିଭ ହେବା ଆବଶ୍ୟକ | ଯଦି ଆପଣ SMS ମାଧ୍ୟମରେ PF ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ EPFOHO UAN ଏବଂ ଭାଷାର କୋଡ ଟାଇପ କରନ୍ତୁ ଏବଂ ଏହାକୁ 7738299899 ରେ ପଠାଇ ଦିଅନ୍ତୁ | ଏହି ଭାଷାର ଲାଭ ଆପଣ ହିନ୍ଦୀ, ଇଂରାଜୀ, ପଞ୍ଜାବୀ ସହିତ 10 ଟି ଭାଷାରେ ପାଇପାରିବେ | ଉଦାହରଣ ସ୍ୱରୂପ, ଯଦି ଆପଣ ହିନ୍ଦୀରେ ବାଲାନ୍ସ ଜାଣିବାକୁ ଚାହାଁନ୍ତି, ତେବେ EPFOHO UAN HIN ଟାଇପ କରି 7738299899 ରେ ମେସେଜ କରି ଦିଅନ୍ତୁ | ଏଠାରେ UAN ର ସ୍ଥାନରେ ଆପଣଙ୍କୁ ନିଜର UAN ନମ୍ବର ଲେଖିବାକୁ ପଡିବ |

ଅଲଗା ଅଲଗା ଭାଷା ପାଇଁ ଅଲଗା ଅଲଗା କୋଡ଼ ରହିଛି, ଯଥା –

୧. ଇଂରାଜୀ ପାଇଁ କୌଣସି କୋଡ଼ ନାହିଁ |

୨. ହିନ୍ଦୀ – HIN

୩. ପଞ୍ଜାବୀ – PUN

୪. ଗୁଜୁରାଟୀ – GUJ

୫. ମରାଠୀ – MAR

୬. କନ୍ନଡ଼ – KAN

୭. ତେଲୁଗୁ – TEL

୮. ତାମିଲ – TAM

୯. ମଲୟାଲମ – MAL

୧୦. ବଙ୍ଗାଳି – BEN

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *