କଲେଜ ଛାତ୍ର ପ୍ରସ୍ତୁତ କଲେ ସୋଲାର ପ୍ୟାନେଲ ଇଲେକ୍ଟ୍ରିକ ସାଇକେଲ, ଅତିକ୍ରମ କରିବ ୫୦ କିଲୋମିଟର ପର୍ଯ୍ୟନ୍ତ ଦୂରତା, ଦେଖନ୍ତୁ ଫଟୋ

ତାମିଲନାଡୁର ମଦୁରାଇ କଲେଜରେ ପଢ଼ୁଥିବା ଛାତ୍ର ଧନୁଷ କୁମାର ସୌର ଶକ୍ତିରେ ଚାଲୁଥିବା ଏକ ଇଲେକ୍ଟ୍ରିକ ସାଇକେଲ ତିଆରି କରିଛନ୍ତି | ଏହି ଇ-ସାଇକେଲ ଲୋକମାନଙ୍କ ପାଇଁ ବହୁତ ଲାଭକାରୀ ପ୍ରମାଣିତ ହୋଇପାରେ | ଏହାଦ୍ୱାରା କେବଳ ପେଟ୍ରୋଲ-ଡିଜେଲର ଖର୍ଚ୍ଚ କମ ହେବନାହିଁ ବରଂ ପ୍ରଦୂଷଣ ମଧ୍ୟ କମ ହେବ |

ଏହି ଇ-ସାଇକେଲ ସୋଲାର ପ୍ୟାନେଲ ସାହାଯ୍ୟରେ ଲଗାତାର ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ | ଏହା ବ୍ୟତୀତ ସାଇକେଲକୁ ଇଲେକ୍ଟ୍ରିକ ଚାର୍ଜ ଡାଉନଲାଇନ କମ ହେବାପରେ ମଧ୍ୟ ୨୦ କିଲୋମିଟରରୁ ଅଧିକ ଚଲାଯାଇପାରିବ |

ଏହାକୁ ତିଆରି କରିଥିବା ଧନୁଷ କୁମାର କହିଛନ୍ତି ଯେ ଏହାର ବ୍ୟାଟେରୀ ପାଇଁ ବ୍ୟବହାର କରାଯାଉଥିବା ବିଦ୍ୟୁତର ମୂଲ୍ୟ ପେଟ୍ରୋଲ ମୂଲ୍ୟଠାରୁ ବହୁତ କମ ଅଟେ | ଏହି ସାଇକେଲରେ ୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ମାତ୍ର ୧.୫୦ ଟଙ୍କା ଖର୍ଚ୍ଚ ହୋଇଥାଏ | ଏହି ସାଇକେଲ ୩୦-୪୦ କିଲୋମିଟର ବେଗରେ ଚାଲିଥାଏ ଏବଂ ଏହାର ଏହି ଗତି ମଦୁରାଇ ପରି ସହର ଭିତରେ ଚଳାଇବା ପାଇଁ ଯଥେଷ୍ଟ ହୋଇଥାଏ |

ଧନୁଷ କୁମାର କହିଛନ୍ତି ଯେ ଏହି ଇ-ସାଇକେଲରେ ୧୨ ଭୋଲ୍ଟର ୪ ଟି ବ୍ୟାଟେରୀ ଅଛି, ଗୋଟିଏ ୩୫୦ ୱାଟର ବୃଷ ମୋଟର, ଗତିକୁ କମ ଅଧିକ କରିବାପାଇଁ ଇକସିଲେଟର ଲଗାଯାଇଛି | ସେହିପରି ଏହାର ବ୍ୟାଟେରୀ ଚାର୍ଜ କରିବା ପାଇଁ ୨୦ ୱାଟର ୨ ଟି ସୋଲାର ପ୍ୟାନେଲ ଲଗାଯାଇଛି |

ଦେଶରେ ଯେଭଳି ଭାବେ ପେଟ୍ରୋଲ ଏବଂ ଡିଜେଲ ଲଗାତାର ମହଙ୍ଗା ହୋଇଚାଲିଛି, ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏପରି ପରିସ୍ଥିତିରେ ଧନୁଷ କୁମାରଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ଇ-ସାଇକେଲ ଲୋକମାନଙ୍କ ପାଇଁ ଲାଭକାରୀ ହୋଇପାରେ | ଏହାଦ୍ୱାରା କେବଳ ପେଟ୍ରୋଲ ଏବଂ ଡିଜେଲର ଖର୍ଚ୍ଚ କମ ହେବନାହିଁ ବରଂ ପ୍ରଦୂଷଣ ମଧ୍ୟ କମ ହେବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.