ମୁକେଶ ଅମ୍ବାନୀଙ୍କ ଦିନଚର୍ଚ୍ଚାର ଏହି ୧୦ଟି କଥା ବଦଳାଇ ଦେଇପାରେ ଆପଣଙ୍କ ଜୀବନ, ଆପଣ ମଧ୍ୟ ହୋଇପାରନ୍ତି ସଫଳ ବ୍ୟକ୍ତି

ଭାରତରେ ଯେତେବେଳେ ବି ସଫଳ ଏବଂ ପ୍ରସିଦ୍ଧ ବିଜନେସମ୍ୟାନଙ୍କ କଥା ପଡେ, ସେତେବେଳେ ସବୁଠାରୁ ପ୍ରଥମେ ମୁକେଶ ଅମ୍ବାନୀଙ୍କ ନାମ ନିଶ୍ଚିତ ଭାବେ ଆସିଥାଏ | ନିଜର କଠିନ ପରିଶ୍ରମ ଏବଂ ବଡ଼ ବଡ଼ ଲୋକଙ୍କ ଆଶୀର୍ବାଦରୁ ସେ ଅନେକ ବଡ଼ ସଫଳତା ପାଇଛନ୍ତି ଏବଂ ଏହା ବଦଳରେ ଆଜି ତାଙ୍କ ପାଖରେ ସବୁ କିଛି ଅଛି | ଲୋକମାନେ ମଧ୍ୟ ମୁକେଶ ଅମ୍ବାନିଙ୍କ ପରି ସଫଳ ବିଜନେସମ୍ୟାନ ଏବଂ ଧନୀ ବ୍ୟକ୍ତି ହେବାକୁ ଚାହାନ୍ତି | କିନ୍ତୁ କଣ ଏସବୁ ଆଜିର ସମୟରେ ଏତେ ସହଜ ? ହୁଏତ ନାହିଁ, କାରଣ ଯଦି ଆପଣ ମୁକେଶ ଅମ୍ବାନୀଙ୍କ ପରି ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ତାଙ୍କ ଜୀବନର ଏବଂ ଦିନଚର୍ଚ୍ଚାର କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ ଏବଂ ତାଙ୍କୁ ନିଜ ଜୀବନର ଅଂଶ ମଧ୍ୟ କରିବାକୁ ପଡିବ | ସେତେବେଳେ ଯାଇ ବୋଧହୁଏ ଆପଣ ମଧ୍ୟ ଏପରି ହୋଇଯିବେ | ତେବେ ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀଙ୍କର ବିଷୟରେ ସେହି ୧୦ଟି କଥା |

ସକାଳୁ ଶୀଘ୍ର ଉଠିବା :-

ପ୍ରସିଦ୍ଧ ବିଜନେସମ୍ୟାନ ମୁକେଶ ଅମ୍ବାନୀ ସକାଳ ପାଞ୍ଚଟାରୁ ସାଢେ ପାଞ୍ଚଟା ମଧ୍ୟରେ ନିଜର ଶଯ୍ୟା ଛାଡ଼ନ୍ତି, ଯାହା କି ଏକ ଭଲ ଅଭ୍ୟାସ ଅଟେ | ଆପଣ ମଧ୍ୟ ଏହି ଭଲ ଅଭ୍ୟାସକୁ ଆପଣାଇ ନିଜର ଦିନଚର୍ଚ୍ଚାକୁ ସୁଧାରି ପାରିବେ |

ବ୍ୟାୟାମ କରିବା :-

ମୁକେଶ ଅମ୍ବାନୀ ସକାଳୁ ଶୀଘ୍ର ଉଠି ଛଅରୁ ସାଢେ ସାତଟା ପର୍ଯ୍ୟନ୍ତ ଜିମରେ ସମୟ ବିତାଇଥାନ୍ତି | ଏଠାରେ ସେ ବ୍ୟାୟାମ କରିଥାନ୍ତି |

ଜଳଖିଆ ହାଲକା ରହିଥାଏ :-

ମୁକେଶ ଅମ୍ବାନୀ ସକାଳ ୮-୯ ଟା ମଧ୍ୟରେ ନିଜର ଜଳଖିଆ ଖାଇଥାନ୍ତି, ଯାହା କି ହାଲକା ରହିଥାଏ | ସେ ଗୋଟେ ପଟେ ନିଜ ଜଳଖିଆରେ ଅମୃତଭଣ୍ଡା ଜୁସ ପିଇଥାନ୍ତି ତ ସେହିପରି ଅନ୍ୟ ପଟେ ରବିବାର ଦିନ ସାଉଥ ଇଣ୍ଡିଆନ ଖାଇବା ଖାଇଥାନ୍ତି |

ଏହା ହେଉଛି ଅଫିସ ଯିବାର ସମୟ :-

ମୁକେଶ ଅମ୍ବାନୀ ସକାଳୁ ନିଜ ଅଫିସକୁ ମଧ୍ୟ ଯାନ୍ତି, ଯେଉଁଥିପାଇଁ ସେ ୯-୧୦ଟା ମଧ୍ୟରେ ପ୍ରସ୍ତୁତ ହୋଇଯାନ୍ତି, ଯେପରିକି ଠିକ ସମୟରେ ଅଫିସ ଯାଇପାରିବେ |

ମାଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତି ନାହିଁ :-

ପ୍ରତିଦିନ ଅଫିସ ଯିବା ପୂର୍ବରୁ ମୁକେଶ ଅମ୍ବାନୀ ନିଜ ମାଙ୍କର ଆଶୀର୍ବାଦ ନିଶ୍ଚିତ ଭାବେ ନେଇଥାନ୍ତି | ଏହାସହିତ ସେ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ମିଶିବାପରେ ହିଁ ଅଫିସ ଯାନ୍ତି | ଏହା ଏକ ଭଲ ଅଭ୍ୟାସ ଅଟେ, ଯାହାକୁ ଆପଣ ନିଶ୍ଚିତ ଭାବେ ଆପଣାଇବା ଉଚିତ |

ଏହି କାରରେ ଯାଇଥାନ୍ତି ଅଫିସ ;-

ମୁକେଶ ଅମ୍ବାନୀ ତାଙ୍କ ପ୍ରିୟ କାର ମର୍ସିଡିଜ ମେବ୍ୟାକ 62 ରେ ଅଫିସକୁ ଯାଆନ୍ତି, ଯାହାର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ଅଟେ |

ଏପରି କାମ ଆରମ୍ଭ ହୋଇଥାଏ ଏବଂ ଏହା ହେଉଛି ଘରକୁ ଫେରିବାର ସମୟ :-

ତାଙ୍କର ହେଡ଼ ଅଫିସ ନରିମନ ପଏଣ୍ଟରେ ଅବସ୍ଥିତ ଅଟେ | ଯେଉଁଠାରେ ସେ ୧୧ଟା ବେଳକୁ ପହଞ୍ଚିଯାନ୍ତି ଏବଂ ଏହାପରେ ସେ ନିଜ କାମରେ ଲାଗିଯାନ୍ତି | ସେ ନିଜ କାମ ଶେଷ କରିବାପରେ ରାତି ୧୦-୧୧ଟା ମଧ୍ୟରେ ଘରକୁ ଫେରିଆସନ୍ତି |

ଏହା ହୋଇଥାଏ ରାତି ଖାଇବା :-

ରାତିରେ ୧୧-୧୨ଟା ମଧ୍ୟରେ ସେ ନିଜର ରାତି ଖାଇବା ଖାଇଥାନ୍ତି, ଯେଉଁଥିରେ ଡାଲି,ରୋଟୀ,ପନିପରିବା,ଭାତ ଏବଂ ସାଲାଡ଼ ରହିଥାଏ |

ସ୍ତ୍ରୀ ଏବଂ ପରିବାରକୁ ଦେଇଥାନ୍ତି ସମୟ :-

ମୁକେଶ ଅମ୍ବାନୀ ହୁଏତ ବ୍ୟସ୍ତବହୁଳ ବ୍ୟକ୍ତି ଅଟନ୍ତି, କିନ୍ତୁ ସେ ବିଶେଷ ଦିନଗୁଡ଼ିକରେ ନିଜ ପରିବାର ସହିତ ହିଁ ସମୟ ବିତେଇଥାନ୍ତି ଏବଂ ସେମାନଙ୍କ ସବୁ ସୁଖଦୁଃଖରେ ସାଥିରେ ରହିଥାନ୍ତି | ରାତି ୧୨-୨ଟା ମଧ୍ୟରେ ସେ ନିଜ ସ୍ତ୍ରୀ ନିତା ଅମ୍ବାନୀଙ୍କ ସହିତ ବ୍ୟକ୍ତିଗତ ଏବଂ ନିଜ କାମକୁ ନେଇ କଥା ମଧ୍ୟ ହୁଅନ୍ତି | ସେହିପରି, ସେ ରାତି ୨-ସାଢେ ଦୁଇଟା ମଧ୍ୟରେ ଶୋଇପଡ଼ନ୍ତି |

ରିଲିଜ ପୂର୍ବରୁ ଦେଖନ୍ତି ଫିଲ୍ମ :-

ମୁକେଶ ଅମ୍ବାନୀ ବଲିଉଡ ଫିଲ୍ମକୁ ବହୁତ ଭଲ ପାଆନ୍ତି, ଯେଉଁଥିପାଇଁ ସେ ଅଧିକାଂଶ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଦେଖିଥାନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *