ସୁରେଶ ରାଇନାଙ୍କ ବଡ ନିଷ୍ପତି : ମହେନ୍ଦ୍ର ସିଂହ ଧୋନିଙ୍କ କାରଣରୁ ଛାଡିପାରନ୍ତି ଆଇପିଏଲ

ଭାରତୀୟ କ୍ରିକେଟ ଦଳର ଦୁଇ ଧୁରନ୍ଧର ଖେଳାଳି ପୂର୍ବ ଅଧିନାୟକ ଧୋନୀ ଓ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରୈନା ଏକାବେଳେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ|ପୂର୍ବବର୍ଷ ୧୫ ଅଗଷ୍ଟରେ ଧୋନୀ ଅଚାନକ ସନ୍ୟାସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ ଓ ଏହାର ତୁରନ୍ତ ପରେ ରୈନା ମଧ୍ୟ ସନ୍ୟାସର ଘୋଷଣା କରିଥିଲେ|ଏବେ ରୈନା ଆଉଗୋଟେ ବଡ ଵୟାନ ଦେଇଛନ୍ତି|ସେ ସଫାସଫା କହିଛନ୍ତି ଯେ ଯଦି ଆସନ୍ତା ଆଇପିଏଲରେ ଧୋନୀ ନଖେଳନ୍ତି ତେବେ ସେ ମଧ୍ୟ ସନ୍ୟାସ ନେବେ|

ଧୋନି ଓ ରୈନା ଆଇପିଏଲ ପ୍ରାରମ୍ଭରେ ଚେନ୍ନାଇ ସୁପରକିଙ୍ଗ ତରଫରୁ ଖେଳିବା ଆରମ୍ଭ କରିଥିଲେ|ଏହାପରେ ଯେତେବେଳେ ଦଳକୁ ଦୁଇବର୍ଷ ପାଇଁ ନିଲମ୍ବିତ କରିଦିଆଗଲା ତେବେ ଧୋନି ପୁଣେ ସୁପରଜ୍ୟାଣ୍ଟସ ତରଫରୁ ଖେଳିଲେ ଓ ରୈନାଙ୍କୁ ଗୁଜୁରାଟ ଲାୟନ୍ସର ଅଧିନାୟକ ବନାଗଲା|ସିଏସକେ ଦଳ ଯେତେବେଳେ ପ୍ରତ୍ୟାବର୍ତ୍ତନ କଲା, ଦୁହେଁ ଧୁରନ୍ଧର ବିଜୟ ସହ ଖୁସି ମନାଇଲେ|

ରୈନା ନ୍ୟୁଜ ୨୪ ସହ କଥା ହୋଇ କହିଲେ ଯେ ମୋ ଭିତରେ ଏବେବି ୪-୫ ବର୍ଷର କ୍ରିକେଟ ଖେଳ ବଞ୍ଚିଛି|ଏହି ବର୍ଷ ମୋତେ ଆଇପିଏଲ ଖେଳିବାର ଅଛି ଓ ଏହାପରେ ଦୁଇଟି ନୁଆ ଦଳ ଆସନ୍ତା ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ|କିନ୍ତୁ ମୁଁ ଭାବେ ଯେ ଯେପର୍ଯ୍ୟନ୍ତ ମୁଁ ଆଇପିଏଲ ଖେଳିବି ବାସ ସିଏସକେ ତରଫରୁ ଖେଳିବି|ମୁଁ ଆଶାବାଦୀ ଏବର୍ଷ ଆମେ ଭଲ କରିବୁ|

“ଯଦି ଧୋନୀ ଆଇପିଏଲର ଆସନ୍ତା ସିଜନ ଖେଳିବେନି ତେଵେ ମୁଁ ମଧ୍ୟ ଖେଳିବି ନାହିଁ|ଆମେ ଚେନ୍ନାଇ ଦଳ ପାଇଁ ୨୦୦୮ରୁ ଖେଳି ଆସୁଛୁ|ଯଦି ଏହି ବର୍ଷ ଆମେ ଜିତୁ ମୁଁ ତାଙ୍କୁ ଆସନ୍ତା ସିଜନରେ ଖେଳିବା ପାଇଁ ମନେଇବି|ମୁଁ ପୁରା ଚେଷ୍ଟା କରିବି ଯେ ସେ ମାନନ୍ତୁ,କିନ୍ତୁ ଯଦି ସେ ନ ଖେଳନ୍ତି ତ ମୋତେ ଲାଗୁନି ଯେ ମୁଁ ଆଇପିଏଲରେ ଅନ୍ୟ କୈାଣସି ଦଳ ପକ୍ଷରୁ ଖେଳିବି”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *