ପ୍ରଥମେ ଚିକେନ ଖାଇବାକୁ ଦିଅ, ତାପରେ ଘରକୁ ଯିବି, କରୋନା ରୋଗୀ ସୁସ୍ଥ ହେବାପରେ କଲା ଏହି ଡିମାଣ୍ଡ, ହସ୍ପିଟାଲ ଷ୍ଟାଫ ଆଶ୍ଚର୍ଯ୍ୟ

କରୋନା ଭାଇରସର ବିପଦ ବର୍ତ୍ତମାନ ସୁଦ୍ଧା ଟଳିନାହିଁ | ପରିସ୍ଥିତି ଏମିତି ଯେ ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ହସ୍ପିଟାଲ ବେଡ଼, ଅକ୍ସିଜେନ, ଇଞ୍ଜେକ୍ସନର ଅଭାବ ଦେଖାଦେଉଛି | ମହାମାରୀର ଏପରି ଅବସ୍ଥାରେ ଲୋକମାନେ ହସ୍ପିଟାଲ ଯିବାକୁ ମଧ୍ୟ ଡରୁଛନ୍ତି, କିନ୍ତୁ ଏମିତି ଜଣେ କରୋନା ରୋଗୀ ମଧ୍ୟ ଅଛନ୍ତି ଯିଏ କି ହସ୍ପିଟାଲ ଛାଡି ଯିବାକୁ ଚାହୁଁନାହାନ୍ତି | ମହାରାଷ୍ଟ୍ରରେ ଗୋଟିଏ କୋଭିଡ ସେଣ୍ଟରରେ ଭର୍ତ୍ତି ହୋଇଥିବା ଏହି ରୋଗୀର ଡିମାଣ୍ଡ ଶୁଣି ସମସ୍ତଙ୍କ ମୁଣ୍ଡ ବୁଲାଇ ଦେଉଛି |

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଗୋଟିଏ କୋଭିଡ ସେଣ୍ଟରର ଭିଡିଓ ଭାଇରଲ ହୋଇଛି, ଯେଉଁଥିରେ ଜଣେ ରୋଗୀ ଡ୍ୟାନ୍ସ କରି କରି ଚିକେନ ମାଗୁଛି | ରୋଗୀକୁ କୋଭିଡ ସେଣ୍ଟରର ଖାଦ୍ୟ ଏତେ ଭଲ ଲାଗିଛି ଯେ ସେ ଚିକେନ ନ ଖାଇ ଘରକୁ ଯିବାକୁ ମନା କରିଦେଲା | ରୋଗୀ ସେମିତି କୋଭିଡ ସେଣ୍ଟରରେ ହିଁ ଡ୍ୟାନ୍ସ କରିବାକୁ ଲାଗିଲା | ବାସ୍ତବରେ କରୋନାରୁ ସୁସ୍ଥ ହେବାପରେ ମଧ୍ୟ ଏହି ବ୍ୟକ୍ତି କୋଭିଡ ସେଣ୍ଟରରୁ ଯିବାକୁ ପ୍ରସ୍ତୁତ ହେଲାନାହିଁ | ସେ କୋଭିଡ ସେଣ୍ଟରରୁ ଯିବାପାଇଁ ଯେଉଁ ଜିଦ ଧରିଛି, ତାକୁ ଶୁଣି କୋଭିଡ କେୟାର ସେଣ୍ଟରର କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ଅଛନ୍ତି |

ବାସ୍ତବରେ କୋଭିଡ କେୟାର ସେଣ୍ଟରରେ ରୋଗୀମାନଙ୍କୁ ଶୀଘ୍ର ଠିକ ହେବାପାଇଁ ପୁଷ୍ଟିକର ଭୋଜନ ଦିଆଯାଉଥିଲା | କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ସାଙ୍ଗଲିର ଏହି ରୋଗୀଙ୍କୁ ସେଠାର ଖାଦ୍ୟ ବହୁତ ଭଲ ଲାଗିଛି ଏବଂ ଅଭ୍ୟାସ ହୋଇଯାଇଛି | ଯାହାପରେ ସେ ଚିକେନ ନ ଖାଇ ଘରକୁ ଯିବାକୁ ମନା କରିଦେଲା | ସୋସିଆଲ ମିଡିଆରେ ମଧ୍ୟ ଏହି ରୋଗୀର ଭିଡିଓ ଖୁବ ଭାଇରଲ ହେଉଛି, ଯାହାକି ଲୋକମାନଙ୍କୁ ଖୁବ ମନୋରଞ୍ଜନ କରୁଛି | ଲୋକମାନେ କେବଳ ଏହି ଭିଡିଓ କ୍ଲିପକୁ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି |

ଦେଖନ୍ତୁ ଏହି ମଜାଳିଆ ଭିଡିଓ :-

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *