ଅଳିଆ ଆବର୍ଜନାରେ ଫସି ରହିଥିବା ଘୋଡାକୁ ବଞ୍ଚାଇବା ପାଇଁ ଡାକିବାକୁ ପଡିଲା ହେଲିକପ୍ଟର, ରେସକ୍ୟୁ ଅପରେସନର ଭିଡିଓ ଭାଇରାଲ

କାଲିଫର୍ନିଆର ଅରେଞ୍ଜ କାଉଣ୍ଟିରେ ଗୋଟିଏ ଘୋଡାର ରେସକ୍ୟୁ ଅପରେସନ ସମୟରେ ହେଲିକପ୍ଟର ବ୍ୟବହାର କରିବାକୁ ପଡିଲା | ଏହି ଘୋଡା କଂକ୍ରିଟର ଖଣ୍ଡଗୁଡିକ ଏବଂ ଅଳିଆ ଆବର୍ଜନାରେ ସମ୍ପୂର୍ଣ ଭାବେ ଫସି ରହିଥିଲା ​​| ଏହି ଅପରେସନ ସମୟରେ ଆମେରିକାର ଅଗ୍ନିଶମ ବିଭାଗର ଅଧିକାରୀମାନେ ଭଲ ଭାବରେ କାମ କରି ଘୋଡାକୁ ସୁରକ୍ଷିତ ଭବେ ବାହାର କଲେ | ଟ୍ୱିଟରରେ ସେୟାର କରାଯାଇଥିବା ଏହି ଭିଡିଓକୁ ଦେଖି ଅପରେସନ ଟିମର ଅଧିକାରୀ ଏବଂ କର୍ମଚାରୀମାନଙ୍କର ପ୍ରଶଂସା କରାଯାଉଛି |

କୁହାଯାଉଛି ଯେ ଯେତେବେଳେ ଅରେଞ୍ଜ କାଉଣ୍ଟିରେ ଜଣେ ବ୍ୟକ୍ତି ଘୋଡାରେ ବସି ଯାଉଥିଲା, ସେତେବେଳେ ଘୋଡା ଅଚାନକ ଅନିୟନ୍ତ୍ରିତ ହୋଇଗଲା | ଘୋଡା ଜୋରରେ ଦୌଡିବାକୁ ଲାଗିଲା, ତେଣୁ ଘୋଡାରେ ବସିଥିବା ବ୍ୟକ୍ତି ଡେଇଁପଡ଼ି ନିଜକୁ ରକ୍ଷା କରିଦେଲା | କିନ୍ତୁ ଘୋଡା ଦୌଡ଼ି ଯାଇ କଂକ୍ରିଟର ବଡ଼ ବଡ଼ ଖଣ୍ଡଗୁଡିକ ଦ୍ୱାରା ଘେରି ରହିଥିବା ଏକ ଗାତରେ ପଡିଗଲା |

ବହୁତ ସମୟ ପର୍ଯ୍ୟନ୍ତ ଖୋଜିବାପରେ ଘୋଡା ଏହି ଗାତରେ ପଙ୍କ ଏବଂ କଂକ୍ରିଟର ଖଣ୍ଡଗୁଡିକରେ ଫସି ଥିବାର ଦେଖିବାକୁ ମିଳିଲା | ସୂଚନା ପାଇବାମାତ୍ରେ ଆମେରିକୀୟ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଗଲେ | ପଶୁ ବିଭାଗର ଟିମ ମଧ୍ୟ ଘଟଣାସ୍ଥଳକୁ ଆସିଲେ, ଯାହାପରେ ଘୋଡ଼ାକୁ ବଞ୍ଚାଇବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ କରାଗଲା |

ଘୋଡ଼ାକୁ ଏହି ଗାତରୁ ସୁରକ୍ଷିତ ଭାବରେ ବାହାର କରିବାପାଇଁ ହେଲିକପ୍ଟର ଘଟଣାସ୍ଥଳକୁ ମଗାଗଲା | ସେହିପରି ଉଦ୍ଧାର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଘୋଡାକୁ ବେହୋସ କରି ଦିଆଗଲା | ଅରେଞ୍ଜ କାଉଣ୍ଟି ଫାୟାର ଅଥରିଟି ଦ୍ୱାରା ଟ୍ୱିଟରରେ ସେୟାର କରାଯାଇଥିବା ଗୋଟିଏ ଭିଡିଓରେ ଉଦ୍ଧାରକାରୀମାନଙ୍କୁ ଲୁହ ଉପକରଣ ସହିତ କାମ କରୁଥିବାର ଦେଖାଯାଇଛି |

ଏହି ଭିଡିଓରେ ଉଦ୍ଧାର କର୍ମଚାରୀମାନେ ଅଳିଆ ଆବର୍ଜନାକୁ ସଫା କରୁଥିବାର ଦେଖାଯାଉଛନ୍ତି | ଓସିଏଫଏ କହିଛି ଯେ ଘୋଡାକୁ ଘଟଣାସ୍ଥଳରେ ପଶୁ ଚିକିତ୍ସକଙ୍କ ଦ୍ୱାରା ବେହୋସ କରାଗଲା | ଏହାପରେ ରେସକ୍ୟୁ ଅପରେସନରେ ବହୁତ ଚମତ୍କାର ଟେକନିକର ବ୍ୟବହାର କରି ଅଗ୍ନିଶମ ବିଭାଗର କର୍ମଚାରୀମାନେ ସାବଧାନତାର ସହିତ କାମ କଲେ |

ଘୋଡା ବେହୋସ ଥିଲେ ମଧ୍ୟ ହେଲିକପ୍ଟର ଦ୍ୱାରା ରସି ମାଧ୍ୟମରେ ତାକୁ ସୁରକ୍ଷିତ ଭାବରେ ସେଠାରୁ ଉଠାଇବା ପାଇଁ ଚାଳକ ଦଳ ମଧ୍ୟ ବହୁତ ସାବଧାନତାର ସହିତ କାମ କଲେ, ଯାହାଦ୍ୱାରା ଘୋଡ଼ାକୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇପାରିବ |

ଦମକଳ ବିଭାଗ ଆଉ ଏକ ଟ୍ୱିଟରେ କହିଛି ଯେ ” ଏହା ଦେଖି ଖୁସି ଲାଗୁଛି ଯେ ସେମାନେ ଘୋଡାକୁ ବଞ୍ଚାଇବା ପାଇଁ ଏତେ ପରିଶ୍ରମ ସହ କାମ କଲେ | ଘୋଡା ବର୍ତ୍ତମାନ ହସ୍ପିଟାଲରେ ଅଛି, ଯେଉଁଠାରେ ତାର ଚିକିତ୍ସା ଚାଲିଛି |”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.