କରୋନା ପ୍ରଭାବ : ଭାରତ ବନାମ ଶ୍ରୀଲଙ୍କା ସିରିଜର ଜୁଲାଇ ୧୩ ତାରିଖରୁ ଆଉ ହେବ ନାହିଁ ଆରମ୍ଭ,ପରିବର୍ତ୍ତନ ହେଲା ସିରିଜର ସୂଚୀ,ଜାଣନ୍ତୁ ପୁଣି କେବେଠୁ ଆରମ୍ଭ ହେବ ସୀରିଜ ?

ଭାରତ ଓ ଶ୍ରୀଲଙ୍କା(India vs Sri Lanka) ମଧ୍ୟରେ ସିମିତି ଓଭର ସିରିଜକୁ ନେଇ ଯେଉଁ ଡର ଥିଲା ତାହା ହିଁ ହେଲା। କରୋନା ଭାଇରସ ମହାମାରୀ ଭାରତୀୟ ଦଳର ଏହି ଟୁରର ବିବରଣୀରେ ବଡ ବାଧା ସୃଷ୍ଟି କରିଛି।

କରୋନା ପରିବର୍ତ୍ତନ କରିଲା ସିରିଜର ବିବରଣୀ:-

ଶ୍ରୀଲଙ୍କା କ୍ରିକେଟ ଦଳରେ କ୍ୟାମ୍ପରେ କୋଭିଡ-୧୯ ର ୨ଟି ମାମଲା ସାମ୍ନାକୁ ଆସିବା ପରେ ଶ୍ରୀଲଙ୍କା ଦଳ ବିରୁଦ୍ଧରେ ହେବାକୁ ଥିବା ୬ଟି ମ୍ଯାଚର ସୀମିତ ଓଭରର ସିରିଜର ସୂଚୀରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପ୍ରଥମ ଦିନକିଆ ମ୍ଯାଚ ୧୩ ଜୁଲାଇ ପରିବର୍ତ୍ତେ ୧୭ ଜୁଲାଇରେ ହେବ।

ଶ୍ରୀଲଙ୍କା ଦଳର ୨ଜଣ ମେମ୍ବର୍ସକୁ ହୋଇଛି କରୋନା:-

ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଓ ଡାଟା ଏନାଲିଷ୍ଟ ଜିଟି ନିରୋଶନ ବ୍ରିଟେନରୁ ଫେରିବା ପରେ କୋଭିଡ-୧୯ ଟେଷ୍ଟରେ ପଜିଟିଭ ଆସିଛନ୍ତି। ଏହି କାରଣରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ୩ଦିନ କଡା କ୍ଵାରେଣ୍ଟାଇନକୁ ବଢାଇବା ପାଇଁ ବାଧ୍ୟ ହେଲେ।

‘ଖେଳାଳିଙ୍କର ସୁରକ୍ଷାକୁ ନେଇ ଏହି ନିଷ୍ପତ୍ତି’:-

ବିସିସିଆଇ(BCCI)ର ସିନିୟର ଅଫିସର ଏହାର ପୃଷ୍ଟି କରି ପିଟିଆଇ କହିଲେ,’ହଁ, ସିରିଜ ବର୍ତ୍ତମାନ ୧୩ ଜୁଲାଇ ପରିବର୍ତ୍ତେ ୧୭ ଜୁଲାଇରେ ଆରମ୍ଭ ହେବ। ଏହି ନିଷ୍ପତ୍ତି ଖେଳାଳିଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଶ୍ରୀଲଙ୍କା କ୍ରିକେଟ ସହିତ କଥାବାର୍ତ୍ତା ପରେ ନିଆଯାଇଛି।’

ପ୍ରଥମ ସୂଚୀ କଣ ଥିଲା?:-

ପୁରୁଣା ସୂଚୀ ମୁତାବିକ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନକିଆ ସିରିଜ ୧୩ ଜୁଲାଇରୁ ଆରମ୍ଭ ହେବାକୁ ଥିଲା। ଏହାର ଆଗାମୀ ୨ଟି ମ୍ଯାଚ ୧୬ ଓ ୧୯ ଜୁଲାଇରେ ହେବ। ଟି-୨୦ ଅନ୍ତର୍ଜାତୀୟ ସିରିଜ କଥା ହେଲେ ଏହି ମୁକାବିଲା ୨୨, ୨୪ ଓ ୨୭ ଜୁଲାଇରେ ହେବ।

ଇଂଲଣ୍ଡରୁ ଫେରିବା ପରେ ହୋଇଥିଲା ଟେଷ୍ଟ:-

ଜିଟି ନିରୋଶନଙ୍କ ପଜିଟିଭ ହେବା ପରେ ଜୁଲାଇ ୯ରେ ହୋଇଥିଲା ଯେତେବେଳେକି ଗ୍ରାଣ୍ଟ ଫ୍ଲାୱାର ୮ ଜୁଲାଇରେ କରୋନା ଭାଇରସ ଟେଷ୍ଟରେ ପଜିଟିଭ ଜଣାପଡିଛି ଓ ଏହି ଦଳକୁ ଇଂଲଣ୍ଡରୁ ଫେରିବାର ୪୮ ଘଣ୍ଟା ପରେ ଜଣାପଡିଛି।

ଇଂଲଣ୍ଡର ମଧ୍ୟ କିଛି ଖେଳାଳିଙ୍କୁ କରୋନା:-

କ୍ଵାରେଣ୍ଟାଇନରେ ରହୁଥିବା ଅନ୍ୟ ସମସ୍ତ ଖେଳାଳିଙ୍କର ଯାଞ୍ଚ କରାଯାଇଛି। ନେଗେଟିଭ ଆସିବା ପୂର୍ବରୁ ଶ୍ରୀଲଙ୍କା ଦଳକୁ ସ୍ଵଦେଶରୁ ଫେରିବା ପରେ ନିଜର ପିସିଆର ଟେଷ୍ଟର ଫଳକୁ ବହୁତ ଅପେକ୍ଷା କରିବାକୁ ପଡିଲା କାରଣ ରବିବାର ଦିନ ବ୍ରିଷ୍ଟଲ ଟୁରରେ ଶେଷ ମ୍ୟାଚ ପରେ ଇଂଲଣ୍ଡ ଦଳରେ ଅନେକ ଖେଳାଳି କୋଭିଡ-୧୯ ପଜିଟିଭ ଆସିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *