ଦେଖନ୍ତୁ ଭିଡିଓ : ସ୍ୱାମୀକୁ ମିଳିଗଲା ସ୍ତ୍ରୀକୁ କଣ୍ଟ୍ରୋଲ କରିବାର ରିମୋଟ, ‘MUTE ‘ ବଟନ ଦବେଇବାରୁ ବନ୍ଦ କଲା ଶବ୍ଦ, ତାପରେ ‘OFF ‘କରି କଲା ଗାଏବ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ବହୁତ ଜୋକ୍ସ ତିଆରି କରାଯାଏ | ଲୋକମାନେ ପ୍ରାୟତଃ ମଜାଳିଆ ଷ୍ଟାଇଲରେ ଏହି ଅଭିଯୋଗ କରିଥାନ୍ତି ଯେ ସେମାନେ ନିଜ ସ୍ତ୍ରୀର ବକ-ବକ ପାଇଁ ବହୁତ ଦୁଖୀ ରହିଥାନ୍ତି | କିନ୍ତୁ, ଟିକେ ଚିନ୍ତା କରନ୍ତୁ ଯେ ଯଦି ଆପଣ ନିଜ ସ୍ତ୍ରୀକୁ ରିମୋଟ ଦ୍ୱାରା କଣ୍ଟ୍ରୋଲ କରିପାରିବେ, ସେତେବେଳେ କ’ଣ ହେବ ? ହୁଏତ ଏହା ଏକ ମଜାକ ଅଟେ, କିନ୍ତୁ ରିମୋଟ ଦ୍ୱାରା ସ୍ତ୍ରୀକୁ କଣ୍ଟ୍ରୋଲ କରିବାର ଏହି ମଜାଳିଆ ଭିଡିଓକୁ ଲୋକମାନେ ବହୁତ ଭଲ ପାଉଛନ୍ତି | ଆଇପିଏସ ରୁପିନ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ସ୍ୱାମୀ ସ୍ତ୍ରୀ ସହିତ ଜଡିତ ଏକ ବହୁତ ମଜାଳିଆ ଭିଡିଓ ସେୟାର କରିଛନ୍ତି |

ଏହି ଭିଡ଼ିଓର ଆରମ୍ଭରେ ସ୍ୱାମୀ ସୋଫା ଉପରେ ଆରାମରେ ବସି ଟିଭି ଦେଖୁଥିବାର ଦେଖାଯାଉଛନ୍ତି | ଠିକ ସେତିକିବେଳେ ତାଙ୍କ ସ୍ତ୍ରୀ ସେଠାରେ ପହଞ୍ଚିଯାନ୍ତି ଏବଂ ଅନେକ କଥା କହିବା ଆରମ୍ଭ କରିଦିଅନ୍ତି | ସ୍ୱାମୀଙ୍କୁ ସ୍ତ୍ରୀର କଥା ଶୁଣିବାପାଇଁ ଜମାରୁ ଇଚ୍ଛା ନାହିଁ, ତେଣୁ ସେ ରିମୋଟର ‘MUTE ‘ ବଟନ ପ୍ରେସ କରନ୍ତି ଏବଂ ସ୍ତ୍ରୀର ଶବ୍ଦ ମ୍ୟୁଟ ହୋଇଯାଏ | ସ୍ୱାମୀ ଏହା ଦେଖି ବିଶ୍ୱାସ କରିପାରନ୍ତି ନାହିଁ | କଣ ଏସବୁ ସତରେ ହେଉଛି କି ? ଏହା ନିଶ୍ଚିତ କରିବାପାଇଁ ସେ PLAY ବଟନ ପ୍ରେସ କରନ୍ତି ଏବଂ ସ୍ତ୍ରୀର କଥାବାର୍ତ୍ତା ପୁଣିଥରେ ଶୁଭିବା ଆରମ୍ଭ ହୋଇଯାଏ |ଏହାପରେ ସ୍ୱାମୀ ପୁଣିଥରେ ମ୍ୟୁଟ ଏବଂ ପ୍ଲେ ବଟନ ଦବେଇଥାନ୍ତି | ଯେତେବେଳେ ତାଙ୍କୁ ବିଶ୍ୱାସ ହୁଏ ଯେ ସ୍ତ୍ରୀ ରିମୋଟ ଦ୍ୱାରା କଣ୍ଟ୍ରୋଲ ହେଉଛନ୍ତି, ସେତେବେଳେ ପୁଣିଥରେ ‘ରିଭାଇଣ୍ଡ’ବଟନ ଦବେଇଥାନ୍ତି |

ଦେଖନ୍ତୁ ମଜାଳିଆ ଭିଡିଓ :-

ଶେଷରେ ସ୍ୱାମୀ ରିମୋଟର ପାୱାର ଅଫ ବଟନ ଦବେଇ ଦିଅନ୍ତି ଏବଂ ସ୍ତ୍ରୀ ଗାଏବ ହୋଇଯାନ୍ତି | ଏହାପରେ ସ୍ୱାମୀ ଖୁସି ହେବାର ଠିକଣା ନଥାଏ ଏବଂ ତାଙ୍କ ମୁହଁରେ ଖୁସି ଭରି ରହିଥିବା ହସ ସ୍ପଷ୍ଟ ଭାବରେ ଦେଖାଯିବାକୁ ଲାଗେ | ଏହାପରେ ସେ ରିମୋଟକୁ କିସ କରନ୍ତି ଏବଂ ପୁଣିଥରେ ମଜାରେ ଟିଭି ଦେଖନ୍ତି | ଭିଡ଼ିଓର କ୍ୟାପସନରେ ଲେଖାଯାଇଛି, ‘wish of every husband ‘ ଅର୍ଥାତ ଏହା ସବୁ ସ୍ୱାମୀଙ୍କର ଇଚ୍ଛା ଅଟେ | ରୁପିନ ଶର୍ମା ମଧ୍ୟ ନିଜ କ୍ୟାପସନରେ ଲେଖିଛନ୍ତି ଯେ ଏହି ଭିଡିଓ ପାଇଁ ଶବ୍ଦର କୌଣସି ଆବଶ୍ୟକତା ନାହିଁ | ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *