ବିରାଟ କୋହଲିଙ୍କ ବଦଳରେ ଟେଷ୍ଟ ଦଳର ଅଧିନାୟକ ହୋଇପାରନ୍ତି ଏହି ୩ ଖେଳାଳି,ବଦଳାଇଦେବେ ଭାରତୀୟ ଦଳର ଭାଗ୍ୟ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅଧୀନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି|ଏହି ପରିପ୍ରେକ୍ଷୀରେ ଏହି କଥାର ଦମ ମଧ୍ୟ ଜଣାପଡ଼ୁଛି|କହିରଖେ ଯେ ବର୍ତ୍ତମାନ ସମୟରେ ସେ ସର୍ବଶ୍ରେଷ୍ଠ ଖେଳାଳି ଅଟନ୍ତି କିନ୍ତୁ ଅଧିନାୟକ ଭାବେ ସୁଚାରୁରୂପେ ସମ୍ପାଦନା କରିପାରୁ ନାହାଁନ୍ତି|ଏପର୍ଯ୍ୟନ୍ତ କୋହଲି ଭାରତୀୟ ଦଳକୁ ଆଇସିସି ଟୁର୍ଣ୍ଣାମେଣ୍ଟର ଟ୍ରଫି ଦେଇପାରି ନାହାନ୍ତି|କୋହଲି ଥରେ ମଧ୍ୟ ଆଇପିଏଲ ଟ୍ରଫି ଜିତାଇପାରି ନାହାଁନ୍ତି|ଟେଷ୍ଟ କ୍ରିକେଟରେ ଏହି ତିନି ଖେଳାଳି ମଧ୍ୟରୁ ଜଣେ କୋହଲିଙ୍କ ସ୍ଥାନ ନେଇପାରନ୍ତି|

ରୋହିତ ଶର୍ମା: ଭାରତୀୟ ଦଳର ଏକଦିବସୀୟ ଓ ଟି-୨୦ର ଉପ ଅଧିନାୟକ ରୋହିତ ଅଧିନାୟକ ହେବାର ବଡ ଦାବିଦାର|ସାଧାରଣତଃ ଏକଦିବସୀୟ କ୍ରିକେଟ ପାଇଁ କୋହଲି ବନାମ ରୋହିତ ହୋଇଥାଏ|ଯଦି ଟିମ ମ୍ୟାନେଜମେଣ୍ଟ ରୋହିତଙ୍କୁ ଅଧିନାୟକତ୍ୱର ସୁଯୋଗ ଦିଏ,ତେଵେ ସେ ହିଟ୍ ସାବ୍ୟସ୍ତ ହୋଇପାରନ୍ତି|ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ଥର ଆଇପିଏଲ ଜିତିଛି|

ଆଜିଙ୍କ୍ୟ ରାହାଣେ:ଏହି ଖେଳାଳୀ କୋହଲିଙ୍କ ଠାରୁ ଭଲ ସାବ୍ୟସ୍ତ ହୋଇପାରନ୍ତି|ପୂର୍ବବର୍ଷ ଅଷ୍ଟ୍ରେଲିଆ ମାଟିରେ ଏଡିଲେଡ୍ ଟେଷ୍ଟରେ ଭାରତୀୟ ଦଳ ୩୬ରନରେ ଅଲ ଆଉଟ୍ ହୋଇଥିଲା|ମାର୍କ ଓ ରିକି ପଣ୍ଟିଙ୍ଗଙ୍କ କହିବାନୁଯାୟୀ କୋହଲି ଓ ସାମ୍ମି ଭଳି ଦିଗ୍ଗଜ ଖେଳାଳୀଙ୍କ ବିନା ଭାରତ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ|

କିନ୍ତୁ ଆଜିଙ୍କ୍ୟ ରାହାନେ ଅଷ୍ଟ୍ରେଲିଆ ମାଇଣ୍ଡ ଗେମରେ ଧ୍ୟାନ ଦେଇନଥିଲେ ଓ ଭାରତୀୟ ଦଳ ରାହାନେଙ୍କ ନେତୃତ୍ୱରେ ମେଲବର୍ଣ୍ଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା|ଏଥିରେ ସେ ନେତୃତ୍ୱ ନେଇ ଶତକ ମାରିଥିଲେ ଫଳରେ ଦଳ ୨-୧ରେ ସିରିଜ୍ ଜିତିଲା|

ରାହାଣେଙ୍କ ରେକର୍ଡ ବିଦେଶରେ କୋହଲିଙ୍କ ଠାରୁ ଭଲ ରହିଛି|ତାଙ୍କର ବ୍ୟାଟିଂ ସହ ଲିଡରସିପ ସ୍କିଲ ରହିଛି|ସେ କିଛି ବର୍ଷ ପୂର୍ବରୁ ଟେଷ୍ଟର ଭଲ ପ୍ରଦର୍ଶନ କରିଛନ୍ତି|ଏଥିରୁ ଅଧିକାଂଶ ଅଷ୍ଟ୍ରେଲିଆ,ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା ବିରୁଧରେ ରହିଛି|

କୋହଲିଙ୍କ ନେତୃତ୍ୱରେ ଦଳ ୬୧ଟି ଟେଷ୍ଟରୁ ୩୬ ଟି ବିଜୟ,୧୫ ପରାଜୟ ଓ ୧୦ ଡ୍ର ରହିଛି|ରାହାନେଙ୍କ ନେତୃତ୍ୱରେ ୫ ଟେଷ୍ଟରୁ ୪ଟି ଜିତି ଓ ୧ ଟି ଡ୍ର ରହିଛି|ତାଙ୍କ ନେତୃତ୍ଵରେ ଥରେ ମଧ୍ୟ ଭାରତ ହାରିନାହିଁ|

ରବିଚନ୍ଦ୍ରନ ଅଶ୍ୱିନୀ: ଭାରତୀୟ ଦଳର ଦିଗ୍ଗଜ ଅଫ ସ୍ପିନର ଅଶ୍ୱିନୀଙ୍କୁ ମଧ୍ୟ ଟେଷ୍ଟ ଦଳର ଅଧିନାୟକ ଭାବରେ ଦାୟିତ୍ଵ ଦିଆଯାଇପାରେ|ତାଙ୍କ ପାଖରେ ଭଲ ଅନୁଭବ ରହିଛି|ଯଦି ତାଙ୍କୁ ମ୍ୟାନେଜମେଣ୍ଟ ଅଧିନାୟକ ଦାୟିତ୍ଵ ଦିଏ,ତେବେ ସେ ଦଳକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରନ୍ତି|ତାଙ୍କୁ ଭାରତର କେବଳ ନାହିଁ ବିଶ୍ୱର ଶ୍ରେଷ୍ଠ ଅଫ ସ୍ପିନର ଭାବେ ବିବେଚନା କରାଯାଏ|ସେ ଏବର୍ଷ ଇଂଲଣ୍ଡ ବିରୁଦ୍ଧରେ କ୍ୟାରିୟରର ୪୦୦ ୱିକେଟ ହାସଲ କରିଛନ୍ତି|ସେ ଭାରତ ତରଫରୁ ଟେଷ୍ଟରେ କୁମ୍ବଲେ ଓ ହରଭଜନଙ୍କ ପରେ ୱିକେଟ୍ ହାସଲକାରି ଅଟନ୍ତି|ମୁରଲିଧରନଙ୍କ ପରେ ଦ୍ରୁତତମ ୪୦୦ ୱିକେଟ ହାସଲକାରୀ ମଧ୍ୟରେ ସେ ଅଟନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *