ଦିନକିଆ ସିରିଜ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ପୃଥ୍ବୀ ଶୋଙ୍କର କମାଲ, ବର୍ଷା କଲେ ଚୌକା-ଛକା

ଭାରତ ଓ ଶ୍ରୀଲଙ୍କା(India vs Sri Lanka) ମଧ୍ୟରେ ୧୩ ଜୁଲାଇରେ ୩ଟି ମ୍ଯାଚରେ ଦିନକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଦିନକିଆ ସିରିଜ ପୂର୍ବରୁ ଭାରତୀୟ ଦଳ(Team India) ବ୍ୟାଟିଂରେ ତୋଫାନୀ ଇନିଙ୍ଗ୍ସ ଦେଖାଇଛନ୍ତି। ଅଭ୍ଯାସ ମ୍ଯାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ପୃଥ୍ବୀ ଶୋ ଚୌକା ଓ ଛକାର ବର୍ଷା କରିଛନ୍ତି।

ପାଣ୍ଡ୍ୟା ଓ ପୃଥ୍ବୀ ଶୋ ଖଲିବଲି କରିଦେଲେ:-

ହାର୍ଦ୍ଦିକ ପାଣ୍ଡ୍ୟା(Hardik Pandya) ଓ ପୃଥ୍ବୀ ଶୋ(Prithvi Shaw)ଙ୍କ ବ୍ଯତୀତ ସୂର୍ଯ୍ୟକୁମାର ଯାଦବ(Suryakumar Yadav) ଧୂଆଁଦାର ବ୍ୟାଟିଂ କରି ଖଲିବଲି କରିଦେଲେ। ଶ୍ରୀଲଙ୍କା କ୍ରିକେଟ ନିଜର ୟୂଟୁବ ଚ୍ଯାନେଲରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ପୃଥ୍ବୀ ଶୋ ଚୌକା-ଛକାର ବର୍ଷା କରିଥିଲେ।

ବୋଲର ମଧ୍ୟ ନିଜର ପ୍ରଦର୍ଶନ ଦେଖାଇଲେ:-

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ଯତୀତ ବୋଲରମାନେ ମଧ୍ୟ ନିଜର ପ୍ରଦର୍ଶନ ଦେଖାଇସାରିଛନ୍ତି। କୁଲଦୀପ ଯାଦବ ୩ଟି ୱିକେଟ ନେଇଥିଲେ, ଯେତେବେଳେକି ନବଦୀପ ସୈନି ଓ ଯୁଜୁବେନ୍ଦ୍ର ଚହଲ ୨-୨ ଟି ୱିକେଟ ନିଜ ନାମରେ କରିଥିଲେ। ଚେତନ ସକାରିୟା ଏହି ମ୍ଯାଚରେ ଏକ ୱିକେଟ ମଧ୍ୟ ନେଇଥିଲେ। ନବଦୀପ ସୈନୀଙ୍କ ୱିକେଟରେ ଦେବଦତ୍ତ ପାଡିକଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ ଅଛି।

ଦିନକିଆ ପରେ ଟି-୨୦ ସିରିଜ ମଧ୍ୟ ଖେଳାଯିବ:-

ଜଣାଇଦେଉଛୁକି ଦିନକିଆ ସିରିଜରେ ତିନୋଟି ମ୍ଯାଚ ଖେଳାଯିବ ଓ ଏହାପରେ ତିନୋଟି ଟି-୨୦ ସିରିଜ ଖେଳାଯିବ। ଶ୍ରୀଲଙ୍କା ଟୁରରେ ଭାରତୀୟ ଦଳରେ ୬ଜଣ ଖେଳାଳି ଅଛନ୍ତି। ଯେଉଁମାନେ ଦେଶ ପାଇଁ ଗୋଟିଏ ମଧ୍ୟ ମ୍ଯାଚ ଖେଳିନାହାନ୍ତି। ଏମିତିରେ ପ୍ରଶ୍ନ ଉଠୁଛିକି କଣ ସମସ୍ତଙ୍କୁ ସୁଯୋଗ ମିଳିବ।

୧୩ ଜୁଲାଇରୁ ସିରିଜରେ ଆରମ୍ଭ:-

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନକିଆ ସିରିଜର ଆରମ୍ଭ ୧୩ ଜୁଲାଇରେ ହେବ। ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କ ପରି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଏହି ଟୁର ପାଇଁ ଶିଖର ଧାବନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି ଓ ରାହୁଲ ଦ୍ରାବିଡଙ୍କୁ ମୁଖ୍ୟ କୋଚ ଭାବରେ ନିଯୁକ୍ତି କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *