ଏହି ୪୮ ମହଲା ଥିବା କୋଠାରେ ରହୁଛନ୍ତି ଦାଦା ସୌରଭ ଗାଙ୍ଗୁଲି। ଦାଦାଙ୍କ ଘର ଦେଖିବାକୁ ବହୁତ ଆଲିଶାନ ଓ ଭବ୍ୟ ମଧ୍ୟ ଅଟେ। ଦେଖନ୍ତୁ ଫୋଟୋ

ଭାରତର ପୂର୍ବ ମହାନ କ୍ରିକେଟର ସୌରଭ ଗାଙ୍ଗୁଲି ଗତକାଲି ଜୁଲାଇ 8 ତାରିଖରେ 1972 ମସିହାରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। କ୍ରିକେଟ ମୈଦାନରେ ସୌରଭ ବହୁତ ରାଜ କରିଥିଲେ ଓ ସେ ଭାରତୀୟ ଦଳକୁ ନୂଆ ଅନ୍ଦାଜରେ ଲଢ଼ିବା ଓ ଜିତିବା ଶିଖାଇଥିଲେ।

ଗାଙ୍ଗୁଲିଙ୍କୁ ଦାଦା ନାମରେ ଡ଼କାଯାଏ ଓ ସେ ତାଙ୍କ ପରିବାର ସହିତ କୋଲକାତାରେ ରୁହନ୍ତି। ତାଙ୍କ ପରିବାର କୋଲକାତାର ସବୁଠାରୁ ଧନୀ ପରିବାର ମଧ୍ୟରୁ ଏକ ଅଟେ। ଆସନ୍ତୁ ଆଜି ଆମେ ସୌରଭ ଗାଙ୍ଗୁଲିଙ୍କ ଘର କଥା କହିବା।

ସୌରଭ ଗାଙ୍ଗୁଲି ଯେଉଁ ଘରେ ରହୁଛନ୍ତି ସେହି ଘର 65 ବର୍ଷ ପୁରୁଣା ଅଟେ। ଏହାକୁ ଘର ନୁହେଁ ମହଲ କିମ୍ବା ହବେଳୀ କହିବା ଉଚିତ ହେବ। ତାଙ୍କର ଏହି ଘରେ ମୋଟ 48ଟି ରୁମ ରହିଛି ଓ ଏହାର ଭବ୍ୟତା ଦେଖିବା ପରି ଅଟେ। ଦାଦାଙ୍କ ଘର ବହୁତ ଭବ୍ୟ ହେବାସହ ବହୁତ ସୁନ୍ଦର ମଧ୍ୟ ଅଟେ। ଫ୍ୟାନ୍ସ ଗାଙ୍ଗୁଲିଙ୍କୁ ‘ଦାଦା’ ସହିତ ‘ପ୍ରିନ୍ସ ଅଫ କୋଲକାତା’ ଓ ‘ବେଙ୍ଗଲ ଟାଇଗର’ ବୋଲି ଡାକିଥାନ୍ତି।

ଗାଙ୍ଗୁଲିଙ୍କ ମାତା ଙ୍କ ନାମ ନିରୂପମା ଗାଙ୍ଗୁଲି ଓ ପିତାଙ୍କ ନାମ ଚଣ୍ଡୀଦାସ ଗାଙ୍ଗୁଲି ଅଟେ। ତାଙ୍କର ପିତା ଚଣ୍ଡୀଦାସ କୋଲକାତାରେ ଜଣେ ବଡ଼ ପ୍ରିଣ୍ଟିଂ ବିଜନେସ ମ୍ୟାନ ଥିଲେ। ଏତିକି ମଧ୍ୟ ନୁହେଁ ତାଙ୍କର ପରିବାର କୋଲକାତାର ସବୁଠାରୁ ଧନୀ ପରିବାର ଭିତରୁ ଏକ ଅଟେ। ବହୁତ ବର୍ଷ ପୂର୍ବେ କ୍ରିକେଟକୁ ଅଲବିଦା କହି ସାରିଥିବା ଗାଙ୍ଗୁଲି ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଭାବରେ କାମ କରୁଛନ୍ତି।

ସୌରଭ ଗାଙ୍ଗୁଲିଙ୍କ ଏହି ହବେଳୀ ବେହାଲ, କୋଲକାତା ବିରେନ ରାୟ ରୋଡ଼ରେ ରହିଛି। ଘର ନମ୍ବର୍ 2/6 ଅଟେ। ଏହାର ପିନକୋଡ଼ 700034 ଅଟେ। ଗାଙ୍ଗୁଲିଙ୍କଘର ବହୁତ ସୁନ୍ଦର ଓ ଦେଖିବାପରି ଅଟେ। ଗାଙ୍ଗୁଲି ଫୁଟବଲର ହେବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ତାଙ୍କ ପିତା ଚାହୁଁଥିଲେ ସେ କ୍ରିକେଟର ହୁଅନ୍ତୁ।

ହବେଳୀରେ ରହିଛି 48ଟି ରୁମ:-

ଗାଙ୍ଗୁଲିଙ୍କ ଏହି କୋଠରୀରେ ମୋଟ 48ଟି ରୁମ ରହିଛି। 65 ବର୍ଷର ଏହି ଘର 4 ମହଲା ବିଶିଷ୍ଟ ଅଟେ।

ବଙ୍ଗାଲ ସଂସ୍କୃତିର ଝଲକ:-

ଗାଙ୍ଗୁଲିଙ୍କ ପରିବାର ଏହିଠାରେ କଟିଛି ଆଜିବି ସେ ନିଜର ସ୍ତ୍ରୀ ଡୋନା ରାୟ ଓ ଝିଅ ସନା ସହିତ ଏହିଠାରେ ରହୁଛନ୍ତି। ଘରେ ଇଣ୍ଟିରିୟରର ପୁରା କାମ ବଙ୍ଗାଳୀ ସଂସ୍କୃତି ଓ ଆର୍ଟରେ କରାଯାଇଛି।

ବଡ଼ ଲିଭିଙ୍ଗ ରୁମ:-

ଘରେ ବଡ଼ ଲିଭିଙ୍ଗ ରୁମ ରହିଛି ଓ ଏଠାରେ ଦାଦା ନିଜର ପରିବାର ସହିତ ସର୍ବଦା ସମୟ ଅତିବାହିତ କରିବାକୁ ଚାହିଁଥାନ୍ତି। ଏହି ଏରିଆରେ ଏକ ବଡ଼ ଟିଭି ମଧ୍ୟ ଲାଗିଛି।

କ୍ରିକେଟ ପିଚ ଓ ଜିମ ମଧ୍ୟ ରହିଛି ମହଜୁଦ:-

ଗାଙ୍ଗୁଲିଙ୍କ ଘରେ ଏକ କ୍ରିକେଟ ପିଚ ରହିଥିବା ସହିତ ଏକ ବଡ଼ ଜିମ ମଧ୍ୟ ରହିଛି। ଏହାପରେ ଘର ଭିତରେ ତାଙ୍କୁ କ୍ରିକେଟରୁ ମିଳିଥିବା ସବୁ ଟ୍ରଫି ମଧ୍ୟ ରହିଛି।

ସୌରଭଙ୍କ ମାଆଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ ଥିବାରୁ ସେ ନିଜର ଘର କାନ୍ଥ ଅଧିକତର ଲାଇଟ କଲର୍ସ ଓ ସୋଫା ଗୁଡ଼ିକୁ ମଧ୍ୟ ଧଳା ରଙ୍ଗରେ ସଜ୍ଜିତ କରିଛନ୍ତି।

ତାଙ୍କ ଘର ସାମନାରେ ଏକ ବଡ଼ ଗାର୍ଡେନ ରହିଛି କ ସେ ଏଠାରେ ନିଜକୁ ଫିଟ ରଖିବା ପାଇଁ ଆସିଥାନ୍ତି।

ଆପଣଙ୍କୁ ଜଣାଇଦେଉଛୁ କି, ଗାଙ୍ଗୁଲି ଡୋନା ରାୟଙ୍କୁ 1997 ମସିହାରେ ବିବାହ କରିଥିଲେ। ଉଭୟଙ୍କ ପରିବାର ଲୋକେ ଏହି ସମ୍ପର୍କର ବିରୋଧ କରୁଥିଲେ। ଏଥିରେ ଡୋନା ରାୟ ଓ ଗାଙ୍ଗୁଲି ଉଭୟ ଘରୁ ପଳାଇ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ଯାହାର ନାମ ସନା ଗାଙ୍ଗୁଲି ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *