ଗାଈ ମଇଁଷି ଚରାଉଥିବା ଜଣେ ଗରିବ ଝିଅ ହେଲେ IPS ଅଫିସର, ଜାଣନ୍ତୁ ତାଙ୍କର ସଫଳତାର ଅଦ୍ଭୁତ କାହାଣୀ

କୁହାଯାଏ ଯେ ପରିଶ୍ରମ କରୁଥିବା ଲୋକମାନେ କେବେହେଲେ ହାରନ୍ତିନାହିଁ | ଯଦି ଆପଣ ଗୋଟିଏ ଜିନିଷକୁ ପାଇବାପାଇଁ ସବୁ ଚେଷ୍ଟା କରିଦିଅନ୍ତି, ସେତେବେଳେ ସେହି ଜିନିଷ ଆପଣଙ୍କୁ ଦିନେ ନା ଦିନେ ନିଶ୍ଚିତ ମିଳିଯାଏ | ତାପରେ ଆପଣ ଏହି ବାହାନା କରିପାରିବେ ନାହିଁ ଯେ ଆମକୁ ଲାଇଫରେ ଆଗକୁ ବଢିବାପାଇଁ ଭଲ ସୁଖ ସୁବିଧା ମିଳିଲାନାହିଁ, ତେଣୁ ଆମେ ପଛରେ ରହିଗଲୁ |

ତେବେ ଯଦି ଆପଣ ଗରିବ ଭାବରେ ଜନ୍ମ ହୋଇଛନ୍ତି ତେବେ ଏଥିରେ ଆପଣଙ୍କର କିଛି ଭୁଲ ନାହିଁ, କିନ୍ତୁ ଯଦି ଆପଣ ଗରିବ ହୋଇ ମରନ୍ତି ତେବେ ଏହା ଆପଣଙ୍କର ଭୁଲ ଅଟେ | କାରଣ ମଣିଷ ଚାହିଁଲେ ଗରିବ ଅବସ୍ଥାରୁ ଉଠି ମଧ୍ୟ ଧନୀ ଏବଂ ସଫଳ ହୋଇପାରିବ | ବର୍ତ୍ତମାନ ଗାଈ ମଇଁଷି ଚରାଉଥିବା ଆଇପିଏସ ଅଫିସର ହୋଇଥିବା ଏହି ମହିଳାଙ୍କର କାହାଣୀ ହିଁ ନିଅନ୍ତୁ |

କେରଳର ଇରୋଡ଼ ଜିଲ୍ଲାର ଏକ ଛୋଟ ଗାଁରେ ରହୁଥିବା ବନମତି ଜଣେ ଆଇପିଏସ ଅଟନ୍ତି | ବନମତି ଏପରି ଏକ ଗାଁରୁ ଅଟନ୍ତି ଯାହା ଅବିକଶିତ ଅଟେ | ତାଙ୍କ ବାପା ଚାଷ କରି ପରିବାର ଚଳାନ୍ତି | ତାଙ୍କ ଚାଷ ମଧ୍ୟ ବହୁତ କମ ଥିଲା, ଯାହାଦ୍ୱାରା ତାଙ୍କର ଘର ଖର୍ଚ୍ଚ ପାଉନଥିଲା | ଏପରି ପରିସ୍ଥିତିରେ ତାଙ୍କ ବାପା ଟ୍ୟାକ୍ସି ଚଳାଇବା ପାଇଁ ସହରକୁ ଯାଉଥିଲେ | ଘରର ଛୋଟ ଛୋଟ ଖର୍ଚ୍ଚ ପାଇଁ ସେ କିଛି ପଶୁପାଳନ କରିଥିଲେ | ଏହି ପଶୁମାନଙ୍କୁ ଚରାଇବାର ଦାୟିତ୍ୱ ବନମତିଙ୍କର ହିଁ ଥିଲା |

ବନମତିଙ୍କର ପିଲାଦିନ ଏହି ଗାଈ ମଇଁଷି ଚରାଇବାରେ ହିଁ ବିତିଲା | ସେ ସ୍କୁଲରୁ ଫେରିବାପରେ ପଶୁ ଚରାଇବା କାମ କରୁଥିଲେ | ଯେତେବେଳେ କିଛି ସମୟ ବଂଚୁଥିଲା ସେତେବେଳେ ସେ ପାଠ ମଧ୍ୟ ପଢୁଥିଲେ | ତାଙ୍କର ପାଠପଢା ଗାଁର ସରକାରୀ ସ୍କୁଲରେ ହିଁ ହୋଇଥିଲା |ସେହିପରି ସେ ନିଜ ସହରରେ ହିଁ କଲେଜ ପାଠ ପଢିଲେ | ସେହିପରି ପୋଷ୍ଟ ଗ୍ରାଜୁଏସନ ସେ କମ୍ପ୍ୟୁଟର ଆପ୍ଲିକେସନରେ ପୁରା କଲେ | ଏହାପରେ ସେ ପ୍ରାଇଭେଟ ବ୍ୟାଙ୍କରେ ଜବ କରିବାକୁ ଲାଗିଲେ | ଏଥିରେ ତାଙ୍କ ସ୍ୟାଲେରୀ ଭଲ ଥିଲା, ଯାହାଦ୍ୱାରା ଘର ଖର୍ଚ୍ଚ ସହଜରେ ଚଳି ଯାଉଥିଲା |

ତେବେ ବନମତିଙ୍କ ସ୍ୱପ୍ନ ଆହୁରି ବଡ଼ ଥିଲା | ତାଙ୍କୁ ଦେଶର ସବୁଠାରୁ କଠିନ ପରୀକ୍ଷା ସିଭିଲ ସର୍ଭିସର ଏଗଜାମ କ୍ଲିୟର କରି ଆଇପିଏସ ହେବାର ଥିଲା | ଏପରି ପରିସ୍ଥିତିରେ ବ୍ୟାଙ୍କ ଚାକିରୀ ସହିତ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ମଧ୍ୟ କରିବାକୁ ଲାଗିଲେ | ଏଥିପାଇଁ ସେ ଜବରୁ କିଛି ଟଙ୍କା ମଧ୍ୟ ସଂଚୟ କରୁଥିଲେ | ଖୁବଶୀଘ୍ର ବନମତିଙ୍କ ପରିଶ୍ରମର ମୂଲ୍ୟ ମିଳିଗଲା | ସେ କେବଳ ସିଭିଲ ସର୍ଭିସ ଏଗଜାମ ପାସ କଲେନାହିଁ ବରଂ ସେଥିରେ ଭଲ ର୍ୟାଙ୍କ ମଧ୍ୟ ହାସଲ କଲେ |

ଆଜି ବନମତି ନିଜ ପରିଶ୍ରମ,ଆଗ୍ରହ,ଧର୍ଯ୍ୟ ଏବଂ ବଳରେ ଆଇପିଏସ ଅଫିସର ହୋଇଛନ୍ତି | ତାଙ୍କର ଏହି ସଫଳତାକୁ ହୃଦୟର ସହିତ ସଲାମ କରାଯାଉଛି | ଆଶାକରୁଛୁ ଯେ ଆପଣ ମଧ୍ୟ ବନମତିଙ୍କଠାରୁ ପ୍ରେରଣା ନେଇ ଲାଇଫରେ କିଛି ଭଲ ହାସଲ କରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *