ଯୁ-ଦ୍ଧ ପାଇଁ ପ୍ରସ୍ତୁତ ଏହି କୁକୁର,୧୩ ହଜାର ଫୁଟ ଉଚ୍ଚତାରୁ ଲଗାନ୍ତି ଜମ୍ପ

ରୂଷ ପ୍ରଶାସନ କେବଳ ସୈନିକଙ୍କ ପାଇଁ ନୁହେଁ,ଯୁ-ଦ୍ଧ ପାଇଁ କୁକୁରଙ୍କୁ ପ୍ରଶିକ୍ଷିତ କରାଉଛନ୍ତି|ଏବେ ଏହି ସମ୍ପର୍କରେ କୁକୁରର କିଛି ଫଟୋ ଭାଇରାଲ ହେଉଛି|ଏଥିରେ କୁକୁର ୧୩ ହଜାର ଫୁଟ ଉଚ୍ଚତାରୁ ପାରାଚୁଟ‌ ଜରିଆରେ ଲ୍ୟାଣ୍ଡ କରୁଥିବା ଦେଖାଯାଇଛି|

ରୂଷର ଡିଫେନ୍ସ ମିନିଷ୍ଟ୍ରି ଟିଭି ଚ୍ୟାନେଲ ଅନୁସାରେ ଏହି ଆର୍ମି ବାର କୁକୁର ଉପରେ କରାଯାଇଥିବା ଟେଷ୍ଟ ସଫଳ ହୋଇଛି ଓ ଏହି କୁକୁର ୧୩ ହଜାର ଫୁଟରୁ ଡେଇଁବା ପରେ ମଧ୍ୟ ପୁରାପୁରି ସୁରକ୍ଷିତ ଥିଲା ଓ ମାଟିରେ ପହଞ୍ଚିବା ମାତ୍ରେ କମାଣ୍ଡ ପୁରାପୁରି ପାଳନ‌ କରୁଥିଲା|

ପାରାଶୁଟ୍ ଟେଷ୍ଟିଙ୍ଗର ବିଶେଷଜ୍ଞ ଏନ୍ଦ୍ର ତାପରକୋବ କହିଛନ୍ତି ଯେ ଏହି କୁକୁର ଏପର୍ଯ୍ୟନ୍ତ ୮ ଜମ୍ପ ଲଗାଇ ସାରିଲେଣି|ଯଦିଓ ଜମ୍ପ ଲଗାଇବାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଯେ ଏହାକୁ ଏୟାରପ୍ଲେନ ଭିତରକୁ କେମିତି ନିଆଯିବ କାହିଁକି ଏହା ଚ୍ୟାଲେଞ୍ଜ ଅଟେ|

ସେ ଆଗକୁ କହିଛନ୍ତି ଯେ ଯଦିଓ ଏୟାରପ୍ଲେନରେ ଥରେ ଵସିବା ପରେ ସେ ଫ୍ଲାଇଟର ମଜା ଉଠାଏ ଓ ବହୁବାର ଝରକାରେ ମାଟିକୁ ଦେଖେ|ଯେତେବେଳେ ଏୟାରପ୍ଲେନରୁ ଜମ୍ପ କରିବା ପାଳି ଆସେ ସେ ବହୁତ ଭୟଙ୍କର ହୋଇଯାଏ|ଏହା ସହ ଶବ୍ଦ ମଧ୍ୟ ଅଧିକ କରେ|

ସେ କହିଛନ୍ତି ଯେ ଏହି କୁକୁରଙ୍କ ସହ ଜମ୍ପ କରୁଥିବା ସୈନିକ ତାଙ୍କୁ ଜମ୍ପ ସମୟରେ ଶାନ୍ତ କରାଇଥାଏ|ଏହି ସୈନିକ ପ୍ରଥମେ ତାସହ ଟିକେ ସମୟ କାଟେ|ତାକୁ ଖାଦ୍ୟ ଦିଏ ଵଣ୍ଡିଙ୍ଗ କରେ ଫଳରେ ସେ ଯେପରି ବିଶ୍ୱାସ କରିବ ଓ ଜମ୍ପ ସମୟରେ ସମସ୍ୟା ହେବନାହିଁ|

ଟୋପୋରକୋବ କହିଛନ୍ତି ଯେ ଏହା ଜରୁରୀ ଅଟେ ଯେ ସୈନିକକୁ ପୁରାପୁରି ଭାବେ ମାନସିକ ପ୍ରସ୍ତୁତି ହେବା ଆବଶ୍ୟକ|ଯଦି ସୈନିକ ଜମ୍ପ କରିବା ସମୟରେ ସମସ୍ୟା ହୋଇଥାଏ,ଡରେ ତ ତାକୁ ଆଶଙ୍କା ଲାଗେ ଯେ ଜିନିଷ ଖରାପ ହୋଇପାରେ କାରଢଣ କୁକୁର ଇମୋସନକୁ ଫିଲ କରିପାରେ ଓ ଫଳରେ ନକରାତ୍ମକ ଭାବନା ହୋଇପାରେ|

ଏହି ଡିଜାଇନ ଚିଫ୍ ଏକ୍ସଲେନ୍ସି କୋଜିନ କହିଛନ୍ତି ଯେ ମାମଲାରେ ନିଜର ଲିମିଟକୁ ପୁଶ କରିବା ଆବଶ୍ୟକ କେବଳ ୧୩ ‌ହଜାର ନାହିଁ ୨୬ ହଜାର ଫୁଟରୁ ଜମ୍ପ କରିବା କିନ୍ତୁ ଏଥିପାଇଁ ଅକ୍ସିଜେନ ସପ୍ଲାଏର ଆବଶ୍ୟକ ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *