ମହଲ ଭଳି ସୁନ୍ଦର ଅଟେ ମହେନ୍ଦ୍ର ସିଂହ ଧୋନୀଙ୍କର ଏହି ଫାର୍ମ ହାଉସ,ପ୍ରାୟ ୭ ଏକର ଜମିରେ ରହିଛି ଏହି ଫାର୍ମ ହାଉସ

ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଗତକାଲି ନିଜର 40ତମ ଜନ୍ମ ଦିବସ ପାଳନ କରିଛନ୍ତି। 7 ଜୁଲାଇ 1981 ମସିହାରେ ତାଙ୍କର ଜନ୍ମ ଝାରଖଣ୍ତର ରାଞ୍ଚିରେ ହୋଇଥିଲା। ଧୋନୀ ନିଜର ଖେଳ ସହିତ ଏକ ଧନୀ ବ୍ୟକ୍ତି ଭାବରେ ମଧ୍ୟ ପରିଚିତ। ସେ ଭାରତର ଦ୍ଵିତୀୟ ଧନୀ କ୍ରିକେଟର ଅଟନ୍ତି। ମହଙ୍ଗା ଗାଡି, ଘର ଓ ଫାର୍ମ ହାଉସର ସେ ମାଲିକ ଅଟନ୍ତି। ଆସନ୍ତୁ ଜାଣିବା ଧୋନୀଙ୍କର ଫାର୍ମ ହାଉସ ବିଷୟରେ।

ମହେନ୍ଦ୍ର ସିଂହ ଧୋନୀ କେବେ ସାଧାରଣ ଜୀବନ ଅତିବାହିତ କରୁଥିଲେ କିନ୍ତୁ କ୍ରିକେଟ ତାଙ୍କର ଜୀବନ ବଦଳାଇ ଦେଇଥିଲା। ସେ ବର୍ତ୍ତମାନ କୋଟି-କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କର ଜୀବନଶୈଳୀ ବହୁତ ଷ୍ଟାଇଲିଶ ଅଟେ। ତାଙ୍କର ଲକଜୁରୀ ଲାଇଫ ଷ୍ଟାଇଲ ଦେଖିବାପରି ଅଟେ।

ଧୋନୀ ନିଜର ଫାର୍ମ ହାଉସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କର ଫାର୍ମ ହାଉସ ନାମ କୈଳାଶ ପତି ଅଟେ। ପ୍ରାପ୍ତ ସୂଚନା ମୁତାବିକ, ଏହି ଫାର୍ମ ହାଉସ ପ୍ରାୟ 7 ଏକର ଜମିରେ ବ୍ୟାପି ରହିଛି।

କୈଳାଷ୍ପତି ଚାରିପଟ ସବୁଜିମାରେ ଭର୍ତ୍ତି ସେଥିପାଇଁ ଧୋନୀଙ୍କୁ ଏଠାରେ ସମୟ ଅତିବାହିତ କରିବାକୁ ପସନ୍ଦ। 2017 ମସିହାରେ ସେ ପରିବାର ସହିତ ଏଠାକୁ ସିଫ୍ଟ ହୋଇଯାଇଥିଲେ। ଏହି ଫାର୍ମ ହାଉସ ତାଙ୍କର ଘର ଅଟେ।

ଆପଣଙ୍କୁ ଜଣାଇଦେଉଛୁ କି, ଧୋନୀଙ୍କର ଏହି ଫାର୍ମ ହାଉସ ରାଞ୍ଚିରେ ଅବସ୍ଥିତ। ତାଙ୍କର ଏହି ଫାର୍ମ ହାଉସ ରିଙ୍ଗ ରୋଡ଼ ପାଖରେ ରହିଛି। ଦେଖିବାକୁ ଏହା କୌଣସି ମହଲ ଠାରୁ ମଧ୍ୟ କମ ନୁହେଁ। ଏହି ଫାର୍ମ ହାଉସ ଯେକୌଣସି ବ୍ୟକ୍ତିର ମନ ମୋହିନେବ।

ଧୋନୀ ଙ୍କ ଏହି ଲକଜୁରୀୟସ ଫାର୍ମ ହାଉସକୁ ବହୁତ ସାରା ଭାରତୀୟ କ୍ରିକେଟର ଆସିଛନ୍ତି।

ଧୋନୀଙ୍କ ଏହି ଫାର୍ମ ହାଉସ ବାହାର ପଟରୁ ଯେତିକି ସୁନ୍ଦର ଭିତର ପଟରୁ ମଧ୍ୟ ସେତିକି ସୁନ୍ଦର ଅଟେ। ଏହା ଭିତର ପଟରୁ କୌଣସି ଏକ ଫାଇଭ ଷ୍ଟାର ହୋଟେଲ ପରି ଲାଗିଥାଏ।

ଏହି ଫୋଟୋରେ ଆପଣ ଦେଖି ପାରୁଥିବେ ଧୋନୀ ନିଜର ପତ୍ନୀ ସାକ୍ଷୀ ସିଂହ ଧୋନୀଙ୍କ ସହିତ ପୋଜ ଦେଇଛନ୍ତି।

ଏହା ହେଉଛି ଧୋନୀଙ୍କ ଲିଭିଙ୍ଗ ରୁମ କୁହାଯାଏ କି, ଧୋନୀ ଏହାକୁ ନିଜ ପସନ୍ଦ ଓ ଆବଶ୍ୟକ ପାଇଁ ଏହାକୁ ବନାଇଛନ୍ତି। ଆପଣ ଦେଖି ପାରୁଥିବେ ଗୋଟିଏ ପଟରେ ବ୍ରାଉନ କଲର ସୋଫା ଥିବାବେଳେ ଅନ୍ୟ ପଟରେ ଅରେଞ୍ଜ କଲର ସୋଫା ରହିଛି। ଉଭୟ ପଟରୁ ସୋଫା ବହୁତ ସୁନ୍ଦର ଲାଗୁଛି।

ଇଏ ହେଉଛନ୍ତି ଧୋନୀ ଓ ସାକ୍ଷୀଙ୍କ ଝିଅ ଜିଭା। ଯାହାର ଜନ୍ମ 2015 ମସିହାରେ ହୋଇଥିଲା। ଏବେ ସେ 6 ବର୍ଷର ହୋଇସାରିଲେଣି। ଜିଭା ଏକ ଚର୍ଚ୍ଚିତ ଷ୍ଟାର କିଡ଼ ଅଟନ୍ତି।

ଧୋନୀଙ୍କ ଫାର୍ମ ହାଉସ ସବୁଜିମାରେ ଭରି ରହିଛି। ତାଙ୍କର ଏଠାରେ ବହୁତ ସୁନ୍ଦର ଗାର୍ଡେନ ମଧ୍ୟ ରହିଛି। ଏଠାରେ ପ୍ରକୃତିର ମନମୋହକ ଫୋଟୋ ଦେଖିବାକୁ ମିଳିଛି। ଏଠାରେ ଧୋନୀ ବହୁତ ସାରା ଫଳ ଓ ଫୁଲ ଲଗାଇଛନ୍ତି।

ଧୋନୀଙ୍କ ଫାର୍ମ ହାଉସରେ କୁକୁର ଓ ଘୋଡା ରହିଛନ୍ତି। ଧୋନୀ ନିଜର ଘରେ ସ୍ୱିମିଙ୍ଗ ପୁଲ ମଧ୍ୟ ବନାଇ ରଖିଛନ୍ତି। ଏହାସହ ଭିତରେ ଜିମ ମଧ୍ୟ ବନାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *