ଆଇପିଏସ ନବଜୋତ ସିମି ସୁନ୍ଦରତାରେ ସାରା ଜାହ୍ନବୀଙ୍କୁ ଦେଉଛନ୍ତି ଟକ୍କର,ଅଫିସ ଭିତରେ ହିଁ କରିଥିଲେ ବିବାହ,ଜାଣନ୍ତୁ ତାଙ୍କ ବିଷୟରେ

ଆଇପିଏସ ଅଫିସର ଡ. ନବଜୋତ ସିମୀଙ୍କୁ ବ୍ୟୁଟି ବିଦ ବ୍ରେନ ନାମ ଦିଆଯାଇଛି। ସେ ସୁନ୍ଦର ହେବା ସହିତ ବହୁତ ତୀବ୍ର ଓ ଦ୍ଵିତୀୟ ପ୍ରୟାସରେ ୟୁପିଏସସି ସିଭିଲ ସେବା ପରୀକ୍ଷାକୁ ପାସ କରିନେଇଥିଲେ। ଏହି ସମୟରେ ସେ ବିହାର କେଡ଼ରର ଆଇପିଏସ ଅଧିକାରୀ ରୂପରେ ନିଜର ସେବା ଦେଉଛନ୍ତି। ତାଙ୍କର ସ୍ଵାମୀ ଆଇଏଏସ ଅଧିକାରୀ ଅଟନ୍ତି ଓ ଦେଶର ସେବା କରୁଛନ୍ତି।

ଡ. ନବଜୋତ ସିମୀ ପଞ୍ଜାବ ରାଜ୍ୟରୁ ଅଟନ୍ତି। ତାଙ୍କର ଜନ୍ମ ପଞ୍ଜାବର ଗୁରୁଦାସପୁରରେ ୨୧ ଡିସେମ୍ବର ୧୯୮୭ ମସିହାରେ ହୋଇଥିଲା। ସିମୀଙ୍କ ପଢା ପଞ୍ଜାବରୁ ଆରମ୍ଭ ହୋଇଥିଲା। ସେ ପାଖୋବାଲର ପଞ୍ଜାବ ମଡେଲ ପବ୍ଲିକ ସ୍କୁଲରେ ଦ୍ଵାଦଶ ଶ୍ରେଣୀ ପର୍ଯ୍ଯନ୍ତ ପଢିଥିଲେ।

ସେ ବାବା ଜସବନ୍ତ ସିଂ ଡେଣ୍ଟାଲ କଲେଜ, ହସ୍ପିଟାଲ ଓ ଅନୁସନ୍ଧାନ ସଂସ୍ଥା, ଲୁଧିୟାନାର ବେଚଲର ଅଫ ଡେଣ୍ଟାଲ ସର୍ଜରୀ(ବିଡିଏସ)ର ଡିଗ୍ରୀ ପାଇଥିଲେ। ୨୦୧୦ ଆସିହାରେ ଡିଗ୍ରୀ ହାସଲ କରିବା ପରେ ସେ ଭାରତୀୟ ପୋଲିସ ସେବାର ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ। ସେ ଦିନରାତି ପରିଶ୍ରମ କରିଲେ। ଯେଉଁ କାରଣରୁ ସେ ସହଜରେ ଏହି ପରୀକ୍ଷାକୁ ପାସ କରିପାରିଲେ।

୨୦୧୬ ମସିହାରେ ସେ ପଞ୍ଜାବ ସିଭିଲ ସର୍ଭିସେଜ ପରୀକ୍ଷାରେ ସଫଳତା ହାସିଲ କରିଥିଲେ। ଦ୍ଵିତୀୟ ପ୍ରାୟାସରେ ୟୁପିଏସସିର ସିଭିଲ ସେବା ପରୀକ୍ଷାରେ ୭୩୫ତମ ରେଙ୍କ ହାସିଲ କରି ସିମୀ ଆଇପିଏସ ହୋଇଗଲେ। ସିମୀ ବିହାର କେଡ଼ରର ୨୦୧୭ ମସିହାରେ ଆଇପିଏସ ଅଧିକାରୀ ଅଟନ୍ତି।

ସେ ସୁନ୍ଦରତା ମାମଲାରେ ବଲିଉଡର ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି। ସେ ନିଜର କାର୍ଯ୍ୟଶୈଳୀ ବ୍ଯତୀତ ନିଜର ଲୁକ୍ସ ପାଇଁ ବହୁତ ଜଣାଶୁଣା।

ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଓ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ସମୟ ସମୟରେ ଫେସବୁକ ଓ ଇନଷ୍ଟାଗ୍ରାମରେ ନିଜର ଫୋଟ ସେୟାର କରନ୍ତି।

ସିମୀ ଆଇଏଏସ ଅଧିକାରୀ ତୁଷାରଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏହି ବିବାହ ପାଟଣାରେ ହୋଇଥିଲା। ଯେତେବେଳେ ସେ ପ୍ରେମ ବିବାହ କରିଥିଲେ, ସେତେବେଳେ ସିମୀ ବିହାରର ପାଟଣାରେ ଏସପି ଓ ତୁଷାର ପଶ୍ଚିମବଙ୍ଗର ହାୱଡାରେ ଏସଡିଓ ରୂପରେ କାର୍ଯ୍ୟରତ ଥିଲେ।

ଦୁଇଜଣ ନିଜର କାର୍ଯ୍ୟରେ ଏତେ ବ୍ୟସ୍ତ ରୁହନ୍ତିକି ପରସ୍ପର ପାଇଁ ସମୟ ବାହାର କରିପାରନ୍ତି ନାହିଁ। ସେମାନେ ନିଜର ବିବାହ ପାଇଁ ମଧ୍ୟ ସମୟ ବାହାର କରିପାରିନଥିଲେ। ଏମିତିରେ ୧୪ ଫେବୃୟାରୀ ୨୦୨୦ ସେ ସିମୀ ପାଟଣାରୁ ହାୱଡା ପହଞ୍ଚିଲେ। ଯେଉଁଠି ସେମାନେ ବିବାହ କରିଲେ। ସିମୀ ତୁଷାରଙ୍କ କାର୍ଜ୍ଯାଳୟରେ ବିବାହ କରିଥିଲେ।

ତାଙ୍କର ବିବାହ ସମୟରେ ପରିବାରର ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଓ ତାଙ୍କର ଆଶୀର୍ବାଦ ନେଇ ବିବାହ କରିଥିଲେ। ଏହି ସମୟରେ ଏହି ଦୁଇଜଣ ପରସ୍ପର ସହିତ ରୁହନ୍ତି। ଏହା ସହିତ ନିଜର କାର୍ଯ୍ୟକୁ ଭଲ ଭାବରେ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *