ଦେଖନ୍ତୁ ଭିଡିଓ : ଏଠାରେ ପୂରଣ ହେଲା ପବନରେ ଉଡିବା ଓ ପାଣିରେ ଚାଲିବାର ସ୍ୱପ୍ନ,ପହଞ୍ଚିବା କ୍ଷଣି ସୁପରମ୍ୟାନ ହୋଇଯିବେ ଲୋକେ

ଛୋଟବେଳେ ସାଧାରଣତଃ ଅଧିକାଂଶ ଲୋକ ପକ୍ଷୀ ଭଳି ପବନରେ ଉଡିବାର ସ୍ୱପ୍ନ ଦେଖନ୍ତି|ତିଲିସ୍ମ ଓ ଯାଦୁର ଶୈକିନ ଲୋକଙ୍କୁ ପାଣିରେ ଚାଲିବାକୁ ମନ ମଧ୍ୟ କରୁଥିବ|ଏପର୍ଯ୍ୟନ୍ତ ଏମିତି ମିଳି ନାହିଁ କିନ୍ତୁ ଚୀନର ଜିଜାଣ୍ଟିଆ ଟୁରିଷ୍ଟ ଏରିଆ ଆପଣଙ୍କ ସ୍ୱପ୍ନ ପୁରଣ ପାଇଁ ସୁଯୋଗ ଦେଉଛନ୍ତି|

ବେହତିରିନ ଟୁରିଷ୍ଟ ପାଇଁ ପ୍ରସିଦ୍ଧ ଚୀନର ଲିଷ୍ଟରେ ଆଉ ଏକ ଖାସ ଜାଗା ଯୋଡି ହୋଇଛି|ଏହି ଜାଗା ଆସୁଥିବା ଲୋକଙ୍କ ପାଇଁ ଏମିତି ଆଜୀବନ ଅନୁଭବ ଦେଉଛି ଆପଣ ଶୁଣି ରୋମାଞ୍ଚିତ ହୋଇଉଠିବେ|ଏଠାକୁ ଆସୁଥିବା ଲୋକଙ୍କୁ ପବନରେ ଉଡିବା ଓ ପାଣିରେ ଚାଲିବାର ଅନୁଭବ ମିଳିବ|କୁଙ୍ଗ ଫୁର ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଏହା ସର୍ବୋତ୍କୃଷ୍ଟ ଜାଗା ଓ ସୁପରମ୍ୟାନର ପାୱାର ଏଥିରେ ଉପଭୋଗ କରିପାରିବେ|

ଫୁଜିଆନ ପ୍ରାନ୍ତର ଜିଜାଣ୍ଟିଆ ଟୁରିଷ୍ଟ ଏରିଆରେ ଏହି ସୁବିଧା ଦିଆଯାଉଛି|ଏମିତିରେ ଚୀନର ୫୫ଟି ଟୁରିଷ୍ଟ ପ୍ଲେସ ରହିଛି ଯାହାର ଅନୁଭବ ଆପଣଙ୍କୁ କୈାଣସି ଜାଗାରେ ମିଳିଵ ନାହିଁ|ଏଵେ ଏହି ଜାଗାରେ କୁଙ୍ଗ ଫୁ ଭଳି ଲୋକଙ୍କୁ ପାରମ୍ପରିକ ପୋଷାକରେ ନିଜର ସୁପର ପାୱାର ବ୍ୟବହାର ପାଇଁ ସୁଯୋଗ ଦିଆଯାଉଛି|କୁଙ୍ଗ ଫୁ ଭଳି କପଡା ପିନ୍ଧି ଲୋକଙ୍କୁ ହାତରେ ଲଢିବା ଜିନିଷ ଦିଆଯାଏ ଫଳରେ ତାଙ୍କୁ ଅନୁଭବ ହେଉ|ଏହାପରେ ଆରମ୍ଭ ହୋଇଥାଏ ଖେଳ- ଯେଉଁଥିରେ ପବନରେ ଲଢେଇ ଲଢିବେ ଓ ପାଣିରେ ଚାଲି ଦୈଡିବେ,କୈଣସି ଆକ୍ସନ ଫିଲ୍ମ ଭଳି|ଦକ୍ଷିଣ ଚାଇନା ମର୍ଣିଙ୍ଗ ପୋଷ୍ଟରେ ଭିଡିଓକୁ ସେୟାର କରିଛନ୍ତି|

ୱେବସାଇଟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏଠାରେ ଆସୁଥିବା ଲୋକଙ୍କ ଅଣ୍ଟାରେ ଦୁଇଟି ତାର ବାନ୍ଧି ବାଲାନ୍ସ କରାଯାଏ|ତାଙ୍କୁ ତାର ଦ୍ଵାରା ପବନରେ ଉଠାଯାଏ|ଏହି ତାର ମାଟିରୁ ୨୦ ମିଟର ଉପରେ ଥାଏ ଓ ଲମ୍ବା ୬୦୦ ମିଟର ଅଟେ|କେବଲ ଦ୍ୱାରା ନଦୀ ଉପରେ ବନାଯାଇଥିବା ଏହି ଆଡ଼ଭେଞ୍ଚର ମସ୍ତ ଅଟେ|ଏଠାକୁ ଆସୁଥିବା ଟୁରିଷ୍ଟ କହନ୍ତି ଏଠାକୁ ଆସି ତାଙ୍କ ସ୍ୱପ୍ନ ପୂରଣ ହୋଇଗଲା ଓ ନିଜକୁ କୁଙ୍ଗ ଫୁ ପରିକଳ୍ପନା କରନ୍ତି|ଏହି ଟ୍ରିପର ମୂଲ୍ୟ ପାଖାପାଖି ୨୦ ୟୁଏସ ଡଲାର ମାନେ ପାଖାପାଖି ୧୪୭୨ ଟଙ୍କା ରଖାଯାଇଛି|ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧୪ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.