EMI ଦ୍ୱାରା ମିଳୁଛି ଏହି କମାଲ ସାଇକେଲ, ବିନା ପ୍ୟାଡଲ ମାରି ଯାଇ ପାରିବେ ୮୦ କିଲୋମିଟର

ଇଲେକ୍ଟ୍ରିକ ମୋବିଲିଟି ଷ୍ଟାର୍ଟଅପ ଟୁସେ ଭାରତୀୟ ବଜାରର ବଦଳୁଥିବା ଟ୍ରେଣ୍ଡକୁ ଦେଖି ନିଜର ନୂଆ ପିଢ଼ି ହିଲିଓ ଏଚ 100 ଇଲେକ୍ଟ୍ରିକ ସାଇକେଲ ଲଞ୍ଚ କରିଛି। ଦେଖିବାକୁ ତ ଏହାଏକ ସାଧାରଣ ସାଇକେଲ ପରି ଅଟେ। କିନ୍ତୁ ବହୁତ କମାଲର ଫିଚର୍ସ ଲଗାଯାଇଛି। ଯାହାକି ଲୋକଙ୍କୁ ବହୁତ ପସନ୍ଦ ଆସୁଛି।

ବିନା ପ୍ୟାଡ଼ଲ ମାରି ଚାଲିବ 80 କିଲୋମିଟର:-

କମ୍ପାନୀ।ଅନୁସାରେ, ଏହି ସାଇକେଲରେ ଲି-ଆୟନ ବ୍ୟାଟେରୀ ଓ 250 ୱାଟ ରିୟାର ହବ ମୋଟର ଦିଆଯାଇଛି। ଯାହାଦ୍ୱାରା ଏହି ସାଇକେଲକୁ ବିନା ପ୍ୟାଡଲ ମାରି 60 ରୁ 80 କିଲୋମିଟର ପର୍ଯ୍ୟନ୍ତ ଚଲାଇ ଯାଇପାରିବ। ସେହିପରି ବ୍ୟାଟେରୀ ଶେଷ ହେବାପରେ ଆପଣ ପ୍ୟାଡଲ ମାରି ଏହାକୁ ଚଲାଇ ପାରିବେ।

ଆରମ୍ଭରୁ କମ୍ପାନୀ ଏହି ସାଇକେଲକୁ ଦୁଇଟି କଲର ସ୍ପ୍ରିଙ୍ଗ ଗ୍ରୀନ ଓ ଧଳା ରଙ୍ଗରେ ଉପଲବ୍ଧ କରାଇଛି। ଏହାର ଫ୍ରେମ ସାଇଜ 19ଇଞ୍ଚ ହୋଇଥିବାରୁ ଏହାକୁ 25 କିଲୋମିଟର ପ୍ରତିଘଣ୍ଟାର ସ୍ପିଡ଼ରେ ଯାଇପାରିବ।

ଏହି ସାଇକେଲରେ ତିନୋଟି ଅଲଗା ଅଲଗା ଡ୍ରାଇଭିଂ ମୋଡ଼ ଦିଆଯାଇଛି। ଏହାକୁ ଆପଣ ସାମାନ୍ୟ ସାଇକେଲ ଭଳି ମଧ୍ୟ ଡ୍ରାଇଭ କରିପାରିବେ। ଏହାବ୍ୟତୀତ ଆପଣ ଏହାକୁ ଏକ ବାଇକ ଭଳି ଥ୍ରଟଲ ଦେଇ ଚଳାଇ ପାରିବେ। ଇଲେକ୍ଟ୍ରିକ ମୋଡ଼ରେ ପ୍ୟାଡ଼ଲ ଆସିଷ୍ଟ ସହାୟତାରେ ଆପଣ ଏହାର ପରଫରମାନ୍ସଙ୍କୁ ଆହୁରି ବଢ଼ାଇ ପାରିବେ। ଏହାର ଡାହାଣ ହ୍ୟାଣ୍ଡଲରେ ଥ୍ରଟଲ ଦିଆଯାଇଛି।

କେତେ ରହିବ ଏହି ସାଇକେଲର ଦର:-

ଏଲୁମିନିୟମ ଫ୍ରେମ ଦ୍ୱାରା ତିଆରି କରାଯାଇଥିବା ଏହି ସାଇକେଲକୁ ଟୁସେ 48,900 ଦରରୁ ଆରମ୍ଭ କରାଯାଇଥିଲା। ଏହାସହ ମଧ୍ୟ ଆପଣଙ୍କୁ 2,334 ଟଙ୍କାର EMI ଅପସନ୍ଦ ମଧ୍ୟ ଦିଆଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *