ଇଟାଲୀୟ ବୈଜ୍ଞାନିକଙ୍କ ବଡ଼ କାରନାମା :ବାୟୁରେ ଥିବା ସମସ୍ତ କରୋନା ଭାଇରସକୁ ଏବେ ଲେଜରରେ ମାରିବେ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ସଂଯୁକ୍ତ ରାଷ୍ଟ୍ର ସମର୍ଥିତ ବୈଜ୍ଞାନିକ କେନ୍ଦ୍ର ଏକ ଇଟାଲିକି ଟେକ ସହ ମିଶି କରି ଏହା ଅନୁସନ୍ଧାନ କଲେ ଯେ କଣ ବାୟୁରେ କରନା ଭାଇରସକୁ ମାରିବା ପାଇଁ ଲେଜର ଲାଇଟର ବ୍ୟବହାର କରାଯାଇ ପାରିବ ଏବଂ ଇନଡୋର ସ୍ଥାନକୁ ସୁରକ୍ଷିତ ରଖା ଯାଇପାରିବ।

ଇଟାଲୀର ଉତ୍ତରରେ ଥିବା ଏକ ସହର ଟ୍ରାଇଷ୍ଟରେ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜେନେଟିକ୍ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି (ICGEB) ଏବଂ ନିକଟରେ ଥିବା Eltech K-Laser କମ୍ପାନୀ ସହ ମିଳିତ ପ୍ରୟାସରେ ଗତ ବର୍ଷ ଆରମ୍ଭ କରାଯାଇଥିଲା। କାରଣ COVID-19 ଦୁନିଆରେ ବିପର୍ଯ୍ୟୟ ଘଟିବାରେ ଲାଗିଛି।

ସେମାନେ ଏକ ଉପକରଣ ତିଆରି କରିଥିଲେ। ଯେଉଁଥିରେ ଏକ ଲେଜର ବିମ ଫିଲଟର ଲଗା ଯାଇଥିଲା। ଯାହା ଭାଇରସ ଓ ବ୍ୟାକ୍ଟେରିଆକୁ ନିପାତ କରିଦେବ।

ICGEBର ହୃଦ୍‌ରୋଗ ସମ୍ବନ୍ଧୀୟ ଜୀବବିଜ୍ଞାନ ଗ୍ରୁପର ମୁଖ୍ୟ ସେରେନା ଜାଚିଗ୍ନା କହିଛନ୍ତି କି, “ମୁଁ ଭାବିଥିଲି ଡାକ୍ତରଙ୍କ ଅପେକ୍ଷା ଜଣେ ଯାଦୁକରଙ୍କ ପାଇଁ ଲେଜର ଅଧିକ ଉପଯୋଗୀ, କିନ୍ତୁ ମୋତେ ମୋର ଚିନ୍ତାଧାରା ପରିବର୍ତ୍ତନ କରିବାକୁ ପଡିଲା। ଏହି ଉପକରଣ 50 ମିଲିସେକେଣ୍ଡରୁ କମ୍ ସମୟରେ ଜୀବାଣୁ ମାରିବାରେ ସକ୍ଷମ ହୋଇଥିବାର ପ୍ରମାଣିତ ହୋଇ ପାରିଛି।

Eltech K-Laser କମ୍ପାନୀର ନିର୍ମାତା Zacchigna ଥିଲେ ଇଟାଲୀ ଇଞ୍ଜିନିୟର ଫ୍ରାନସେସ୍କୋ ଜାନାଟାଙ୍କ ସହ କାମ କରିଛନ୍ତି। ଯିଏ ମେଡିକାଲ ଲେଜର ବିଶେଷଜ୍ଞତା ଙ୍କ ଭଳି ଏକ ଫର୍ମ ଅଛି। ଯାହାର ଉପଯୋଗ କ୍ରୀଡ଼ାବିତ୍ ମାନଙ୍କ ମାଂସ ପେଶୀ ଫୁଲି ଯିବା ଅବା ହାଡ ଭାଙ୍ଗି ଗଲେ ବ୍ୟବହାର କରାଯାଉଥିଲା।

କିଛି ବିଶେଷଜ୍ଞ କୋଭିଡ଼ 19 ସୃଷ୍ଟି କରୁଥିବା ଜୀବାଣୁ ଉପରେ ଆକ୍ରମଣ କରିବା ପାଇଁ ଆଧାରିତ କୌଶଳ ବ୍ୟବହାର କରିବାର ସମ୍ଭାବ୍ୟ କ୍ଷତି ବିରୁଦ୍ଧରେ ଚେତାବନୀ ଦେଇଛନ୍ତି।

ନଭେମ୍ବର 2020ରେ ଜର୍ଣ୍ଣାଲ୍ ଅଫ୍ ଫଟୋକେମିଷ୍ଟ୍ରି ଏବଂ ଫୋଟୋବିଓଲୋଜି ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନରେ କର୍କଟ ରୋଗର ବିପଦ ଠାରୁ ଆରମ୍ଭ କରି ଲେଜରର ଅତ୍ୟଧିକ ଆଲୋକ ରଶ୍ମି ବିଷୟରେ କୁହା ଯାଇଛି। କିନ୍ତୁ ଜାନାଟା ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାକୁ ଏହା କହି ଏଡାଇ ଦେଇଛନ୍ତି ଯେ ଲେଜର କେବେବି ମଣିଷ ଚର୍ମର ସମ୍ପର୍କରେ ଆସି ନଥାଏ।

ଜାନାଟା କହିଛନ୍ତି ଆମର ଉପକରଣ ପ୍ରକୃତି ବିରୁଦ୍ଧରେ ପ୍ରକୃତିର ଉପଯୋଗ କରିଥାଏ। ଏହା ଲୋକଙ୍କ ପାଇଁ ୧୦୦ ପ୍ରତିଶତ ସୁରକ୍ଷିତ ଏବଂ ପାଖାପାଖି ସମ୍ପୂର୍ଣ ଭାବେ ପ୍ରୟୋଗ ଯୋଗ୍ୟ ଅଟେ।

ଅବଶ୍ୟ ଏହି ଟେକ୍ନୋଲୋଜି ସମସ୍ତ ଭାଇରସକୁ ନାଶ କରିବାରେ ସକ୍ଷମ ହୋଇ ପରିନଥାଏ ଯେଉଁ ବ୍ୟାକ୍ଟେରି ବାୟୁର ଉପରି ଭାଗରେ କିମ୍ବା ଚଟାଣରେ ଲାଗିଥିବେ। ଏହା ସିଧାସଳଖ ଘଟୁଥିବା ସଂକ୍ରମଣକୁ ରୋକି ପାରିବ। ଯେତେବେଳ କୌଣସି ସଂକ୍ରମିତ ବ୍ୟକ୍ତି ଛିଙ୍କିଲେ କିମ୍ବା ଅନ୍ୟ ମାନଙ୍କ ସହ ବଡ ପାଟିରେ କଥା ହେଲେ।

ଇଟାଲୀ କର୍ତ୍ତୃପକ୍ଷଙ୍କ ଠାରୁ ଏକ ଉଦ୍ଭାବନ ବ୍ୟବହାର କରୁବାର ସ୍ୱୀକୃତି Eltech K-Laserଙ୍କୁ ପ୍ରଦାନ କରାଯାଇଛି। ସେ ଏହାକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ ଚେଷ୍ଟା କରୁଛନ୍ତି।

ଉଦ୍ଭାବନ ହୋଇଥିବା ସଂସ୍କରଣ ପ୍ରାୟ 1.୮ ମିଟର (୫.୯ ଫୁଟ) ଉଚ୍ଚ ଏବଂ ଓଜନ ପାଖାପାଖି ୨୫ କିଲୋଗ୍ରାମ (୫୫Ib)। କମ୍ପାନୀ କହିଛି ଯେ ଟେକ୍ନୋଲୋଜିକୁ ଏୟାର କାଣ୍ଡିସନର ୟୁନିଟି ଭିତରେ ରଖାଯାଇ ପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *