ଭାରତୀୟ ଦଳର କୋଚ ହୋଇପାରନ୍ତି ଏହି ୪ଜଣ ଦିଗ୍ଗଜ, ରବି ଶାସ୍ତ୍ରୀଙ୍କ ପାଇଁ ବଡ ବି-ପ-ଦ,ଜାଣନ୍ତୁ ଲିଷ୍ଟରେ କେଉଁ ୪ ଜଣଙ୍କ ନାମ ଅଛି !

ବିଶ୍ଵ ଟେଷ୍ଟ ଚମ୍ପିୟାନସିପର ଫାଇନାଲ ମ୍ଯାଚରେ ନ୍ଯୁଜଲାଣ୍ଡ ବିରୁଦ୍ଧରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର କୋଚ ରବି ଶାସ୍ତ୍ରୀଙ୍କୁ ପ୍ରବଳ ଆଲୋଚନା କରାଯାଉଛି। ରବି ଶାସ୍ତ୍ରୀ କୋଚ ରହିଥିବା ସମୟରେ ଭାରତ ଲଗାତାର ୫ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାରେ ବିଫଳ ହୋଇଛି। ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ଵକପ ପରେ ଶେଷ ହେଉଅଛି। ଯଦି କୋଚ ଭାବରେ ତାଙ୍କର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ନ ଆସେ ତେବେ ଭାରତୀୟ ଦଳକୁ ନୂଆ କୋଚ ନିଶ୍ଚୟ ମିଳିବେ। ଏମିତିରେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ଭାରତୀୟ ଦଳର କୋଚ ହେବାରେ ୪ଜଣ ବଡ ଦାବେଦାର ଅଛନ୍ତି।

ରାହୁଲ ଦ୍ରାବିଡ:-

ରବି ଶାସ୍ତ୍ରୀଙ୍କ ବିକଳ୍ପକୁ ବିସିସିଆଇ ବର୍ତ୍ତମାନ ଠାରୁ ଆରମ୍ଭ କରିଦେଇସାରିଲାଣି। ବିସିସିଆଇ ରାହୁଲ ଦ୍ରାବିଡଙ୍କୁ ଶ୍ରୀଲଙ୍କା ଟୁରରେ ଟିମ ଇଣ୍ଡିଆର କୋଚ ଭାବରେ ପଠାଇଛି। ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତ ଅଣ୍ଡର-୧୯ ଦଳ ୨୦୧୮ରେ ବିଶ୍ଵକପ ଜିତିଥିଲା। ରବି ଶାସ୍ତ୍ରୀ ଏହି ବର୍ଷ ନଭେମ୍ବରରେ ଯଦି ଭାରତକୁ ଟି-୨୦ ବିଶ୍ଵକପ ଟାଇଟଲ ଜିତାଇନ ପାରନ୍ତି ତେବେ ରାହୁଲ ଦ୍ରାବିଡଙ୍କୁ ଭାରତୀୟ ଦଳର କୋଚ କରି ଦିଆଯାଇପାରେ।

ମାଇକ ହେସନ:-

ନ୍ୟୁଜଲାଣ୍ଡର ପୂର୍ବ କୋଚ ମାଇକ ହେସନ ବିଶ୍ଵକପ କ୍ରିକେଟରେ ବହୁତ ସଫଳ କୋଚ ଅଟନ୍ତି। ମାଇକ ହେସନଙ୍କ କୋଚିଂରେ ନ୍ୟୁଜଲାଣ୍ଡ ଦଳ ୨୦୧୫ରେ ବିଶ୍ଵକପ ଫାଇନାଲରେ ସ୍ଥାନ ନେଇଥିଲେ। ମାଇକ ହେସନ ୨୦୧୨ ରୁ ୧୦୧୮ ପର୍ଯ୍ଯନ୍ତ ନ୍ୟୁଜଲାଣ୍ଡ ଦଳର କୋଚ ହୋଇଥିଲେ। ବର୍ତ୍ତମାନ ସମୟରେ ମାଇକ ହେସନ ଆଇପିଏଲରେ ବିରାଟ କୋହଲିଙ୍କ ଅଧିନାୟକ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳର ଡାଇରେକ୍ଟର ଅଫ କୃଏକ୍ତ ଅପରେସନ ଅଟନ୍ତି।

ଟମ ମୁଡି:-

ଟମ ମୁଡି ବର୍ତ୍ତମାନ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଅପରେସନ୍ସ ନିର୍ଦ୍ଦେଶକ ଅଟନ୍ତି। ୨୦୧୭ରେ ଟିମ ଇଣ୍ଡିଆର କୋଚ ପଦ ପାଇଁ ଟମ ମୁଡି ଏକ ଇଣ୍ଟରଭ୍ୟୁ ଦେଇଛନ୍ତି। କୋଚ ଚୟନ ପ୍ରକ୍ରିୟାରେ ରବି ଶାସ୍ତ୍ରୀଙ୍କୁ ଟମ ମୁଡି ଏକ କଠୋର ପ୍ରତିଯୋଗିତା ଦେଇଥିଲେ, କିନ୍ତୁ ବିରାଟ କୋହଲିଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଶାସ୍ତ୍ରୀଙ୍କୁ କୋଚ କରାଯାଇଥିଲା। ଟିମ ଇଣ୍ଡିଆର କୋଚ ହେବା ପାଇଁ ଟମ ମୁଡି ଜଣେ ବଡ ପ୍ରତିଯୋଗୀ ଅଟନ୍ତି।

ବିରେନ୍ଦ୍ର ସେହବାଗ:-

ନିଜର ନିଡର ବ୍ୟାଟିଂ ପରି ନିର୍ଭୟ ଅନ୍ଦାଜ ପାଇଁ ପ୍ରସିଦ୍ଧ ଟିମ ଇଣ୍ଡିଆର ପୂର୍ବ ବିସ୍ଫୋଟକ ଅପନର ବିରେନ୍ଦ୍ର ସେହବାଗ ମଧ୍ୟ କୋଚ ହେବାର ଦାବେଦାର ଅଟନ୍ତି। ସେହବାଗ ପ୍ରଥମେ ଟିମ ଇଣ୍ଡିଆର କୋଚ ହେବା ପାଇଁ ଆବେଦନ କରିସାରିଛନ୍ତି। ବିରେନ୍ଦ୍ର ସେହବାଗଙ୍କ ପାଖରେ କୋଚିଂର ଅନୁଭବ ନାହିଁ, କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସହ ତାଙ୍କର ସମ୍ପର୍କ ଭଲ ଅଛି। ଏମିତିରେ ତାଙ୍କୁ ସୁଯୋଗ ଦିଆଯାଇପାରେ।

କାହିଁକି ଶାସ୍ତ୍ରୀ ପୁଣିଥରେ କୋଚ ନହେବା ଉଚିତ?

ରବି ଶାସ୍ତ୍ରୀ କୋଚ ରହିଥିବା ସମୟରେ ଭାରତ ୨୦୧୫ ବିଶ୍ଵକପ, ୨୦୧୬ ଟି-୨୦ ବିଶ୍ଵକପ। ୨୦୧୭ ଚମ୍ପିୟାଂସ ଟ୍ରଫି, ୨୦୧୯ ବିଶ୍ଵକପ ଓ ୨୦୨୧ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ବିରୁଦ୍ଧରେ ଗୋଟିଏ ବି ଟାଇଟଲ ଜିତିନାହାନ୍ତି। ଯାହା ପରେ ରବି ଶାସ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରାଯାଉଛି। ଜଣାଇଦେଉଛୁକି ରବି ଶାସ୍ତ୍ରୀଙ୍କ ହେଡ କୋଚ ରହିଥିବା ସମୟରେ ଭାରତୀୟ ଦଳର କୌଣସି ଟୁର୍ଣ୍ଣାମେଣ୍ଟ ଜିତିନାହାନ୍ତି।

କୁମ୍ବଲେଙ୍କ ସ୍ଥାନରେ ଶାସ୍ତ୍ରୀ ହୋଇଥିଲେ କୋଚ:-

ରବି ଶାସ୍ତ୍ରୀଙ୍କ କଥା କହିଲେ ସେ ଅନିଲ କୁମ୍ବଲେଙ୍କ ଇସ୍ତଫା ପରେ ୨୦୧୭ରେ ମୁଖ୍ୟ କୋଚ ରୂପରେ ନିଯୁକ୍ତି ପାଇଥିଲେ। ରବି ଶାସ୍ତ୍ରୀ ଅଗଷ୍ଟରେ ୨୦୧୪ରେ ଜୁନ ୨୦୧୬ ପର୍ଯ୍ଯନ୍ତ ଭାରତୀୟ ଦଳର ନିର୍ଦ୍ଦେଶକ ହୋଇଥିଲେ। ରବି ଶାସ୍ତ୍ରୀ ହେଡ କୋଚ ରହିଥିବା ସମୟରେ ଭାରତୀୟ ଦଳ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିନାହିଁ।

ଶାସ୍ତ୍ରୀଙ୍କ କୋଚିଂରେ ଭାରତ ହାରିଛି ଜିତୁଥିବା ଏହି ଟୁର୍ଣ୍ଣାମେଣ୍ଟ:-

ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ, ଟିମ ଇଣ୍ଡିଆକୁ ୨୦୧୫ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହା ବ୍ୟତୀତ ଭାରତ ନିଜ ଦେଶରେ ୨୦୧୬ ଟି-୨୦ ବିଶ୍ୱକପ ଜିତିବାର ଏକ ଭଲ ସୁଯୋଗ ପାଇଥିଲା, କିନ୍ତୁ ସେମିଫାଇନାଲରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଠାରୁ ହାରି ଯାଇଥିଲା। ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ ପାକିସ୍ତାନ ନିକଟରୁ ପରାସ୍ତ ହୋଇଥିଲା। ତା’ପରେ ୨୦୧୯ ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ସ୍ୱପ୍ନ ଭାଙ୍ଗି ଯାଇଛି। ଏହା ପରେ, ବର୍ତ୍ତମାନ ଭାରତ ମଧ୍ୟ ୨୦୨୧ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଟାଇଟଲ ଜିତିବାରେ ବଞ୍ଚିତ ହୋଇଛି।

ଅତିଶୀଘ୍ର ଭାଙ୍ଗିପାରେ ଶାସ୍ତ୍ରୀ-କୋହଲିଙ୍କ ଯୋଡି:-

ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ଵକପ ୨୦୨୧ ପର୍ଯ୍ଯନ୍ତ ଅଛି। ଏମିତିରେ ତାଙ୍କ ପାଇଁ ଏଥର ସବୁଠାରୁ ବଡ ଅଗ୍ନିପରୀକ୍ଷା ହେବ। ଯଦି ଶାସ୍ତ୍ରୀ ନିଜର କୋଚିଂରେ ଭାରତକୁ ଟି-୨୦ ବିଶ୍ଵକପ ୨୦୨୧ର ଟାଇଟଲ ଜିତାଇବାରେ ବିଫଳ ରୁହନ୍ତି ତେବେ ବିସିସିଆଇ ତାଙ୍କର କଣ୍ଟ୍ରାକ୍ଟ ବଢାଇବା ବିଷୟରେ ବୋଧେ ଭାବିବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *