ଚିତାବାଘ ବିଶ୍ରାମ ନେଉଥିଲା, ଲୋକମାନେ ଉଠାଇବାକୁ ଲାଗିଲେ ଫଟୋ, ରାଗରେ ଏମିତି କଲା ଆ-କ୍ର-ମ-ଣ,ଦେଖନ୍ତୁ ଭୟଙ୍କର ଭିଡିଓ

ଶୋଇଥିବା ସିଂହକୁ ଉଠାଇବା ଉଚିତ ନୁହେଁ, ଏହି କଥା ତ ଆପଣ ସମସ୍ତେ ଶୁଣିଥିବେ | କିନ୍ତୁ କେହି ଶୋଇଥିବା ସିଂହକୁ ଉଠାଇଦିଏ, ସେତେବେଳେ ତାର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆପଣ କେବେ ଦେଖିନଥିବେ | ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଗୋଟିଏ ଭିଡିଓ ସେହି ଭୟଙ୍କର ଦୃଶ୍ୟକୁ ପ୍ରକାଶ କରୁଛି | ଏହି ଭିଡିଓକୁ ଆଇପିଏସ ରୁପିନ ଶର୍ମା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି |

ସୋସିଆଲ ମିଡିଆରେ ଆଜିକାଲି ଏକ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଏହି ଭିଡିଓରେ ଗୋଟିଏ ଚିତାବାଘ ଗାତରେ ପଡିଥିବାର ଦେଖାଯାଉଛି | ଚିତାବାଘର ଚାରିପଟେ ଅନେକ ଲୋକ ଭିଡ କରି ଠିଆ ହୋଇଛନ୍ତି | ସମସ୍ତେ ଜୋରରେ ଶବ୍ଦ କରୁଛନ୍ତି | ପ୍ରତ୍ୟେକ କୋଣରେ ଥାଇ ଲୋକମାନେ ଚିତାବାଘର ଫଟୋ ଉଠାଉଛନ୍ତି, କିନ୍ତୁ ଜଣେ ବ୍ୟକ୍ତି ଚିତାବାଘ ପାଖକୁ ଯାଇ ମୋବାଇଲରେ ଫଟୋ ଉଠାଉଥିବାର ଦେଖାଯାଉଛି | ତାପରେ ଯାହା ହେଲା ତାକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଉଠିବ | ଚିତାବାଘର ସହିବାର ସୀମା ଭାଙ୍ଗିଗଲା ଏବଂ ସେ ସେହି ବ୍ୟକ୍ତି ଉପରେ ଝାମ୍ପ ମାରିଦେଲା, ଯିଏ କି ତା ପାଖକୁ ଯାଇ ଫଟୋ ଉଠାଉଥିଲା | ୧୭ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି |

ଦେଖନ୍ତୁ ଭିଡିଓ :-

ଚିତାବାଘ ସେହି ବ୍ୟକ୍ତିଙ୍କୁ ଗାତକୁ ଟାଣିଆଣିଲା, ଯାହାକୁ ଦେଖି ସେଠାରେ ଥିବା ସବୁ ଲୋକ ବହୁତ ଡରିଗଲେ | କିଛି ସେକେଣ୍ଡ ପରେ ହିଁ ଚିତାବାଘ ସେହି ବ୍ୟକ୍ତିଙ୍କୁ ଛାଡିଦେଲା, ଚିତାବାଘ କାହାକୁ ବି କ୍ଷତି ପହଞ୍ଚାଇ ନାହିଁ, କିନ୍ତୁ ଏହି ଭିଡିଓ ଲୋକମାନଙ୍କ ପାଇଁ ଏକ ଶିକ୍ଷା ଭାବରେ ସାମ୍ନାକୁ ଆସିଗଲା | ଏହି ଭିଡ଼ିଓର କ୍ୟାପ୍ସନରେ ଆଇପିଏସ ରୁପିନ ଶର୍ମା ଲେଖିଛନ୍ତି, ‘ ଆମେ ପଶୁମାନଙ୍କୁ ଦୋଷ ଦିଅନ୍ତି | ବହୁତ ଲୋକ ଏଠାରେ ଫଟୋଗ୍ରାଫିର ସୁଯୋଗ ଖୋଜୁଛନ୍ତି, ଦୟାକରି ସେମାନଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତୁ |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.